ନିଆଳି: ଦୁଇ ଦିନ ହେବ କଟକ ଜିଲ୍ଲା କଂଗ୍ରେସ ଉପସଭାପତି ଶଶୀକାନ୍ତ ଲେଙ୍କାଙ୍କ ଇସ୍ତଫା ଚିଠି ନିଆଳି ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । ଗତ ୧୧ ତାରିଖ ମଧ୍ୟ ରାତ୍ରିରୁ ସୋସିଆଲ ମିଡିଆରେ ଏହି ଚିଠି ଭାଇରାଲ ହୋଇଥିଲା । କଂଗ୍ରେସ ଦଳରୁ ଇସ୍ତଫା ପାଇଁ ଶଶୀକାନ୍ତ ପିସିସି ସଭାପତିଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଥିବାର ଦେଖାଯାଇଥିଲା । ମାତ୍ର ଗଣମାଧ୍ୟମ ଆଗରେ ସେ ଏହି ଘଟଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଏହି ଚିଠି ମୋର ନୁହେଁ । ମୋ ପକ୍ଷରୁ ଏମିତି କୌଣସି ଚିଠି ଯାଇନଥିବା କହିଛନ୍ତି ଶଶୀକାନ୍ତ ।
ଏହାମଧ୍ୟ ପଢନ୍ତୁ:ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ କଟକ ଜିଲ୍ଲା କଂଗ୍ରେସ ଉପ-ସଭାପତିଙ୍କ ଇସ୍ତଫା
ଯେହେତୁ ଶନିବାର ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିଲା, ଠିକ ଏହି ସମୟରେ ଶଶୀକାନ୍ତ ଲେଙ୍କା ଦଳରୁ ଇସ୍ତଫା ଚିଠି ଚାରିଆଡେ ହଇଚଇ ସୃଷ୍ଟି କରିଥିଲା । କହିରଖୁଛୁ କି, ଏହି ଭାଇରାଲ ଚିଠି ସମ୍ପର୍କରେ ଇଟିଭି ଭାରତ ପକ୍ଷରୁ ଖବର ପ୍ରସାରଣ କରାଯାଇଥିଲା ଏବଂ ଶଶୀକାନ୍ତଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ପ୍ରତିକ୍ରିୟା ମିଳି ପାରିନଥିଲା ।
ତେବେ ଶନିବାର ନିଆଳି ବ୍ଳକର ଅଧ୍ଯକ୍ଷ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରି ପରାଜୟର ସମ୍ମୁଖୀନ ହୋଇଛନ୍ତି ଶଶୀକାନ୍ତ ଲେଙ୍କା । ବ୍ଳକର ୨୩ଟି ପଞ୍ଚାୟତରୁ ୧୦ଟି ସମିତିସଭ୍ୟ ଶଶୀକାନ୍ତ ସପକ୍ଷରେ ମତଦାନ କରିଥିଲେ ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ