ETV Bharat / state

ଏଥର ଭିନ୍ନ ହେବ କଟକ ଦୁର୍ଗାପୂଜା ଭସାଣି

author img

By

Published : Sep 29, 2019, 1:06 PM IST

ଚଳିତ ଦୁର୍ଗା ପୂଜା ଭସାଣିରେ ଭିଡକୁ ନଜରରେ ଅଣ୍ଟା ଭିଡିଛି କଟକ ଶାନ୍ତି କମିଟି । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ଯତ୍ନବାନ ହୋଇଛି ଶାନ୍ତି କମିଟି । ସୁରକ୍ଷାକୁ ଦୃଷ୍ଟିରେ ରଖି 2 ଅନୁପାତ1ରେ କରାଯିବ ଭସାଣି କାର୍ଯ୍ୟକ୍ରମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଦଶହରା ପ୍ରସିଦ୍ଧ କଟକ । ଏବେ ଠାରୁ ମା'ଙ୍କ ଆବାହନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସହର । କେଉଁଠି ମା'ଙ୍କୁ ଶେଷ ସ୍ପର୍ଶ ଦିଆଯାଉଛି ତ କେଉଁଠି ମେଢ ପ୍ରସ୍ତୁତିରେ ବ୍ୟସ୍ତ କାରିଗର । ସେପଟେ, କିଭଳି ଶାନ୍ତି ଶୃଙ୍ଖଳାରେ ପୂଜା ଅନୁଷ୍ଠିତ ହେବ ସେନେଇ ପ୍ରଶାସନ ମଧ୍ୟ ତୟାର । ତେବେ ଚଳିତ ଦୁର୍ଗା ପୂଜା ଭସାଣିରେ ଭିଡକୁ ନଜରରେ ଅଣ୍ଟା ଭିଡିଛି କଟକ ଶାନ୍ତି କମିଟି । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ଯତ୍ନବାନ ହୋଇଛି ଶାନ୍ତି କମିଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କେଉଁ ଆବାହନ କାଳରୁ ପ୍ରସିଦ୍ଧି ଲାଭ କରିଥିବା ଏହି ସହରରେ ମା'ଙ୍କ ଦର୍ଶନ ଲାଗି ପ୍ରବଳ ଭିଡ ଜମେ । ଯାହାକୁ ନେଇ ଚଳିତ ଥର ଶାନ୍ତି କମିଟି ଭିଡ ନିୟନ୍ତ୍ରଣକୁ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏଥର ଭସାଣି 2 ଅନୁପାତ 1 ଭାବରେ କରାଯିବ । ସାହି ଓ ଗଳି ରାସ୍ତାରୁ ମେଢ ବାହାରି ମୁଖ୍ୟ ରାସ୍ତାକୁ 2 ଅନୁପାତ 1ରେ ବାହାରକୁ ଛଡାଯିବ । ଯଦ୍ବାରା ଭିଡ କି ଟ୍ରାଫିକ ଜାମ ହେବ ନାହିଁ ।

ଏହାସହିତ ସବୁ ମେଢ଼କୁ ଶାନ୍ତି ଶୃଙ୍ଖଳା ସହ ବିସର୍ଜନ କରି ହେବ । ତେବେ ଏହି ଯୋଜନା ବାବଦରେ ସମସ୍ତ ପୂଜା କମିଟି ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଚଳିତ ଦୁର୍ଗା ପୂଜା ଭସାଣି ରେ କୌଣସି ପ୍ରକାର ଭିଡ଼ କି ଅସୁବିଧା ପରିଲକ୍ଷିତ ହେବ ନାହିଁ । ପ୍ରତ୍ୟକ ମେଢ଼ କୁ ଶାନ୍ତି ଶୃଂଖଳା ସହ ଦେବୀ ଗଡା ରେ ବିସର୍ଜନ କରାଯିବ । ତେବେ ଏହି ଅସୁବିଧା ର ସମାଧନ ନିମିତ୍ତ ଏକ ବ୍ଲୁପ୍ରିଣ୍ଟ ତିଆରି କରିଛି ଶାନ୍ତି କମିଟି । ଯେପରି କୌଣସି ପ୍ରକାର ଅପ୍ରତିକର ପରିସ୍ଥିତି ନ ଉପୁଜୀବ ସେ ଦିଗରେ ଯତ୍ନବାନ ହୋଇଛି ଶାନ୍ତି କମିଟି ।

ଚଳିତ ଦୁର୍ଗା ଭସାଣି ଦୁଇ ଏକ ଅନୁପାତ ରେ ହେବ । ସାହି ଓ ଗଳି ରାସ୍ତା ରୁ ମେଢ଼ ବାହାରି ମୁଖ୍ୟ ରାସ୍ତା କୁ ଦୁଇ ଏକ ଅନୁପାତ ରେ ଛଡା ଯିବ । ଯାହା ଦ୍ୱାରା ବେସି ଭିଡ଼ କି ଟ୍ରାଫିକ ଜାମ ମଧ୍ୟ ହେବନି । ଏହାସହିତ ସବୁ ମେଢ଼ କୁ ଶାନ୍ତି ଶୃଂଖଳା ସହ ବିସର୍ଜନ କରିହେବ । ତେବେ ଏହି ଯୋଜନା ବାବଦ ରେ ସମସ୍ତ ପୂଜା କମିଟି ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ।

Body:ବାଇଟ: ପ୍ରଭାତ ତ୍ରିପାଠୀ(କଟକ ମହାନଗର ପୂଜାକମିଟି ସମ୍ପାଦକ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.