ETV Bharat / state

କଟକ ନାବାଳିକା ଦୁଷ୍କର୍ମ ମାମଲା: ସମ୍ପର୍କୀୟ ବଡବାପାକୁ ବାନ୍ଧିଲା ପୋଲିସ

କଟକ ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଗିରଫ । ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

author img

By

Published : May 18, 2022, 7:20 AM IST

କଟକ ନାବାଳିକା ଦୁଷ୍କର୍ମ ମାମଲା: ଜଣକୁ ବାନ୍ଧିଲା କମିଶନରେଟ ପୋଲିସ

କଟକ: ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଗିରଫ । ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ଜଣେ ହେଉଛି ନାବାଳିକାଙ୍କ ସମ୍ପର୍କୀୟ ବଡ଼ବାପା । ପୋକ୍ସୋ କୋର୍ଟରେ ପୀଡିତାଙ୍କ ବୟାନକୁ ଆଧାରର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

କଟକ ନାବାଳିକା ଦୁଷ୍କର୍ମ ମାମଲା: ଜଣେ ଗିରଫ

ସୂଚନାଅନୁସାରେ, ଅଭିଯୁକ୍ତ ଜଣକ ଗତ ଦୁଇ ମାସ ମଧ୍ୟରେ ନାବାଳିକାକୁ ଦୁଇଥର ଦୁଷ୍କର୍ମ କରିଥିବା ନେଇ କୋର୍ଟରେ ପୀଡିତ ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ଏହାସହ ସେହି ଗାଁର ମଧ୍ୟ ଅନ୍ୟ ଜଣେ ନାବାଳିକା ପ୍ରତି ଅସଦାଚରଣ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ମାତ୍ର ସେହି ସମୟରେ ପୀଡ଼ିତାଙ୍କ ପରିବାର ଲୋକ ଲଜ୍ଜା ଭୟରେ ଏନେଇ ଥାନାରେ ଅଭିଯୋଗ କରି ନଥିବା ପୋଲିସ ପକ୍ଷରୁ କୁହାଯାଇଛି । ଦୁଇ ଦିନ ତଳେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ପ୍ରଥମେ ସ୍ଥାନୀୟ ଏକ ଆଶ୍ରମର ଅନ୍ତେବାସୀଙ୍କ ଉପରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା । ଗାଁ ଲୋକମାନେ ଆଶ୍ରମକୁ ଘେରି ରହିବା ସହ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା ପୋଲିସକୁ ମଧ୍ୟ ଦୀର୍ଘ ସମୟ ଧରି ଅଟକ ରଖିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.