ETV Bharat / state

ସିଏମସି ଟେଣ୍ଡର, ମୋକିମ ଦେଉଛନ୍ତି ବିଭ୍ରାନ୍ତିକର ମନ୍ତବ୍ୟ: ମେୟର

author img

By

Published : Jul 12, 2023, 3:34 PM IST

ସହରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ କିଛି ତଥ୍ୟ ନ ଥାଇ ଭିତ୍ତିହୀନ ଅଭିଯୋଗ ବିଧାୟକ ଆଣିଥିବା ନେଇ ମେୟର କହିଛନ୍ତି । ଅଧିକ ପଢନ୍ତୁ

cuttack mayor subash singh
cuttack mayor subash singh

cuttack mayor subash singh

କଟକ: ମୋକିମ ଦେଉଛନ୍ତି ବିଭ୍ରାନ୍ତିକର ମନ୍ତବ୍ୟ । ଯାହା କେବେବି ଗ୍ରହଣୀୟ ନୁହେଁ । ଟେଣ୍ଡର ପ୍ରକ୍ରିୟାକୁ ନେଇ ବିଧାୟକ ମୋକିମ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା ବୋଲି କହିଛନ୍ତି ମେୟର ସୁବାସ ସିଂହ । ସହରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ କିଛି ତଥ୍ୟ ନ ଥାଇ ଭିତ୍ତିହୀନ ଅଭିଯୋଗ ବିଧାୟକ ଆଣିଥିବା ନେଇ ମେୟର କହିଛନ୍ତି ।

ସୂଚନା ମୁତାବକ, ଗଣମାଧ୍ୟମରେ 72ଟି ପ୍ରକଳ୍ପକୁ 155 କୋଟି ଟଙ୍କା ବ୍ୟୟ ଅଟକଳର କାର୍ଯ୍ୟକୁ ବିନା ଟେଣ୍ଡରରେ ସରକାରୀ ଠିକା ସଂସ୍ଥା ଗୁଡିକୁ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ । ଏହାର ଜବାବରେ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ମତକୁ ଖଣ୍ଡନ କରିବା ସହ ଏହା ଅବାସ୍ତବିକ ଓ ତଥ୍ୟ ବିହୀନ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ । କଟକ ସହରର ଉନ୍ନତିକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅର୍ଥକୁ ସଂପୂର୍ଣ୍ଣ ସଠିକ୍ ଭାବେ ନିୟୋଜିତ କରାଯାଉଛି । ଏହା ସହ କାର୍ଯ୍ୟ ଗୁଡ଼ିକର ମାନ ପରଖିବା ପାଇଁ ଏନ୍ ଆଇଆଇଟି ରାଉରକେଲା ସହଯୋଗ ନିଆଯିବ । ତେଣୁ ବିଧାୟକଙ୍କ ଏହି ମନ୍ତବ୍ୟ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି କଟକ ମେୟର ।

ଏହା ମଧ୍ୟ ପଢନ୍ତୁ- ବାଦାମବାଡିରେ ଡ୍ରେନ ଜାମ କରୁଛନ୍ତି ବ୍ୟବସାୟୀ, କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ କହିଲେ ମେୟର

ତେବେ ମେୟରଙ୍କ କହିବାନୁସାରେ, କଟକ ମହାନଗର ନିଗମ ଅଞ୍ଚଳରେ ୭୨ ଟି ନୂତନ ପ୍ରକଳ୍ପ, ବସଷ୍ଟାଣ୍ଡ, ବାରବାଟୀ ଷ୍ଟାଡିୟମ ନିକଟରେ ଫୁଡ ପାର୍କ, ଉନ୍ନତମାନର ଶୌଚାଳୟ, ବସ୍ତି ଅଞ୍ଚଳରେ ଉଚ୍ଚ ମାନର ଲାଇବ୍ରେରୀ, ପାର୍କ, ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ ପ୍ରଭୃତି କାର୍ଯ୍ୟ ସରକାରୀ ଅନୁମୋଦିତ ସଂସ୍ଥା ବିଶେଷ କରି ପୋଲିସ ହାଉସିଂ କର୍ପୋରେସନ ୧୧ଟି ପ୍ରକଳ୍ପକୁ ୬୦ କୋଟି ଟଙ୍କାର କାର୍ଯ୍ୟ କରିବାକୁ ଦିଆଯାଇଛି । ସେହିଭଳି ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ୧୪ଟି ପ୍ରକଳ୍ପ, ଜଳ ସମ୍ପଦ ବିଭାଗର ୪ କୋଟି ଟଙ୍କାର ପ୍ରକଳ୍ପ ୬ ମାସ ମଧ୍ୟରେ ଶେଷ କରାଯିବ ବୋଲି କହିଛନ୍ତି । କଟକ ମହାନଗର ନିଗମ ବିନା ଆର୍ଥିକ ସର୍ତ୍ତରେ ଏନ. ଆଇ. ଆଇ. ଟି. ରାଉରକେଲା ସହଯୋଗୀତାରେ ଏହି କାର୍ଯ୍ୟ ଗୁଡିକର ମାନ ପରୀକ୍ଷା କରିବାକୁ ପଦକ୍ଷେପ ନିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.