କଟକ: ପୁରୀ ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ହେଉଛି ବେଆଇନ ଖନନ । ଯାହାକୁ ବିରୋଧ କରି ଆଜି(ଶନିବାର) ରାଜରାସ୍ତାକୁ ଓହ୍ଲାଇଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର କଟକ ଜିଲ୍ଲା ସଂଯୋଜକ ବିଶ୍ୱରଞ୍ଜନ ସ୍ୱାଇଁ କହିଛନ୍ତି, "ଐତିହ ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ଯାହା ଓଡ଼ିଆ ମାନଙ୍କ ପାଇଁ କେବେବି ଗ୍ରହଣୀୟ ନୁହେଁ ।''
ଏହି ଦିଗରେ ଶୀଘ୍ର ନଜର ଦେବାକୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଜଣାଇଛନ୍ତି ଆନ୍ଦୋଳନକାରୀ । ତେବେ ପ୍ରତିଦିନ ଦେଶର କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀ ମନ୍ଦିର ଆସୁଛନ୍ତି । ମାତ୍ର ଯେଉଁ ପରିସ୍ଥିତିରେ ଏହି ଖନନ କାର୍ଯ୍ୟ ଚାଲିଛି ତାହା ସମ୍ପୂର୍ଣ୍ଣ ରୂପେ ବେଆଇନ । ତେଣୁ ଏହାକୁ ଶୀଘ୍ର ବନ୍ଦ କରିବା ପାଇଁ ଦାବି କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ