ETV Bharat / state

କଟକ ଇନଡୋର ଷ୍ଟାଡିୟମ ହେଲା ୨୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲ - କୋଭିଡ କେୟାର ହସପିଟାଲ

କଟକ ଜବାହରଲାଲ ଇନଡୋର ଷ୍ଟାଡିୟମରେ ହେବ ୨୫୦ ବେଡ ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲ । ଏଠାରେ ଲକ୍ଷଣବିହୀନ ଏବଂ ଅଳ୍ପଲକ୍ଷଣ ଥିବା କୋରୋନା ଆକ୍ରାନ୍ତଙ୍କୁ ରଖାଯାଇ ଚିକିତ୍ସା କରାଯିବା । ଅଧିକ ପଢନ୍ତୁ...

କଟକ ଜବାହରଲାଲ ଇନଡୋର ଷ୍ଟାଡିୟମ ହେବ ୨୫୦ ବେଡ ବିଶିଷ୍ଟ କୋଭିଡ କେୟାର ହସପିଟାଲ

author img

By

Published : Jul 31, 2020, 4:39 PM IST

କଟକ: ଜବାହରଲାଲ ଇନଡୋର ଷ୍ଟାଡିୟମରେ ହେବ ୨୫୦ ବେଡ ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲ। କଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏହାକୁ ଦୃଷ୍ଟରେ ରଖି ବର୍ତ୍ତମାନ ଇନଡୋର ଷ୍ଟାଡିୟମର ପରିସରକୁ ହସ୍ପିଟାଲରେ ପରିଣତ କରାଯାଉଛି ।

କଟକ ଜବାହରଲାଲ ଇନଡୋର ଷ୍ଟାଡିୟମ ହେବ ୨୫୦ ବେଡ ବିଶିଷ୍ଟ କୋଭିଡ କେୟାର ହସପିଟାଲ

କଟକରେ ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସେମାନଙ୍କ ପାଇଁ କୋଭିଡ ହସ୍ପିଟାଲର ବ୍ୟବସ୍ଥା କରାଯାଉଛି। କଟକ ଜବାହରଲାଲ ଇନଡୋର ଷ୍ଟାଡିୟମରେ ୨୫୦ ଟି ବେଡର ବ୍ୟବସ୍ଥା କରାଯାଇଛି।

ବିଶେଷକରି ଲକ୍ଷଣ ବିହୀନ ଏବଂ ଅଳ୍ପ ଲକ୍ଷଣ ଥିବା କୋରୋନା ରୋଗୀଙ୍କୁ ଏହି ଠାରେ ରଖାଯାଇ ଚିକିତ୍ସା କରାଯିବା ବ୍ୟବସ୍ଥା କରାଯାଉଛି। ଏଥିପାଇଁ ୩ ଜଣ ଡାକ୍ତର, ୩ ଜଣ ଫାର୍ମାସିଷ୍ଟ, ୫ ଜଣ ଷ୍ଟାଫ ନର୍ସ, ୯ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କୋଭିଡ ରୋଗୀଙ୍କ ଖାଦ୍ୟ ସୁବିଧା ପାଇଁ କ୍ୟାଟେରିଂର ବ୍ୟବସ୍ଥା କରାଯାଇଛି। ତେବେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ନୋଡାଲ ଅଫିସର କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.