ETV Bharat / state

ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପିତ, ଓଡ଼ିଶାର ଗୌରବ ବୃଦ୍ଧି କରିବ କହିଲେ ମୁଖ୍ୟମନ୍ତ୍ରୀ - କଟକ ନୂଆ ବସ ଟର୍ମିନାଲ

କଟକ ଖାନ ନଗର ସ୍ଥିତ ବହୁପ୍ରତିକ୍ଷିତ ଅତ୍ୟାଧୁନିକ ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପିତ । ଏହା ଓଡ଼ିଶାର ଗୌରବ ବୃଦ୍ଧି କରିବ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Cuttack Netaji Bus terminal
Cuttack Netaji Bus terminal
author img

By ETV Bharat Odisha Team

Published : Sep 16, 2023, 8:03 PM IST

Updated : Sep 16, 2023, 8:44 PM IST

ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପିତ, ଓଡ଼ିଶାର ଗୌରବ ବୃଦ୍ଧି କରିବ କହିଲେ ମୁଖ୍ୟମନ୍ତ୍ରୀ

କଟକ: ଲୋକାର୍ପିତ ହୋଇଛି ବହୁ ପ୍ରତିକ୍ଷିତ କଟକ ଖାନ ନଗର ସ୍ଥିତ ଅତ୍ୟାଧୁନିକ ଶୈଳୀରେ ନିର୍ମିତ ନେତାଜୀ ବସ୍‌ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଜିଲ୍ଲାବାସୀଙ୍କୁ ଉତ୍ସର୍ଗୀକୃତ କରିଛନ୍ତି । ପ୍ରାୟ ୯୦ କୋଟି ଟଙ୍କା ବ୍ୟୟରେ ଏହି ବସ୍‌ ଟର୍ମିନାଲକୁ ନିର୍ମିତ କରାଯାଇଛି । ଏହି ଟର୍ମିନାଲକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହା ସାରା ଦେଶରେ ଓଡ଼ିଶାର ଗୌରବ ବୃଦ୍ଧି କରିବ। ଏହାରି ସହିତ ରାଜ୍ୟର ରୂପାନ୍ତରୀକରଣ କାର୍ଯ୍ୟ ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, " କଟକ ନେତାଜୀ ବସ୍‌ ଟର୍ମିନାଲ ସାରା ଓଡ଼ିଶାର ଯାତ୍ରୀ ସେବାରେ ନୂଆ ଯୁଗର ଆରମ୍ଭ କରିଛି । ସାରା ଦେଶରେ ଓଡ଼ିଶାର ଗୌରବ ବୃଦ୍ଧି କରିବ। ହଜାର ବର୍ଷର ସହର ହେଉଛି କଟକ । ଏହି ସହର ଏବେ ନୂଆ ରୂପ ନେଉଛି । ରୂପାନ୍ତରଣୀକରଣ ପର୍ବ ଆଗେଇ ଚାଲିଛି । ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ରୂପାନ୍ତରୀକରଣ ଆରମ୍ଭ ହୋଇଛି । ଆପଣମାନଙ୍କ ସହଯୋଗରେ ଏହି ରୂପାନ୍ତରୀକରଣ ଆହୁରି ଆଗେଇ ନେବ । "

ଏହା ବି ପଢନ୍ତୁ- ପଞ୍ଚ ତାରକା ହୋଟେଲ ଶୈଳୀରେ ନିର୍ମିତ ଆହାର କେନ୍ଦ୍ର, ଦେଖିଲେ ଲାଖିଯିବ ଆଖି

ସୂଚନା ଥାଉ କି ବସ ଟର୍ମିନାଲରେ ୫୨ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ ୨୦ଟି ମୋ ବସ ସହ ମୋଟ ୧୯୧ଟି ବସ ମଧ୍ୟ ରହଣିର ସୁବିଧା ରହିଛି । ଏହି ବସ୍‌ ଟର୍ମିନାଲଟି ୧୬ ଏକରରୁ ଅଧିକ ଜମିରେ ନିର୍ମିତ ହୋଇଛି । ଖୁବଶୀଘ୍ର ଖାନନଗର ରିଂ-ରୋଡ଼ ରାସ୍ତାକୁ ୬ ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି କାର୍ଯ୍ୟକୁ ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି କଟକ ମହାନଗର ନିଗମ । କଟକର ଗୌରବ ଭିତ୍ତିଭୂମି ମଧ୍ୟରେ ଏହି ଟର୍ମିନାଲ ମଧ୍ୟ କଟକକୁ ଆଉ ଏକ ସ୍ବତନ୍ତ୍ର ପରିଚୟ ଦେବ।

ଏହା ବି ପଢନ୍ତୁ- ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀଙ୍କୁ କଡା ବିରୋଧ

ଟର୍ମିନାଲରେ ଅତ୍ୟାଧୁନିକ ସୁବିଧା:- ୧୦ ହଜାରରୁ ଅଧିକ ବର୍ଗ ମିଟର ପରିମିତ ଅଞ୍ଚଳରେ ୯୦ କୋଟିରୁ ଅଧିକ ବ୍ୟୟରେ ମାତ୍ର ଅଢେଇ ବର୍ଷ ମଧ୍ୟରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମିତ ହୋଇଛି । ଏହି ଟର୍ମିନାଲରେ ରହିଛି

  • ୮ ପାର୍ଟିଂ ୱେ
  • ୧୯୦ରୁ ଅଧିକ ବସ୍‌ ପାର୍କିଂ
  • କାର, ଅଟୋ ଓ ବାଇକ୍‌ ପାଇଁ ଯଥାକ୍ରମେ ୧୧୫, ୧୯ ଓ ୨୩୬ଟି ପାର୍କିଂ ସୁବିଧା ରହିଛି
  • ସର୍ବସାଧାରଣ ଓ କର୍ମଚାରୀଙ୍କ ଯାନ ପାର୍କିଂର ସୁବିଧା
  • ଭିନ୍ନକ୍ଷମଙ୍କ ଲାଗି ୧୦ଟି ଯାନ ପାର୍କିଂର ସୁବିଧା
  • ପୃଥକ ଡର୍ମିଟୋରି
  • ୮ଟି ପ୍ରାଇଭେଟ ରୁମ
  • ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା
  • ମଡେଲ ଆହାର କେନ୍ଦ୍ର
  • ମାର୍କେଟ କମ୍ପ୍ଲେକ୍ସ
  • ପୋଲିସ ଆଉଟପୋଷ୍ଟ
  • ପ୍ରତୀକ୍ଷାଳୟ
  • କ୍ଲୋକରୁମ୍‌
  • ପାନୀୟ ଜଳ ସୁବିଧା

ଇଟିଭି ଭାରତ, କଟକ

Last Updated : Sep 16, 2023, 8:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.