ETV Bharat / state

କଟକରେ ସପିଂମଲ ଓ ହୋଟେଲ ବ୍ୟବସାୟ ମାନ୍ଦା, କଣ୍ଟା ସାଜିଛି କୋରୋନା - ହୋଟେଲ ବ୍ୟବସାୟୀ

ବ୍ୟବସାୟୀଙ୍କୁ କନ୍ଦାଉଛି କୋରୋନା । ସପିଂମଲ ଓ ହୋଟେଲ ବ୍ୟବସାୟରେ ସିଧାସଳଖ ପ୍ରଭାବିତ କରୁଛି କୋରୋନା ।

ସପିଙ୍ଗମଲ ଓ ହୋଟେଲ ବ୍ୟବସାୟରେ କଣ୍ଟା ସାଜିଛି କୋରୋନା

author img

By

Published : Jun 20, 2020, 12:33 PM IST

କଟକ: ଦିନକୁ ଦିନ ହୁ ହୁ ହୋଇ ବଢୁଛି କୋରୋନା । ସେଥିପାଇଁ ରାତ୍ରୀକାଳୀନ କର୍ଫ୍ୟୁ କଟକଣା ସମ୍ପୂର୍ଣ୍ଣ ରୂପେ ଜାରି ରହିଛି । କେନ୍ଦ୍ର ସରକାର ଅନଲକ୍‌ 1ରେ ଅନେକ ଦିଗକୁ ମୁକ୍ତ କରିଥିଲେ ସୁଦ୍ଧା ଓଡିଶାରେ ତାହା ଜୁନ 30 ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି । ଯେଉଁଥିରେ ହୋଟେଲ ଗୁଡିକ ସିଧାସଳଖ ପ୍ରଭାବିତ ହେଉଛି । ଏହି କାରଣରୁ ବ୍ୟବସାୟୀମାନେ ହୋଟେଲରେ 30 ପ୍ରତିଶତ କର୍ମଚାରୀ ରଖୁଛନ୍ତି । ହୋଟେଲକୁ ସମସ୍ତ ଗାଇଡଲାଇନ ଆଧାରରେ ଖୋଲା ଯାଉଛି । ତେବେ ଏହି ସ୍ଥିତି ଯଦି ଆଗାମୀ 6 ମାସ ପର୍ଯ୍ୟନ୍ତ ରୁହେ, ତେବେ ସ୍ଥିତି ପୁରା ଦୋହଲି ଯିବ । ଆଉ ମୁଣ୍ଡରେ ହାତ ଦେଇ ଦେବେ ହୋଟେଲ ମାଲିକ ।

ସପିଙ୍ଗମଲ ଓ ହୋଟେଲ ବ୍ୟବସାୟରେ କଣ୍ଟା ସାଜିଛି କୋରୋନା

ହୋଟେଲ ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ଅଧୀନରେ ଥିବା କର୍ମଚାରୀଙ୍କୁ ବେତନ ଦେବା ହୋଇପଡୁଛି କଷ୍ଟ । ଯଦି ଏହି ସ୍ଥିତି ଆଗାମୀ ଦିନରେ ବି ରୁହେ, ତେବେ ହୋଟେଲ ବ୍ୟବସାୟ ବୁଡିବା ଭଳି ପ୍ରତୀତ ହେବ । ସପିଂ ମଲ କଥା ଯଦି କହିବା ତେବେ ମଲ୍‌ ମଧ୍ୟ ପଡିଛି ଶୂନ୍ୟ । କୋରୋନା ଭୟରେ କେହି ଗ୍ରାହକ ଆସୁ ନାହାଁନ୍ତି । ଯାହା ଫଳରେ ଯାହା ବ୍ୟବସାୟର ଆଶା ରହିଥିଲା, ତାହା ମଧ୍ୟ ଧୀରେ ଧୀରେ ମଉଳିବାକୁ ଲାଗିଲାଣି ।

ଲୋକମାନଙ୍କ ମନରେ ମଧ୍ୟ କୋରୋନା ବାନ୍ଧିଛି ବସା । ଭୟରେ ହୋଟେଲ କ'ଣ ସପିଂ ମଲ୍‌ ଯିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି ସେମାନେ । କାହା ଦେହରେ କୋରୋନା ଭୂତାଣୁ ଥିବ, ଯେଉଁ ଚେୟାର ଟେବୁଲ ବେଡ଼ ହୋଟେଲରେ ବ୍ୟବହାର କରାଯାଉଛି । ତାହା ଭଲ କି ଖରାପ କିଏ ଜାଣିବ । ସେଥିପାଇଁ ମନରେ ଭୟ ରହିବା ସ୍ବାଭାବିକ ବୋଲି କହିଛନ୍ତି ଲୋକେ ।

ଅନ୍ୟପଟେ କିଛି କଟକ ବାସିନ୍ଦା କହିଛନ୍ତି ଯେ, ଅର୍ଥନୀତିକୁ ସ୍ୱାଭାବିକ କରିବାକୁ ହେଲେ ଧୀରେ ଧୀରେ ଆଗେଇବାକୁ ପଡିବ । ସେହି ଦୃଷ୍ଟିରୁ ସଚେତନ ରହି ଯଦି ଜିନିଷ କିଣାକିଣି କରାଯାଏ, ତେବେ କୋରୋନା ଆସି ନପାରେ ।

ଯାହା ଜଣାପଡୁଛି ଯଦି କୋରୋନା ସଂକ୍ରମଣ ବୃଦ୍ଧିରେ ରୋକ ନ ଲାଗେ, ତେବେ ଏମିତି ଅନେକ ଘଟଣା ସାମ୍ନାକୁ ଆସିବ ଯାହା ସହି ହେବନି କି କହି ବି ହେବନି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.