ETV Bharat / state

ଧବଳେଶ୍ୱରରେ ୧୪୪ ଧାରା, ରାଜ୍ୟ ସରକାରଙ୍କୁ ପ୍ରଶ୍ନ ବାଣରେ ଘେରିଲେ ମୋକିମ

author img

By

Published : Nov 4, 2022, 10:21 PM IST

ଧାର୍ମିକ ମାସରେ ଧାର୍ମିକ ଭାବନାକୁ କୁଠାରଘାତ୍ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ କାହିଁକି ମରାମତି କିମ୍ବା ସର୍ଭେ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ମୋକିମ। ଅଧିକ ପଢନ୍ତୁ

ଧବଳେଶ୍ୱର ରେ ୧୪୪ ଧାରା ଲାଗିବା ପ୍ରସଙ୍ଗ,ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ମୋକିମ

କଟକ: କାର୍ତ୍ତିକ ମାସ ହେଉଛି ସବୁଠାରୁ ଧର୍ମର ମାସ। ଏହା ଦାନ , ଧର୍ମ ଓ ପୁଣ୍ୟ ର ମାସ। କିନ୍ତୁ ଏହି ଧାର୍ମିକ ମାସରେ ଧାର୍ମିକ ଭାବନାକୁ କୁଠାରଘାତ୍ କରିଛନ୍ତି ରାଜ୍ୟ ସରକାର। ପବିତ୍ର ପଞ୍ଚୁକ ସମୟରେ ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରିଛନ୍ତି। ଏଥିସହ ଝୁଲା ପୋଲ ବନ୍ଦ କରିବାକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ।

ତେବେ ବିନା କୌଣସି ବିକଳ୍ପ ବ୍ୟବସ୍ଥା କରି ହଠାତ ପୋଲ କିପରି ବନ୍ଦ କରିଦେଲା ଜିଲ୍ଲା ପ୍ରଶାସନ। ସିଧାସଳଖ ଦର୍ଶନ ବନ୍ଦ କରାଇ ହିନ୍ଦୁ ଧର୍ମାବଲମ୍ବୀ ବ୍ୟକ୍ତିଙ୍କୁ କୁଠାରଘାତ୍ ପହଞ୍ଚେଇଛନ୍ତି ସରକାର। ଡଙ୍ଗା, ବୋଟର ମଧ୍ୟ ବ୍ୟବସ୍ଥା ହୋଇପାରିଥାନ୍ତା। ଗୁଜରାଟ ପୋଲ ଘଟଣା ନ ହୋଇଥିଲେ ହୁଏତ ଏଠାରେ ବଡ଼ ଦୁର୍ଘଟଣା ଘଟିଥାନ୍ତା ବୋଲି ମୋକିମ କହିଛନ୍ତି। ପୂର୍ବରୁ କାହିଁକି ମରାମତି କିମ୍ବା ସର୍ଭେ କରାଗଲା ନାହିଁ ବୋଲି ବିଧାୟକ ମୋକିମ ପ୍ରଶ୍ନ କରିଛନ୍ତି।

ଇଟିଭି ଭାରତ , କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.