ETV Bharat / state

କଟକରେ ଦୀପାବଳି କଟକଣା, ରାତି ୧୦ଟା ପରେ ବାଣ ଫୁଟାଇବା ମନା - ଡିସିପି ପିନାକ ମିଶ୍ର

ରାତି ପାହିଲେ ଦୀପାବଳି। କଟକ ସହରାଞ୍ଚଳର ପୋଲିସ ଅଧୀନସ୍ଥ ମୋଟ 27ଟି ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଥିବା କଥା କହିଛନ୍ତି ଡିସିପି ପିନାକ ମିଶ୍ର । ଅଧିକ ପଢନ୍ତୁ

ସମୟ ମଧ୍ୟରେ ବାଣ ଫୁଟାନ୍ତୁ: ଡିସିପି
ସମୟ ମଧ୍ୟରେ ବାଣ ଫୁଟାନ୍ତୁ: ଡିସିପି
author img

By

Published : Oct 23, 2022, 5:38 PM IST

କଟକ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ବାଣ ଦୋକାନରେ ଗ୍ରାହକଙ୍କ ଭିଡ ଲାଗିଛି । କଟକ ସହରାଞ୍ଚଳର ପୋଲିସ ଅଧୀନସ୍ଥ ମୋଟ 27ଟି ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଥିବା କହିଛନ୍ତି ଡିସିପି ପିନାକ ମିଶ୍ର । ଧାର୍ଯ୍ୟ ସମୟ ଭିତରେ ବାଣ ଫୁଟାଇବାକୁ କହିଛନ୍ତି ଡିସିପି ।

ସମୟ ମଧ୍ୟରେ ବାଣ ଫୁଟାନ୍ତୁ: ଡିସିପି

ସହରରେ ବାଣ ବିକ୍ରି ପାଇଁ ଲାଇସେନ୍ସ ଅନୁମତି ମାଗିଥିବା ସମସ୍ତଙ୍କୁ ଅନୁମତି ଦିଆଯାଇଛି । ପାଖାପାଖି 200ରୁ 220 ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଜିଲ୍ଲାର 27ଟି ସ୍ଥାନରେ ବାଣ ବିକ୍ରିକୁ ଅନୁମତି ମିଳିଛି । ଚୌଦ୍ବାରକୁ ମିଶାଇ ସମସ୍ତ ଥାନା ଅଞ୍ଚଳରେ ମୋଟ 27ଟି ସ୍ଥାନରେ ବାଣି ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇଛି । ବାଣି ବିକ୍ରି ପାଇଁ ସ୍ବତନ୍ତ୍ର ଗାଇଡଲାଇନ ରହିଛି । ଖୋଲା ସ୍ଥାନରେ ଦୋକାନ କରିବା ସହିତ ଦୋକାନ ମଧ୍ୟରେ କିପରି ଦୂରତା ରହିବ ସେ ଦିଗରେ ଧ୍ୟାନ ଦିଆଯାଇଛି । ଅଗ୍ନି ନିରାପତ୍ତା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଏହା ସହିତ କେମିକାଲଯୁକ୍ତ ବାଣ ବିକ୍ରି ଉପରେ ରୋକ ଲାଗିଛି ।

ଏହ ବି ପଢନ୍ତୁ...ଏକାମ୍ର ହାଟରେ ମେଲିଛି ମାଟିଦୀପର ପସରା, ମନମୋହୁଛି ରଙ୍ଗବେରଙ୍ଗର ଦୀପ

ରାତି ୮ଟା ରୁ ୧୦ଟା ଭିତରେ ହିଁ ବାଣ ଫୁଟିବ । ସବୁଜ ବାଣକୁ ବାଦ ଦେଇ ଅନ୍ୟ ବାଣ କିମ୍ବା ଶବ୍ଦ ପ୍ରଦୂଷଣ କରୁଥିବା ବାଣ ଫୁଟାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି । ଏଥିରେ ବ୍ୟତିକ୍ରମ ଦେଖିଲେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ପୋଲିସ କଣ୍ଟ୍ରୋଲ ରୁମକୁ ଜଣାଇବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି କଟକ ଡିସିପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.