କଟକ: କୋରୋନାକୁ ମାତ୍ ଦେଇ କାର୍ଯ୍ୟରେ ଯୋଗ ଦେଲେ କୋରୋନା ଯୋଦ୍ଧା । ନିଆରା ଢଙ୍ଗରେ ସମ୍ବର୍ଦ୍ଧିତ କଲେ କଟକ ଡିସିପି । କର ତାଳି ଦେଇ ଯୋଦ୍ଧାଙ୍କ ମନୋବଳକୁ ବଢାଇଛନ୍ତି ଡିସିପି ।
ଏସସିବି ମେଡିକାଲ ଫାଣ୍ଡିରେ କାର୍ଯ୍ୟରତ ଜଣେ କନେଷ୍ଟବଳ କୋରୋନା ସଂକ୍ରମିତ ହୋଇଥିଲେ । ଗତ କିଛି ଧରି ସେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛନ୍ତି । ଏହା ପରେ ସେ ପୁଣି ଥରେ ନିଜ କାମରେ ଯୋଗ ଦେଇଛନ୍ତି । କୋରୋନାକୁ ନ ଡରି କନେଷ୍ଟବଳ ଜଣକ ପୁଣି ଥରେ ଲଢେଇ କରିବାକୁ ଆସିଛନ୍ତି ।
ସମ୍ପୃକ୍ତ କନେଷ୍ଟବଳ ଜଣକ ଡିସିପିଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିବା ସମୟରେ ସମସ୍ତେ କରତାଳି ଦେଇ ସ୍ୱାଗତ କରିବା ସହ ତାଙ୍କୁ ଉତ୍ସାହିତ କରିଥିଲେ। ତେବେ ଏପରି କରିବା ଦ୍ୱାରା ସମସ୍ତଙ୍କ ମନୋବଳ ସୁଦୃଢ଼ ହେବ ବୋଲି କଟକ ଡିସିପି କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ