ETV Bharat / state

୨୬ରେ କଟକ ଆସୁଛନ୍ତି ରାଷ୍ଟ୍ରପତି, ଏମିତି ରହିବ ସୁରକ୍ଷା ବ୍ୟବସ୍ଥା - କଟକ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ୨୬ ତାରିଖ ଦିନ ତମାମ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏହା ପୂର୍ବରୁ କାର୍‌କେଡ୍‌ ରିହର୍ସଲ କରିଛି କଟକ କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

୨୬ରେ କଟକ ଆସୁଛନ୍ତି ରାଷ୍ଟ୍ରପତି
୨୬ରେ କଟକ ଆସୁଛନ୍ତି ରାଷ୍ଟ୍ରପତି
author img

By

Published : Jul 24, 2023, 8:12 PM IST

୨୬ରେ କଟକ ଆସୁଛନ୍ତି ରାଷ୍ଟ୍ରପତି

କଟକ: ଆସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ବର, କଟକ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ୨୫ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୬ଟା ବେଳେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ରାଜଭବନ ଯିବେ । ୨୬ ତାରିଖରେ ରାଷ୍ଟ୍ରପତି ଦିନ ତମାମ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ରହିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ପୂର୍ବରୁ କାର୍‌କେଡ୍‌ ରିହର୍ସଲ କରିଛି କଟକ କମିଶନରେଟ ପୋଲିସ ।

୨୬ ତାରିଖ ସକାଳେ କଟକଗସ୍ତ କରି ପ୍ରଥମେ କଟକଚଣ୍ଡି ମନ୍ଦିରରେ ମା'ଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ଏହାପରେ ମଧୁ ସଂଗ୍ରହାଳୟ ଓ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ । ପରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ । ସେହିପରି SCBର ବାର୍ଷିକ ଉତ୍ସବରେ ଯୋଗଦେବା ପରେ ଶେଷରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ରାଷ୍ଟ୍ରପତି ଯେଉଁ ରାସ୍ତା ଦେଇ ଯିବେ, ସେହି ରାସ୍ତାରେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ । ଏଥିପାଇଁ ସମସ୍ତ ପୋଲିସ ଅଧିକାରୀଙ୍କୁ ସ୍ବତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଷ୍ଟ୍ରପତିଙ୍କ କଟକ ଗସ୍ତ, ଜଗିବେ 60 ପ୍ଲାଟୁନ ଫୋର୍ସ

ଏମିତି ରହିବ ସୁରକ୍ଷା ବ୍ୟବସ୍ଥା: କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ । ଏନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତିଙ୍କ ସଭାସ୍ଥଳରେ ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀ ମୁତୟନ ରହିବେ । ରାଷ୍ଟ୍ରପତିଙ୍କ ରୁଟ୍‌ ଲାଇନଠାରୁ ଆରମ୍ଭ କରି ସଭାସ୍ଥଳ ପର୍ଯ୍ୟନ୍ତ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । କମିଶନରେଟ ପୋଲିସର ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହାର ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ହାଇକୋର୍ଟ, ଏସ୍‌ସିବି ମେଡିକାଲ, ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ ଓ ସମେତ ଅନ୍ୟ କିଛି ସ୍ଥାନକୁ ଯିବା ନେଇ ସୂଚନା ରହିଛି । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନରାଜ ହେଲିପ୍ୟାଡରେ କଡା ସୁରକ୍ଷା ବ୍ୟବସ୍ଥା ସହ ପୁରା ଗସ୍ତ ରୁଟ୍ ପାଇଁ ସ୍ଵତନ୍ତ୍ର ଫୋର୍ସ ଆରେଞ୍ଜମେଣ୍ଟ ହୋଇଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ଆଜି ହୋଇଥିବା ରିହର୍ସଲରେ ପୋଲିସ କମିଶନର, କଟକ ଡିସିପି, କଟକ ଜିଲ୍ଲାପାଳ, ସିଏମ୍‌ସି କମିଶନର, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ, ଟାଟା ପାୱାର ଅଧିକାରୀ, ସିଡିଏ ଚେୟାରମ୍ୟାନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.