କଟକ: ମହାନଦୀରେ ଘୂରି ବୁଲୁଛି କୁମ୍ଭୀର । କଟକ ଜିଲ୍ଲା ଆଠଗଡ ବ୍ଲକ କନ୍ଦରପୁର ମହାନଦୀ ମଝିରେ ଥିବା ଅମକେଇକୁଦ ଅଞ୍ଚଳବାସୀଙ୍କୁ ଘାରିଛି କୁମ୍ଭୀର ଭୟ । ବନ୍ୟା ପାଣି ସାତକୋଶିଆ ଅଭୟାରଣ୍ୟରେ ପଶି ଆସିବାରୁ 2ଟି କୁମ୍ଭୀର ଚାଲି ଆସିଥିବା ଜଣାପଡିଛି ।
ନଦୀ ପାଣିରେ କୁମ୍ଭୀର ଦେଖାଯିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ କୁମ୍ଭୀରକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଭିଡ ମଧ୍ୟ ଲାଗିଛି। ଅନ୍ୟପଟେ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ଭୟଭୀତ ହୋଇ ଫେରି ଆସିଥିବା ଜଣାପଡିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ