ETV Bharat / state

ଚୌଧୁରୀ ବଜାର ଭସାଣି ବିବାଦ, ସ୍ପଷ୍ଟୀକରଣ ରଖିଲା ପୂଜା କମିଟି - କାର୍ତ୍ତିକେଶ୍ବର ଭସାଣି ବିବାଦ

କାର୍ତ୍ତିକେଶ୍ବର ଭସାଣି ବିବାଦ ନେଇ ସ୍ପଷ୍ଟୀକରଣ ରଖିଲା ଚୌଧୁରୀ ବଜାର ପୂଜା କମିଟି । ପୂର୍ବରୁ କମିଟିରୁ ବିଦା ହୋଇଥିବା କିଛି କୁଚକ୍ରି ଗୋଷ୍ଠୀ ଏହି ବିବାଦ ପାଇଁ ଦାୟୀ ବୋଲି କହିଛନ୍ତି କମିଟିର ସମ୍ପାଦକ । ଅଧିକ ପଢ଼ନ୍ତୁ

ଚୌଧୁରୀ ବଜାର ଭସାଣି ବିବାଦ, ସ୍ପଷ୍ଟୀକରଣ ରଖିଲା ପୂଜା କମିଟି

author img

By

Published : Nov 19, 2022, 7:54 PM IST

କଟକ: କାର୍ତ୍ତିକେଶ୍ବର ଭସାଣି ବିବାଦରେ ସ୍ପଷ୍ଟୀକରଣ ରଖିଲା ଚୌଧୁରୀ ବଜାର ପୂଜା କମିଟି । ଭସାଣି ସମୟରେ ସୃଷ୍ଟି ହୋଇଥିବା ବଡ଼ ବିଭ୍ରାଟ ପାଇଁ କିଛି କୁଚକ୍ରି ଗୋଷ୍ଠୀ ଦାୟୀ ବୋଲି କହିଛି ପୂଜା କମିଟି । ସେମାନେ ଅନେକ ଦିନ ପୂର୍ବରୁ ପୂଜା କମିଟିରୁ ବିଦା ହୋଇ ସାରିଥିବାବେଳେ ଏଭଳି ବିବାଦ ଉପୁଜାଇଛନ୍ତି ବୋଲି କମିଟିର ସମ୍ପାଦକ ଶିବଦାସ ପୂର୍ଣ୍ଣଚନ୍ଦ୍ର ସିଂ । ତେବେ ଚୌଧୁରୀ ବଜାର ପୂଜା କମିଟିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏହି ବିବାଦ ହୋଇଥିବା ଗୁଜବ ତାହା ସମ୍ପର୍ଣ୍ଣ ଅମୂଳକ ବୋଲି କହିଛି ପୂଜା କମିଟି ।

ଚୌଧୁରୀ ବଜାର ଭସାଣି ବିବାଦ, ସ୍ପଷ୍ଟୀକରଣ ରଖିଲା ପୂଜା କମିଟି

ସେହି ସମୟରେ ପୋଲିସ ପୂଜା କମିଟିକୁ ମଧ୍ୟ ଦୁର୍ବ୍ୟବହାରର ସାମ୍ନା କରିବାକୁ ପଡିଥିଲା । ବର୍ତ୍ତମାନ ସମୟରେ ପୋଲିସ ଯଦି ଚାହିଁବ ତେବେ ସେହି କୁଚକ୍ରି ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ ବୋଲି କହିଛନ୍ତି ପୂଜା କମିଟି ସମ୍ପାଦକ ଶିବଦାସ ପୂର୍ଣ୍ଣଚନ୍ଦ୍ର ସିଂ । ତେବେ ଚୌଧୁରୀ ବଜାର କାର୍ତିକେଶ୍ବର ମେଢ଼ ଭସାଣି ବେଳେ ହୋଇଥିବା ବିଶୃଙ୍ଖଳାକୁ ନେଇ ଆଜି ଚୌଧୁରୀ ବଜାର ପୂଜା କମିଟି ପକ୍ଷରୁ ଏକ ବୈଠକ ଡକା ଯାଇଥିଲା ।

ବୈଠକରେ ସମ୍ପାଦକ ଶିବଦାସ କହିଛନ୍ତି, "ବିଗତ ଦିନରେ କମିଟିରେ ଥିବା ସଦସ୍ୟମାନେ କମିଟିର କିଛି ଅର୍ଥ ଆତ୍ମସାତ କରିଥିବାବେଳେ କମିଟି ପକ୍ଷରୁ ସେମାନଙ୍କୁ ବହିସ୍କାର କରାଯାଇ ନୂତନ କମିଟି ଗଠନ ହୋଇଛି । ଏନେଇ ବିଶୃଙ୍ଖଳିତ ଗୋଷ୍ଠୀ ନୂତନ କମିଟକୁ ବଦନାମ କରିବା ପାଇଁ ଏପରି କାଣ୍ଡ ଭିଆଇଛନ୍ତି । ଏହି ଘଟଣାରେ କୁଚକ୍ରି ଗୋଷ୍ଠୀଙ୍କ ଉପରେ ପୋଲିସ ଯାହା ଆକ୍ସନ ନେବ ତାହାକୁ କମିଟି ପକ୍ଷରୁ ସମର୍ଥନ କରିବା ସହ ସ୍ବାଗତ କରାଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.