ETV Bharat / state

ପାଖେଇ ଆସୁଛି ବାଲିଯାତ୍ରା, ମୁଖ୍ୟ ଆକର୍ଷଣ ହେବ କଟକ ଇନ୍‌ କଟକ - ବାଲିଯାତ୍ରା

ଆଉ ଦିନ ପରେ କଟକ ଐତିହାସିକ ବାଲିଯାତ୍ରା । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିବ କଟକ ଇନ କଟକ କନସେପ୍ଟ । ଅଧିକ ପଢନ୍ତୁ

ପାଖେଇ ଆସୁଛି ବାଲିଯାତ୍ରା
ପାଖେଇ ଆସୁଛି ବାଲିଯାତ୍ରା
author img

By

Published : Nov 6, 2022, 12:12 PM IST

କଟକ: ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ କଟକ ଐତିହାସିକ ବାଲିଯାତ୍ରା । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୋଭିଡ ଦୁଇ ବର୍ଷ ପରେ ବାଲିଯାତ୍ରା ଉତ୍ସବ ଆୟୋଜନ କରାଯାଉଥିବାରୁ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ ଦିନ ରାତି ଏକ କରି ଦେଇଛି । ବାଲିଯାତ୍ରାକୁ ବେଶ ସରସ ସୁନ୍ଦର କରିବାକୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଏଥର କିନ୍ତୁ ମୁଖ୍ୟ ଆକର୍ଷଣୀୟ ରହିବ କଟକ ଇନ କଟକ କନସେପ୍ଟ । ତେବେ ଏହା କଣ ? ଏଥିରେ ଏମିତି କଣ ରହିଛି, ଏପରି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରୁଥିବ ନିଶ୍ଚୟ ।

ପାଖେଇ ଆସୁଛି ବାଲିଯାତ୍ରା

କଟକ ଇନ କଟକ କନସେପ୍ଟ କଣ?

ଚଳିତ ବର୍ଷ ବାଲିଯାତ୍ରାରେ କଟକ ଇନ କଟକ କନସେପ୍ଟ ପ୍ରଥମ ଥର ପାଇଁ କରାଯାଉଛି । ଯାହାକି ପୂର୍ବରୁ କେବେ ହୋଇନଥିଲା । ଏଥିରେ ପ୍ରାୟ ସହରର ସମସ୍ତ ଐତିହାସିକ ସ୍ଥାନ ବା ସହରର ପରମ୍ପରାକୁ ସ୍ଥାନିତ କରାଯିବ । ଜଣେ ଦର୍ଶକ ଏଠାକୁ ଆସିଲେ ସହରର ସମସ୍ତ ଐତିହ୍ୟ ଏବଂ ପରମ୍ପରା ସମ୍ପର୍କରେ ଜ୍ଞାନ ଆହରଣ କରିପାରିବ ବା ତଥ୍ୟ ପାଇପାରିବ । ଏହା ପ୍ରାୟ ୬ ଏକରରୁ ଅଧିକ ଜମିରେ ପ୍ରସ୍ତୁତ କରାଯାଉଛି । ଏହି ସ୍ଥାନରେ ସହରର ଭାଇଚାରାକୁ ମଧ୍ୟ ସ୍ଥାନିତ କରାଯିବ ।

ବିଶେଷକରି ଏହି ସ୍ଥାନରେ ମନ୍ଦିର, ମସଜିଦ, ଚର୍ଚ୍ଚ,ହରିଦ୍ୱାରକୁ ମଧ୍ୟ ସ୍ଥାନିତ କରାଯାଇ ଆକର୍ଷଣୀୟ କରାଯାଉଛି । ଏଠାରେ ଥିବା ବିଭିନ୍ନ ଗଛ ଗୁଡିକୁ ବିଭିନ୍ନ ପ୍ରକାର ରଙ୍ଗ ଦିଆଯାଉଛି। ଏଠାକୁ ଯିଏ ବି ଆସିବ ବେଶ ହାଲକା ମନରେ ସମୟ ବିତାଇ ପାରିବ । ବିଭିନ୍ନ ପ୍ରକାର ଆଲୋକ ମାଳାରେ ଝଲସିବ ଏହି ସ୍ଥାନ। ତେବେ ଏହା ସମସ୍ତ ଦର୍ଶକ ମାନଙ୍କୁ ବେଶ ପସନ୍ଦ ହେବ ବୋଲି କଟକ ଜିଲ୍ଳାପାଳ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଚିନ୍ତା ବଢାଉଛି ପିଲା ଚୋରି ଘଟଣା, ସତର୍କ ରହିବାକୁ ଏସପିଙ୍କୁ ନିର୍ଦ୍ଦେଶ

ସେହିପରି ବାଲିଯାତ୍ରାକୁ ଭିନ୍ନ ରୂପରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଲେଜର ଲାଇଟ ଶୋ' ବ୍ୟବସ୍ଥା କରାଯାଇଛି । ଲେଜର ଲାଇଟ ଶୋ'ରେ ଲାଇଟ୍‌ ଏଣ୍ଡ ସାଉଣ୍ଡ ବ୍ୟବହାର କରି କଟକରେ ଐତିହସ୍ଥାନ ଓ ମହାନ ବ୍ୟକ୍ତିତ୍ବଙ୍କ ଜୀବନୀକୁ ନେଇ ଏହା ପ୍ରଦର୍ଶନ କରାଯିବ । ଏନେଇ ଆଜି ବାଲିଯାତ୍ରା ପଡିଆ ଠାରେ ଲେଜର ଲାଇଟ ଶୋ' ଟ୍ରାଏଲ କରାଯାଇଛି । ଟ୍ରାଏଲରେ ଥ୍ରୀଡି ଆନିମେଶନ ଶହ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କଟକ ଗସ୍ତର ଦୃଶ୍ୟ ପ୍ରଦର୍ଶନ କରାଯାଇଛି । ଦିଲ୍ଲୀରୁ ଆସିଥିବା ଟିମ୍ ମହାନଦୀ ପାଣିରେ ଏହାକୁ ଆଜି ଟ୍ରାଏଲ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.