ETV Bharat / state

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାହିଁକି ଫାଉଲ ପରାମର୍ଶ ଦେଲେ ବିଜେଡି ସାଂସଦ ଭର୍ତ୍ତୃହରି ?

author img

By ETV Bharat Odisha Team

Published : Dec 16, 2023, 10:50 PM IST

Bhartrihari Mahatab praised Dharmendra Pradhan: ଗୋଟିଏ ମଞ୍ଚରେ ନଜର ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଟକ ସାଂସଦ ଭର୍ତୃହରି ମହତାବ । ଅଭିଭାଷଣ ଦେଇ ଦୁଇ ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି । କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଗୋଟିଏ ମଞ୍ଚରେ ଶାସକ ଓ ବିରୋଧୀ ନେତା
ଗୋଟିଏ ମଞ୍ଚରେ ଶାସକ ଓ ବିରୋଧୀ ନେତା

ଗୋଟିଏ ମଞ୍ଚରେ ଶାସକ ଓ ବିରୋଧୀ ନେତା

କଟକ: ଗୋଟିଏ ମଞ୍ଚରେ ନଜର ଆସିଲେ ଶାସକ ଓ ବିରୋଧୀ ଦଳ ନେତା । ଅଭିଭାଷଣ ଦେଇ ଦୁଇ ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି । ବିଜେଡି କଟକ ସାଂସଦ ଭର୍ତ୍ତୃହରୀ ମହତାବଙ୍କର ବିଜେପିର ତୃଙ୍ଗ ନେତାଙ୍କ ସହ ଘନିଷ୍ଠ ବୋଲି ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କେବଳ ସେତିକି ନୁହେଁ ବିଜେପିର ସାଂସଦମାନଙ୍କ ଗହଣରେ ମଧ୍ୟ ଭର୍ତ୍ତୃହରୀ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରନ୍ତି ବୋଲି ଲୋକଙ୍କ ଧାରଣା ରହିଛି । ତେବେ ସେହି ଧାରଣା ଆଜି ଅଧିକ ମଜଭୁତ ହୋଇଛି । କାରଣ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ଭର୍ତ୍ତୁହାରୀ ମହତାବଙ୍କ ପରାମର୍ଶ ଏବଂ ଧର୍ମେନ୍ଦ୍ର ମଧ୍ୟ ଭର୍ତ୍ତୃହରୀଙ୍କୁ ପ୍ରଶଂସା କରିବା ସହ ଭତ୍ତୃହରୀଙ୍କୁ ମୋଦିଙ୍କ ପ୍ରିୟ ଲୋକ ବୋଲି କହିବାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଆଜି କଟକ ସ୍ଥିତ ରେଭେନ୍ସା ବାଳିକା ବିଦ୍ୟାଳୟରେ ଅନୁଷ୍ଠାନର 150 ବର୍ଷ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ କଟକ ସାଂସଦ ଭର୍ତ୍ତୁହାରୀ ମହତାବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ବକ୍ତବ୍ୟ ଦେବାକୁ ଆସି କଟକ ସାଂସଦ ଭର୍ତ୍ତୁହାରୀ ମହତାବ କହିଥିଲେ ଯେ, ଖେଳ ପଡ଼ିଆରେ ଅନେକ ଫାଉଲ ଭୋଗିବାକୁ ହୋଇଥାଏ । ଏମିତି କିଛି ପିଲା ଅଛନ୍ତି ଯେଉଁମାନେ କି ଭଲ ଖେଳ ପ୍ରଦର୍ଶନ କରୁଥିବା ପିଲାକୁ ଫାଉଲ ମାରି ତାଙ୍କ ପାଖରୁ ବଲକୁ ଛଡାଇ ନିଜେ ସ୍କୋର କରି ଦେଇଥାନ୍ତି । ଜୀବନରେ ଏମିତି ଫାଉଲ ମାରିବା ଲୋକ ଅନେକ ଅଛନ୍ତି । ତେଣୁ ଧର୍ମେନ୍ଦ୍ର ବାବୁ କେହି ଫାଉଲ ମାରିଲେ ମନ ଶଙ୍କା କରନ୍ତୁ ନାହିଁ ବୋଲି କହିଥିଲେ ଭର୍ତ୍ତୃହାରୀ ।

ଏହା ମଧ୍ୟ ପଢ଼ନ୍ତୁ.....ରାଜନୈତିକ ସ୍ବାର୍ଥ ଚରିତାର୍ଥ ପାଇଁ ଓଡିଶାକୁ ବଦନାମ କରୁଛନ୍ତି ଧର୍ମେନ୍ଦ୍ର: ସସ୍ମିତ

ଏହାସହ ଭର୍ତ୍ତୃହାରୀ ଏହା ମଧ୍ୟ କହିଥିଲେ ଯେ, ଧର୍ମେନ୍ଦ୍ର ଜଣେ କୁଶଳି ବ୍ୟକ୍ତି । ଯଦି କେହି ଆପଣଙ୍କ ଠାରୁ ବଲ ଛଡାଇବା ପାଇଁ ଉଦ୍ୟମ କରୁଛି, ତେବେ ତାକୁ କେମିତି ଅତିକ୍ରମ କରି ନିଜ ଗୋଲ୍ ସ୍କୋର କରିବେ ସେହି କୌଶଳ ଓ ଦକ୍ଷତା ଆପଣଙ୍କ ପାଖରେ ଅଛି ଏବଂ ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଆପଣଙ୍କୁ ଦକ୍ଷତା ବିକାଶ ବିଭାଗ ଉପରେ ଦାୟିତ୍ୱ ଦେଇଛନ୍ତି ବୋଲି କହିଥିଲା କଟକ ସାଂସଦ । ସେପଟେ ଧର୍ମେନ୍ଦ୍ର୍ର ମଧ୍ୟ ଭର୍ତ୍ତୃହରୀଙ୍କୁ ପ୍ରଶଂସା କରିବା ସହ ଭତ୍ତୃହରୀଙ୍କୁ ମୋଦିଙ୍କ ପ୍ରିୟ ଲୋକ ବୋଲି ମଧ୍ୟ କହିଥିଲେ । ତେବେ ଉଭୟ ବିରୋଧୀ ଦଳ ଓ ଶାସକ ଦଳର ଦୁଇ ନେତେ ଏଭଲି ପରସ୍ପରକୁ ପ୍ରଶଂସା କରିବାକୁ ନେଇ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.