ETV Bharat / state

ସ୍ୱରାଜ ଆଶ୍ରମର ମାନ ବଢାଇବାରେ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ଦେଉ: ଭର୍ତ୍ତୃହରି ମହତାବ

author img

By

Published : Jan 16, 2021, 7:18 AM IST

କଟକର ସ୍ବରାଜ ଆଶ୍ରମ, ଯେଉଁଠିକି ଠିକ 100 ବର୍ଷ ପୂର୍ବ ଗାନ୍ଧୀ ଆସିଥିଲେ । ଏଠାରେ ପ୍ରତି ସପ୍ତାହରେ ସ୍କୁଲ ପିଲାଙ୍କ ପାଇଁ କାର୍ଯ୍ୟକ୍ରମ କରିବା ଆବଶ୍ୟକ । ଯାହାଦ୍ବାରା ଓଡିଶା ଓ ଗାନ୍ଧୀଙ୍କ ସଂପର୍କର ବାର୍ତ୍ତା ଆହୁରି ବିସ୍ତାର ହେବ ବୋଲି ସାଂସଦ କହିଛନ୍ତି ।

ସ୍ୱରାଜ ଆଶ୍ରମ ର ମାନ ବଢିବା ରେ ଜିଲା ପ୍ରସାସନ ଲକ୍ଷ ଦେଉ: ସାଂସଦ

କଟକ: କଟକର ସ୍ବରାଜ ଆଶ୍ରମ, ଯେଉଁଠିକି ଠିକ 100 ବର୍ଷ ପୂର୍ବ ଗାନ୍ଧୀ ଆସିଥିଲେ । ଏହି ମାର୍ଚ୍ଚ ମାସ 23 ତାରିଖକୁ ପୂରଣ ହେବ 100 ବର୍ଷେ । ହେଲେ ଏହି ଆଶ୍ରମରେ ଦେଶ ପ୍ରୀତି ଭାବର ଦୃଶ୍ୟ ଦିନକୁ ଦିନ କମି ଯାଉଛି ।

ସ୍ୱରାଜ ଆଶ୍ରମର ମାନ ବଢାଇବାରେ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ଦେଉ: ସାଂସଦ ଭର୍ତ୍ତୁହରି ମହତାବ

କେବଳ ଗାନ୍ଧୀ ଜୟନ୍ତୀ ଆସିଲେ ହିଁ ସୁଧାର ଆସୁଛି । ହେଲେ ତାହା କିଛି ସମୟ ପାଇଁ । ଅନ୍ୟପଟେ ଏହିଠାରେ ଏକ ପାଠାଗାର ରହିଛି, ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ ଚିତ୍ର ମଧ୍ୟ ରହିଛି । ଯେଉଁଥିରେ ଅନେକ କିଛି ଶିଖିବାକୁ ମିଳୁଛି । ହେଲେ ବି ଗାନ୍ଧୀବାଦ ନୀତି ଓ ସ୍ବଦେଶପ୍ରୀତିକୁ ଅଗ୍ରସର କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହେବା ଆବଶ୍ୟକ ରହିଛି ବୋଲି କଟକର ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ।

ଏଥିସହ ସ୍କୁଲ ପିଲାଙ୍କ ସାହାଯ୍ୟରେ ପ୍ରତି ସପ୍ତାହରେ କିଛି କିଛି କାର୍ଯ୍ୟକ୍ରମ କରିବା ଆବଶ୍ୟକ । ଯାହାଦ୍ବାରା ଓଡିଶା ଓ ଗାନ୍ଧୀଙ୍କ ସଂପର୍କର ବାର୍ତ୍ତା ଆହୁରି ବିସ୍ତାର ହେବ ବୋଲି ସାଂସଦ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.