ETV Bharat / state

କଟକରେ ବର୍ଷା ଦିନ ପୂର୍ବରୁ ଦୂର ହେବ ସହରର ଡ୍ରେନ ସମସ୍ୟା

କଟକରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ଷା ଦିନ ପୂର୍ବରୁ କଟକ ସହରରେ ଡ୍ରେନ କାମ ଶେଷ କରିବାକୁ ବିପର୍ଯ୍ୟୟ କମିଟି ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Cuttack Natural Disaster Committee meeting drainage-work-will-complete-before-rain
କଟକରେ ବର୍ଷା ଦିନ ପୂର୍ବରୁ ଦୂରହେବ ସହରର ଡ୍ରେନ ସମସ୍ୟା !
author img

By

Published : May 12, 2020, 8:14 PM IST

କଟକ: ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଅନ୍ୟ ବିଧାୟକ ତଥା ଅଫିସର ଯୋଗ ଦେଇଥିଲେ ।

କଟକରେ ବର୍ଷା ଦିନ ପୂର୍ବରୁ ଦୂରହେବ ସହରର ଡ୍ରେନ ସମସ୍ୟା !

କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କଟକ ଜିଲ୍ଲାରେ ମହାମାରୀ କୋରୋନା ମୁକାବିଲା ନିମନ୍ତେ କରାଯାଇଥିବା ସଂଗରୋଧ କେନ୍ଦ୍ର ମାନଙ୍କର ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସୁପରିଚାଳନା କରାଯିବ ଏବଂ ସେଥିପାଇଁ ପ୍ରସ୍ତୁତ ରହିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ବର୍ଷା ଦିନ ପୂର୍ବରୁ କଟକ ସହରରେ ଡ୍ରେନ କାମ ଶେଷ କରିବାକୁ ବିପର୍ଯ୍ୟୟ କମିଟି ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସହରରେ ଯେପରି ଜଳମଗ୍ନ ସ୍ଥିତି ନ ହୁଏ ସେଥିପାଇଁ ସତର୍କ ରହିବାକୁ କମିଟି ସିଏମସି କୁ ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.