ETV Bharat / state

ରାତି ପାହିଲେ କାଳୀ ପୂଜା, ସମସ୍ତ ମଣ୍ଡପରେ ପ୍ରସ୍ତୁତି ଶେଷ - ଧରାଧାମକୁ ଓହ୍ଲାଇ ଆସିବେ ମା କାଳୀ

ରାତି ପାହିଲେ କାଳୀପୂଜା। ଉଠିବ ପଡିବ କଟକ । ବିଭିନ୍ନ ମଣ୍ଡପରେ ଏନେଇ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆସନ୍ତାକାଲି ମଧ୍ୟ ରାତିରେ ମା କାଳୀଙ୍କ ପୂଜା କରାଯିବ । ଅଧିକ ପଢନ୍ତୁ

ରାତି ପାହିଲେ କାଳୀ ପୂଜା , ସମସ୍ତ ମଣ୍ଡପରେ ପ୍ରସ୍ତୁତି ଶେଷ

author img

By

Published : Oct 23, 2022, 3:03 PM IST

କଟକ: ଜାରି ରହିଛି ପାର୍ବଣ ଋତୁ । ଧରାଧାମକୁ ଓହ୍ଲାଇ ଆସିବେ ମା' କାଳୀ । ମହାମାରୀ କୋରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେବ କାଳୀ ପୂଜା ଫିକା ପଡିଥିବାବେଳେ ଚଳିତ ବର୍ଷ ଧୁମଧାମରେ ପୂଜା ପାଳିବେ ରାଜ୍ୟବାସୀ । ଅଧର୍ମ ଉପରେ ଧର୍ମର ଜୟ ଏବଂ ଅନ୍ଧାର ଉପରେ ଆଲୋକର ପର୍ବ ଦୀପାବଳି ସମେତ ମା’ କାଳୀଙ୍କ ପୂଜା ପାଇଁ ସଜେଇ ହେଲାଣି କଟକ ସହର ।

ରାତି ପାହିଲେ କାଳୀ ପୂଜା , ସମସ୍ତ ମଣ୍ଡପରେ ପ୍ରସ୍ତୁତି ଶେଷ

ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏହି ଅବସରରେ କାଳୀ ପୂଜାକୁ ନେଇ ଚଳଚଞ୍ଚଳ ସହର । ବିଭିନ୍ନ ମଣ୍ଡପରେ ଏନେଇ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆସନ୍ତାକାଲି ମଧ୍ୟ ରାତିରେ ମା' କାଳୀଙ୍କ ପୂଜା କରାଯିବ । ଆଉ ପୂଜା ସରିବା ପରେ ମା'ଙ୍କ ବିସର୍ଜନ କରାଯିବ । ଏହାପରେ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡପରେ ଅନୁଷ୍ଠିତ ହେବ । କୋରୋନା ପାଇଁ କଟକରେ ଯାକଜକମରେ ହୋଇ ପାରିନଥିଲା କାଳୀପୂଜା ।

ଲୋକମାନେ ଘରେ ରହି ମା' ଙ୍କ ପୂଜାକୁ ଟିଭି ମାଧ୍ୟମରେ ଦର୍ଶନ କରିଥିଲେ । ତେବେ ଚଳିତବର୍ଷ କୋଭିଡ ମହାମାରୀକୁ ବିଦାୟ ଦେଇ ମା' ଙ୍କୁ ପାଖରୁ ଦେଖିବେ କଟକିଆ । ତେବେ ଏନେଇ ମା' ଙ୍କ କାଳୀ ପୂଜା ଆରମ୍ଭ ହେବ । ଏଥିସହ ଆସନ୍ତା 28 ତାରିଖରେ ଦେବୀଗଡାରେ ମା' ନେବେ ମେଲାଣି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.