ETV Bharat / state

ଆସନ୍ତା ମାର୍ଚ୍ଚ 31 ସୁଦ୍ଧା କଟକରେ କାର୍ଯ୍ୟକ୍ଷମ ହେବ ବକ୍ସ ଡ୍ରେନ: ମେୟର

author img

By ETV Bharat Odisha Team

Published : Dec 16, 2023, 8:16 PM IST

Cuttack Box Drain: ବଡ଼ ନାଳ ଉପରେ ଚାଲିଥିବା ବକ୍ସ ଡ୍ରେନ କାମ ମାର୍ଚ୍ଚ 31 ତାରିଖରେ ସରିବ ବୋଲି କହିଛନ୍ତି ମେୟର। ଏନେଇ କଟକ ମେୟର ସୁବାସ ସିଂ ଓ କମିଶନର ନିଖିଲ ପବନ କଲ୍ୟାଣ ସେଠାରେ ପହଞ୍ଚି ଚାଲିଥିବା କାମର ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ

cuttack box drain project work
କଟକରେ ବକ୍ସ ଡ୍ରେନ
କଟକରେ ବକ୍ସ ଡ୍ରେନ

କଟକ: ବଡ଼ ନାଳ ଉପରେ ଚାଲିଥିବା ବକ୍ସ ଡ୍ରେନ କାମ ମାର୍ଚ୍ଚ 31 ତାରିଖରେ ସରିବ। କଟକ ସହରର ପଟ୍ଟାପୋଲଠାରୁ ମାତୃଭବନ ପର୍ଯ୍ୟନ୍ତ ଥିବା ପୁରୁଣା ତଥା ବଡ଼ ନାଳ ଉପରେ ଚାଲିଥିବା ରାସ୍ତାକାମ ମାର୍ଚ୍ଚ 31 ତାରିଖରେ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏନେଇ କଟକ ମେୟର ସୁବାସ ସିଂ ଓ କମିଶନର ନିଖିଲ ପବନ କଲ୍ୟାଣ ସେଠାରେ ପହଞ୍ଚି ଚାଲିଥିବା କାମର ଅନୁଧ୍ୟାନ କରିଛନ୍ତି । ଆଜି ବଜ୍ରକବାଟି ପୁରୁଣା ବ୍ରିଜ ଭଙ୍ଗା ଯାଇ ସେଠାରେ ବକ୍ସଡ୍ରେନ ଉପରେ ହେଉଥିବା ନୂଆ ବ୍ରିଜ କାମ ସମୀକ୍ଷା କରିଛନ୍ତି ମେୟର ।

କଟକ ମେୟର ସୁବାସ ସିଂ କହିଛନ୍ତି, "୧୦ ବର୍ଷ ହେବ ଜାଇକା ବକ୍ସଡ୍ରେନ କାମ କରୁଥିଲା। ତେବେ କାମର ଶୀଥିଳତାକୁ ଦେଖି ରାଜ୍ୟ ସରକାର ମାତ୍ର ବର୍ଷେ ତଳେ 450 କୋଟି ଟଙ୍କା ବକ୍ସ ଡ୍ରେନ ଓ ନୂଆ ରାସ୍ତାର କାମ ପାଇଁ ମଞ୍ଜୁର କରିଥିଲେ। ଏହାପରେ ଦ୍ରୁତ ଗତିରେ କାମ ଚାଲିଥିଲା । ବର୍ତ୍ତମାନ ୩ କିଲୋମିଟର ଅର୍ଥାତ ଛତ୍ରବଜାର ପର୍ଯ୍ୟନ୍ତ କାମ ପ୍ରାୟ ସରି ଆସିଲାଣି। ବଜ୍ରକବାଟି ଓ ବକ୍ସିବଜାର ପାଖ ବ୍ରିଜ୍ ଜାନୁଆରୀ 15 ସୁଦ୍ଧା ସରିବ। ଏହାପରେ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ କାମ ସରି ବକ୍ସ ଡ୍ରେନ ଉପରେ ଲୋକଙ୍କ ଯାତାୟତ ଆରମ୍ଭ ହେବ।"

ଏହା ବି ପଢନ୍ତୁ...ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ, ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଏହା ବି ପଢନ୍ତୁ...ବାଲିଯାତ୍ରା ଦୁର୍ନୀତିକୁ ନେଇ ଝଡ଼, ମେୟର କମିଶନରଙ୍କ ଉପରେ ବର୍ଷିଲେ ମୋକିମ

ଏହା ବି ପଢନ୍ତୁ...ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ପ୍ରସଙ୍ଗ, ମୁହଁ ଖୋଲିଲେ ସିଏମସି କମିଶନର

ସିଏମସି କମିଶନର ନିଖିଲ ପବନ କଲ୍ୟାଣ କହିଛନ୍ତି, "ଏ ଡ୍ରେନ ଦେଇ ଯାଇଥିବା ଅଞ୍ଚଳର ଲୋକମାନେ ଶହ ଶହ ବର୍ଷ ଧରି ଅତ୍ୟନ୍ତ ଖରାପ ପରିବେଶରେ ଚଳୁଥିଲେ। ବର୍ଷା ଦିନେ ପରିସ୍ଥିତି ଆହୁରି ଖରାପ ହୋଇ ଯାଉଥିଲା। ଏବେ ବକ୍ସ ଡ୍ରେନ କାମ ସରିଲେ ପଟ୍ଟାପୋଲଠାରୁ ବର୍ଷା ଜଳ ଓ ନର୍ଦ୍ଦମାର ପାଣି ସହଜରେ ସେଥିରେ ନିଷ୍କାସିତ ହେବ। ଏହା ଉପରେ ପଟ୍ଟାପୋଲ ଠାରୁ ବକ୍ସିବଜାର ଗମ୍ମାଢିଆ ପର୍ଯ୍ୟନ୍ତ ଦୁଇ ଥାକିଆ, ସେଠାରୁ ଛତ୍ରବଜାର ପର୍ଯ୍ୟନ୍ତ ତିନି ଥାକିଆ ରାସ୍ତା ଦେଇ ଛୋଟ ବଡ ସବୁ ଗାଡି ସହଜରେ ଯାଇ ପାରିବ।" ରାସ୍ତାର ଫୁଟପାଥ୍ ଓ ସୌନ୍ଦର୍ଯ୍ୟକରଣ କାମ ମଧ୍ଯ ଶୀଘ୍ର କରାଯିବ ବୋଲି ସିଏମସି କମିଶନର କହିଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.