ETV Bharat / state

ରାଜରାସ୍ତାରେ ଓଏମପି ଷଷ୍ଠ ବାଟାଲିଆନର ଛାତ୍ରଛାତ୍ରୀ - ଓଏମପି ଷଷ୍ଠ ବାଟାଲିଆନର ଛାତ୍ରଛାତ୍ରୀ

କଟକରେ ଥିବା ଓଏମପି ଷଷ୍ଠ ବାଟାଲିଆନ ସ୍କୁଲ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ଧାରଣାରେ ବସିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ପ୍ରଧାନ ଶିକ୍ଷୟିତ୍ରୀ ଖଣ୍ଡ କରି ମାଡ ମାରିଥିଲେ ଛାତ୍ରଛାତ୍ରୀ । ସ୍କୁଲର ବିଭିନ୍ନ ସମସ୍ୟା ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏକମୁଖୀ ଶାସନ ପ୍ରତିବାଦରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 1, 2019, 2:37 AM IST

କଟକ: ଦୀର୍ଘ ଦିନ ଧରି ସ୍କୁଲରେ ପହଞ୍ଚିନି ବିଦ୍ୟୁତ ସେବା । ଏହେଉଛି ସିଲଭର ସିଟି କଟକରେ ଥିବା ଓଏମପି ଷଷ୍ଠ ବାଟାଲିଆନ ସ୍କୁଲର ଦୃଶ୍ୟ । ବାତ୍ୟା ‘ଫନି’ ଯିବାର ଅନେକ ଦିନ ବିତିଯାଇଥିଲେ ସୁଦ୍ଧା ଏଯାବତ ସ୍କୁଲରେ ବିଦ୍ୟୁତ ସେବା ପହଞ୍ଚି ନଥିବାରୁ ରାସ୍ତାରେ ଧାରଣା ଦେଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ମୁତାବକ, ଉଚ୍ଚ ବିଦ୍ୟାଳୟରେ ‘ଫନି’ ବାତ୍ୟା ଠାରୁ ବିଦ୍ୟୁତ କଟିଯାଇଛି । ହେଲେ ଏଯାବତ୍‌ କୌଣସି ପଦକ୍ଷେପ ନେଉନାହାଁନ୍ତି ପ୍ରଧାନ ଶିକ୍ଷୟିତ୍ରୀ। ତେବେ ଆଜି(ବୁଧବାର) ପିଲାମାନେ ଏହି ସମସ୍ୟାକୁ ନେଇ ପ୍ରଧାନଶିକ୍ଷୟିତ୍ରୀ ପାଖରେ ଅଭିଯୋଗ କରିଥିଲେ । ମାତ୍ର ସେଠାରେ ଶିକ୍ଷୟିତ୍ରୀ ସେମାନଙ୍କୁ ମାଙ୍କୁ ମାଡ ମାରିଥିବାର ଅଭିଯୋଗ ଆସିଛି ।

ସ୍କୁଲର ବିଭିନ୍ନ ସମସ୍ୟା ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏକମୁଖୀ ଶାସନ ପ୍ରତିବାଦରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିବା ସହ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

ଏହାପରେ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିବା ସହ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ଅବରୋଧ ହଟାଇଥିଲା।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: ରାଜରାସ୍ତା ରେ ଓମପି ଷଷ୍ଠ ବାଟାଲିଆନ ର ଛାତ୍ରଛାତ୍ରୀ । ଫନି ଯିବା ର ଅନେକ ବିତିଥିଲେ ସୁଦ୍ଧା ଏଯାବତ ସ୍କୁଲ ରେ ବିଦ୍ୟୁତ ସେବା ପହଁଚି ନଥିବାରୁ ରାସ୍ତା ରେ ଧାରଣା ଦେଇଛନ୍ତି ସ୍କୁଲ ର ଛାତ୍ରଛାତ୍ରୀ ।

ସୂଚନା ମୁତାବକ , ଉଚ୍ଚ ବିଦ୍ୟାଳୟ ରେ ଫନି ବାତ୍ୟା ଠାରୁ ବିଦ୍ୟୁତ କଟି ଯାଇଛି । ହେଲେ ଏଯାବତ କୌଣସି ପଦକ୍ଷେପ ନେଉନାହାନ୍ତି ପ୍ରଧାନ ଶିକ୍ଷୟିତ୍ରୀ। ତେବେ ଆଜି ପିଲା ମାନେ ସେଥିପାଇଁ ଏ ପ୍ରକାର ପ୍ରଧାନଶିକ୍ଷୟିତ୍ରୀ ପାଖରେ ଅଭିଯୋଗ କରିବାକୁ ଯାଇଥିଲେ ଓ ସେଠାରେ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ମାଡ଼ ମାରି ଥିବାର ଅଭିଯୋଗ ଆସିଥିଲା।

Body:ସ୍କୁଲ ର ବିଭିନ ସମସ୍ୟା ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏକ ମୁଖୀ ଶାସନ ପ୍ରତିବାଦରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀମାନେ ଜାତୀୟ ରାଜପଥ ଅବରୋଧ କରିବା ସହ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପୋଲିସ ପହଞ୍ଚି ବୁଝାସୁଝା କରି ଅବରୋଧ ହଟାଇଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.