ETV Bharat / state

ଯାଜପୁର ମହିଳାଙ୍କୁ କୋର୍ଟ ଚାଲାଣ ଘଟଣା, ପୋଲିସ ଉପରୁ ଲୋକଙ୍କ ଭରସା ତୁଟୁଛି କହିଲେ ଆଇନ ଛାତ୍ର

author img

By

Published : Feb 18, 2023, 1:56 PM IST

ନ୍ୟାୟ ପାଇଁ ଡିଜିଙ୍କ ପାଖକୁ ଆସିଥିବା ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା । ପୋଲିସର ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଲେ ଆଇନ ଛାତ୍ର । ଅଧିକ ପଢନ୍ତୁ

ଡିସିପିଙ୍କୁ ଭେଟିଲେ କଟକ ଆଇନ ଛାତ୍ର
ଡିସିପିଙ୍କୁ ଭେଟିଲେ କଟକ ଆଇନ ଛାତ୍ର
ଡିସିପିଙ୍କୁ ଭେଟିଲେ କଟକ ଆଇନ ଛାତ୍ର

କଟକ: ନ୍ୟାୟ ପାଇଁ ଯାଜପୁରରୁ ଆସିଥିବା ମହିଳାଙ୍କୁ କୋର୍ଟ ଚାଲାଣ କରାଯିବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି କଟକର ଆଇନ ଛାତ୍ରଛାତ୍ରୀ । ସମସ୍ୟା ନେଇ ଯାଜପୁରର ସରସ୍ବତୀ ସାହୁଙ୍କୁ ଡିଜିପି ଅଫିସକୁ ଆସିଥିଲେ । ହେଲେ ପୋଲିସ ଯେଉଁଭଳି ଭାବରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଓ ପରେ ଜାମିନ ମିଳିଲା ତାହା ସମସ୍ତଙ୍କୁ ଚକିତ କରିଛି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହି ସଂକ୍ରାନ୍ତରେ କଟକ ଡିସିପିଙ୍କୁ ଭେଟି ଦାବି ଜଣାଇଛନ୍ତି ମଧୁସୂଦନ ଲ' ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ।

ମଧୂସୁଦନ ଲ' କଲେଜ ଛାତ୍ର କହିଛନ୍ତି ଯେ, ଡିଜି ଅଫିସକୁ ଆସିଥିବା ମହିଳାଙ୍କ ଅଭିଯୋଗ ଶୁଣିବା ବଦଳରେ ପୋଲିସ ସେକ୍ସନ ଆଇପିସି ଦଫା ଅନୁସାରେ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିଥିଲା । ଯାହା କେବେ ବି ଗ୍ରହଣୀୟ ନୁହେଁ । ନିଜ ଅଧିକାର ପାଇଁ ସେ ଡିଜିଙ୍କ ଦ୍ୱାରସ୍ଥ ହେଉଥିବାରୁ ତାଙ୍କ ଅଭିଯୋଗ ଶୁଣିବା ଆବଶ୍ୟକ ଥିଲା । ହେଲେ ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିବା ଓ କୋର୍ଟରୁ ତୁରନ୍ତ ଜାମିନ ମିଳିବା ପୋଲିସର ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏଥିରେ ସ୍ପଷ୍ଟ ଜଣାପଡୁଛି ପୋଲିସ ଉପରେ ସାଧାରଣ ଲୋକଙ୍କର ଭରସା ନାହିଁ ।

ପୋଲିସ ହେଉଛି କାନୁନର ଜ୍ଞାତା ଓ ଆଇନ ଶୃଙ୍ଖଳାର ମୁଖ୍ୟ ପରିଚାଳକ । କିନ୍ତୁ ସେମାନେ ଯଦି ଏପରି କାର୍ଯ୍ୟ କରିବ ତେବେ ଲୋକେ ଭରସା କରିବେ କାହାକୁ । ଏ ଦିଗରେ ଡିସିପି ନିଜେ ହସ୍ତକ୍ଷେପ କରି ପଦକ୍ଷେପ ଗ୍ରହଣ କଲେ ଆଗାମୀ ଦିନରେ ଆଇନର ପରିସରକୁ ଲୋକଙ୍କ ମଧ୍ୟରେ ବ୍ୟାପକ କରିହେବ ବୋଲି କହିଛନ୍ତି ଆଇନ ଛାତ୍ର ।

ପ୍ରକାଶଥାଉ କି, ଗତ କିଛିଦିନ ତଳେ ଯାଜପୁରର ସରସ୍ବତୀ ସାହୁ ନାମକ ମହିଳା ଅଭିଯୋଗ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ଅଭିଯୋଗ ଜଣାଇବାରେ ବିଳମ୍ବ ହେବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ଏନେଇ ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କାରି କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ସେ କୋର୍ଟରୁ ତୁରନ୍ତ ଜାମିନ ମଧ୍ୟ ପାଇଥିଲେ । ଏହି ଘଟଣାରେ ପୋଲିସ ନିଜ ଦାୟିତ୍ବ ସୂଚାର ରୂପେ ତୁଲାଉ ବୋଲି ଡିସିପିଙ୍କୁ ଭେଟି ଦାବି ଜଣାଇଛନ୍ତି ଆଇନ ଛାତ୍ରଛାତ୍ରୀ ।

ଆଗମୀ ଦିନରେ ପୋଲିସ ଉପରେ ଲୋକଙ୍କ ରହିଥିବା ଭରସା ଓ ବିଶ୍ୱାସରେ ଯେପରି ଆଞ୍ଚ ନଆସେ ସେ ଦିଗରେ ସଚେତନ ରହିବା ଆବଶ୍ୟକ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଘଟଣାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିଲା ବେଳେ ଆଗାମୀ ଦିନରେ ପୋଲିସର ପଦକ୍ଷେପ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.