ETV Bharat / state

କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ଘଟଣା, ଥାନା ଅଧିକାରୀ ନିଲମ୍ବିତ - suicide attempt Kishannagar police station

କଟକ କିଶନ ନଗର ଥାନା ସମ୍ମୁଖରେ ଆତ୍ମାହୁତି ମାମଲାରେ ଥାନା ଅଧିକାରୀ ନିଲମ୍ବିତ । ଅଧିକ ପଢନ୍ତୁ

କିଶନନଗର ଥାନା ସମ୍ମୁଖରେ ଆତ୍ମାହୂତି ଘଟଣା, ଥାନା ଅଧିକାରୀ ନିଲମ୍ବିତ

author img

By

Published : Jun 28, 2022, 4:01 PM IST

କଟକ: ସାଲେପୁର କିଶନ ନଗର ଥାନା ସମ୍ମୁଖରେ ଆତ୍ମାହୁତି ମାମଲାରେ ଥାନା ଅଧିକାରୀ ସସ୍ମିତା ନିଲମ୍ବିତ । ପୋଲିସ ଡିଜି ସୁନୀଲ ବଂଶଲ ଥାନା ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ଦାୟିତ୍ବରେ ଅବହେଳା ଦର୍ଶାଇ DGP ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି । ଗତ ମଙ୍ଗଳବାର କଟକ କିଶନ ନଗର ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ସହଯୋଗ କରୁନଥିବା ଅଭିଯୋଗ କରି ଦେହରେ ନିଆଁ ଲଗାଇ ଦେଇଥିଲେ ଗୁଣନିଧି ବିଷୋଇ ।

ସୂଚନା ଅନୁଯାୟୀ, ପାରିବାରିକ ସମସ୍ୟାର ସମାଧାନ ନେଇ ଇଷାଣି ବ୍ରହ୍ମପୁର ଅଞ୍ଚଳର ଗୁଣନିଧି ବିଷୋଇ ବାରମ୍ବାର ଥାନାକୁ ଦୌଡୁଥିଲେ । ହେଲେ ଥାନା ଅଧିକାରୀ କୌଣସି କର୍ଣ୍ଣପାତ କରୁନଥିଲେ କି ଅଭିଯୋଗପତ୍ର ମଧ୍ୟ ରଖୁନଥିଲେ । ଏପରିକି ଥାନା ଅଧିକାରୀମାନେ ବ୍ୟକ୍ତିଙ୍କୁ ଅଣଦେଖା ମଧ୍ୟ କରିଥିବା ଅଭିଯୋଗ ହୋଇଛି । ଏହାକୁ ସହିନପାରି ଶେଷରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ଗୁଣନିଧି । ଦେହରେ କିରାସିନି ଢାଳି ନିଆଁ ଲଗାଇଥିଲେ ଥାନା ପରିସରରେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.