ETV Bharat / state

ମନ୍ତ୍ରୀ ପୁତୁରାଙ୍କ ଦାଦାଗିରିର ଆଉ ଏକ ଭିଡିଓ ଭାଇରାଲ, ଜଣେ ମହିଳାଙ୍କୁ କରିଥିଲେ ଦୁର୍ବ୍ୟବହାର

author img

By

Published : Nov 1, 2022, 1:23 PM IST

ସାମ୍ନାକୁ ଆସିଲା କୃଷିମନ୍ତ୍ରୀଙ୍କ ପୁତୁରା ଅମରେନ୍ଦ୍ରଙ୍କ ଦାଦାଗିରିର ଆଉ ଏକ ଭିଡିଓ ଭାଇରାଲ । କିଛି ଦିନ ତଳେ ତ୍ରିଶୁଳିଆ ନିକଟରେ ଜଣେ ମହିଳାଙ୍କୁ ସେ ଦୁର୍ବ୍ୟବହାର କରିଥିବାର ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

ମନ୍ତ୍ରୀ ପୁତୁରାଙ୍କ ଦାଦାଗିରିର ଆଉ ଏକ ଭିଡିଓ ଭାଇରାଲ, ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅମରେନ୍ଦ୍ର

କଟକ: ଯୁବକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣାରେ କୃଷିମନ୍ତ୍ରୀଙ୍କ ପୁତୁରା ଅମରେନ୍ଦ୍ର ପ୍ରତାପ(Amarendra Pratap Swain) ଓରଫ ଭିକି ଗିରଫ ମାମଲା । ସାମ୍ନାକୁ ଆସିଲା ଅମରେନ୍ଦ୍ରଙ୍କ ଗୁଣ୍ଡାଗିରିର ଆଉ ଏକ ଭିଡିଓ । ପୂର୍ବରୁ ବିଚ୍ ରାସ୍ତାରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଅମରେନ୍ଦ୍ର । ରାସ୍ତାରେ ସ୍କୁଟି ନେଇ ଯାଉଥିବା ଜଣେ ମହିଳାଙ୍କ ସହ ଦୁର୍ଘଟଣା ହେବାରୁ ସେ ତାଙ୍କୁ ଗାଳି ଗୁଲଜ କରିଥିଲେ । ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାର ଲାଗିଛି ।

ଯାହା ସୂଚନା ମିଳିଛି, ଗତ କିଛି ଦିନ ତଳେ କଟକ ତ୍ରିଶୁଳିଆ ଠାରେ ଏହି ଘଟଣା ଘଟିଥିଲା । ମହିଳାଙ୍କ ସ୍କୁଟି ସହ ଧକ୍କା ହେବା ପରେ ଅମରେନ୍ଦ୍ର ରାସ୍ତା ମଝିରେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ(Minister’s Nephew Misbehaving With A Woman) । ଭିଡିଓରେ ଦେଖାଯାଇଛି, ଦୁର୍ଘଟଣା ପାଇଁ ମହିଳା ଜଣକ ନିଜର ଦୋଷ ସ୍ବୀକାର କରିଥିଲେ । ଏହାସତ୍ତ୍ବେ ମଧ୍ୟ ଅମରେନ୍ଦ୍ର ତାଙ୍କୁ ଗାଳିଗୁଲଜ କରିଥିଲେ । ଯଦିଓ ଏନେଇ ଥାନାରେ କେହି ମାମଲା ରୁଜୁ କରିନାହାନ୍ତି ତଥାପି ଜଣେ ମହିଳାଙ୍କ ସହ ଏପରି ବ୍ୟବହାରକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

ମନ୍ତ୍ରୀ ପୁତୁରାଙ୍କ ଦାଦାଗିରିର ଆଉ ଏକ ଭିଡିଓ ଭାଇରାଲ, ଜଣେ ମହିଳାଙ୍କୁ କରିଥିଲେ ଦୁର୍ବ୍ୟବହାର

ଏହାମଧ୍ୟ ପଢନ୍ତୁ: ଯୁବକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣା, ମନ୍ତ୍ରୀଙ୍କ ପୁତୁରାକୁ କୋର୍ଟ ଚାଲାଣ

ଜଣେ ମନ୍ତ୍ରୀଙ୍କ ପୁତୁରା ବୋଲି କ'ଣ ଏପରି କହିବେ ! ଦାଦାଙ୍କ କ୍ଷମତାର ଇଏ କଣ ଅପଚୟ ନୁହେଁ କି ? ମହିଳା ଯଦିଓ ଭୁଲ କଲେ ତାଙ୍କୁ ଏପରି ଧମକ ଚମକ ଦେବା କେତେଦୂର ଠିକ ? ଅମରେନ୍ଦ୍ରଙ୍କ ଦାଦାଗିରି ନୂଆ ଭିଡିଓ ଭାଇରାଲ ପରେ ଏପରି ଅନେକ କଥା ଆଲୋଚନା ହେଉଛି । ମନ୍ତ୍ରୀଙ୍କ ପୁତୁରା ବୋଲି ତାଙ୍କର ଏପରି ଅହଙ୍କାର ବୋଲି କୁହାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.