ETV Bharat / state

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: ସାଂସଦ ଭର୍ତ୍ତୃହରିଙ୍କ ଉପରେ ବର୍ଷିଲେ ଦେବାଶିଷ

author img

By

Published : Sep 12, 2021, 1:11 PM IST

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପରେ ବର୍ଷିଲେ ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ। ଜଣେ ବିଜ୍ଞ ସାଂସଦ ହୋଇ ଏଭଳି କହିବା ଠିକ ହୋଇନି ବୋଲି କହିଛନ୍ତି ଦେବାଶିଷ । ଅଧିକ ପଢନ୍ତୁ...

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: ସାଂସଦ ଭର୍ତ୍ତୁହରିଙ୍କ ଉପରେ ବର୍ଷିଲେ ଦେବାଶିଷ

କଟକ: ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପରେ ବର୍ଷିଲେ ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ। ଗତକାଲି(ଶନିବାର) ଶାନ୍ତି କମିଟିରେ ହୋଇଥିବା ନିଷ୍ପତିକୁ ନେଇ ସାଂସଦକୁ ଟାର୍ଗେଟ କରିଛନ୍ତି ଦେବାଶିଷ । ଦେବାଶିଷ ସାମନ୍ତରାୟଙ୍କ କହିବାନୁସାରେ ସାଂସଦ ପୂର୍ବରୁ ଥିଲେ କେଉଁଠି । ମୂର୍ତ୍ତି ଉଚ୍ଚତା ନେଇ ସେ ଯେଉଁ ନିଜର ମତ ରଖିଲେ, ତାହା କେତେ ଦୂର ଯଥାର୍ଥ ? ଯଦି ସଂକ୍ରମଣ ବୃଦ୍ଧି ପାଏ, ସେ ଏଥିପାଇଁ ଦାୟୀ ହେବେ କି ? ଜଣେ ବିଜ୍ଞ ସାଂସଦ ହୋଇ ଏଭଳି କହିବା ଠିକ ହୋଇନି ବୋଲି କହିଛନ୍ତି ଦେବାଶିଷ ।

କେବଳ ଯେ ନିର୍ଦ୍ଦିଷ୍ଟ ଉଚ୍ଚତା ଥିଲେ ମା’ଙ୍କ ଆରାଧନା ହୋଇପାରିବ ଏହା ଆଦୌ ଠିକ ନୁହେଁ । ବହୁତ ଲୋକ ନିଜ ଘରେ ବି ଦୁର୍ଗାପୂଜା କରୁଛନ୍ତି । ସେଥିରେ କୌଣସି ଅସୁବିଧା ନାହିଁ । କିନ୍ତୁ କାଲି ହଠାତ ଆସି ଶାନ୍ତି କମିଟି ବୈଠକରେ ଏଭଳି ନିଷ୍ପତି ରଖିବା କେତେ ଦୂର ଠିକ। ସେ ଏପରି ଯଦି ସ୍ପଷ୍ଟୀକରଣ ରଖିବେ ତେବେ ତାହା ସରକାରଙ୍କ ଦ୍ଵାରା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.