ETV Bharat / state

BSKY ଜାଲିଆତି ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର - କ୍ରାଇମବ୍ରାଞ୍ଚ ତଦନ୍ତ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କେଳେଙ୍କାରୀର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ସ୍ବାସ୍ଥ୍ୟ କାର୍ଡରେ ହୋଇଥିବା ଜାଲିଆତି ଘଟଣାର ତଦନ୍ତ କରିବାକୁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

biju swasthya kalyan yojana card
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
author img

By

Published : Jan 18, 2023, 1:32 PM IST

କଟକ: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡ ଜାଲିଆତି ପ୍ରସଙ୍ଗକୁ ଗୁରୁତର ଭାବେ ନେଇଛନ୍ତି ରାଜ୍ୟ ସରକାର । ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ।ବିଶେଷକରି ଜାଲିଆତି ମାମଲାରେ କେଉଁ ମାନେ ସାମିଲ ଅଛନ୍ତି, କିପରି ଜାଲିଆତି କରିଆଯାଇଛି, କେତେ ଟଙ୍କା ଲୁଟ ହୋଇଛି ଏସବୁର ଛାନଭିନ କରିବ କ୍ରାଇମବ୍ରାଞ୍ଚ । ତେବେ ମାମଲାର ତଦନ୍ତ ଆରମ୍ଭ ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

କଟକରେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମହା ଘୋଟଲା ଅଭିଯୋଗରେ ଖୋଲୁଛି ଦୁର୍ନୀତି ପେଡି । କାର୍ଡଧାରୀଙ୍କୁ 2 ହଜାର ଟଙ୍କା ଦେଇ ଲକ୍ଷ ଲକ୍ଷ ଲୁଟୁଛି ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ । ସୁସ୍ଥ ରୋଗୀଙ୍କୁ ହସ୍ପିଟାଲରେ ଆଡ଼ମିଶନ କରାଇ ଲୁଟୁଥିଲେ ଟଙ୍କା । କେବଳ କାଗଜପତ୍ରରେ ରୋଗୀ ଚିକିତ୍ସା କରି ସରକାରଙ୍କ ଠାରୁ ଲକ୍ଷ ଲକ୍ଷ ବିଲ କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଖାନ ନଗର ସ୍ଥିତ ସାଉଥ ପଏଣ୍ଟ ହସ୍ପିଟାଲ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗକୁ ନେଇ ଏବେ ଆକ୍ସନ ମୁଡ଼ରେ ରାଜ୍ୟ ସରକାର। BSKY କାର୍ଡ ଜାଲିଆତି ପ୍ରସଙ୍ଗରେ ସାଉଥ ପଏଣ୍ଟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ରହିଛି । କିଛି ଦିନ ପୂର୍ବରୁ ଡାକ୍ତରଙ୍କୁ ଠକିବା ଅଭିଯୋଗ ହୋଇଥିଲା ।

ବିଶେଷକରି କୋରୋନା ସମୟରେ ଉକ୍ତ ହସ୍ପିଟାଲରେ ଡ୍ୟୁଟି କରିଥିବା କିଛି ଡାକ୍ତରଙ୍କୁ ଚୁକ୍ତି ଅନୁଯାୟୀ ଟଙ୍କା ଦେଇନଥିଲେ ହସ୍ପିଟାଲର କର୍ତ୍ତୃପକ୍ଷ। ଏନେଇ ବାଦାମବାଡ଼ି ଥାନାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ତେବେ ଘଟଣାର ତଦନ୍ତ କରି ସାଉଥ ପଏଣ୍ଟ ହସ୍ପିଟାଲର ଏକ କୋଟି ୧୫ ଲକ୍ଷ ଟଙ୍କା ଫ୍ରିଜ କରିଛି କଟକ କମିଶନରେଟ ପୋଲିସ । ହସ୍ପିଟାଲର ଅନେକ ତଥ୍ୟ ଓ ପ୍ରମାଣ ଜବତ କରାଯାଇଛି । ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ ହୋଇଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ବୟାଳିଶ ମୌଜା ଅଞ୍ଚଳର କିଛି ବିଜୁସ୍ୱାସ୍ଥ୍ୟ କାର୍ଡଧାରୀଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଏଭଳି କାଣ୍ଡ ଭିଆଇଛନ୍ତି ମୁନଫାଖୋର ସ୍ୱାସ୍ଥ୍ୟ ବ୍ୟବସାୟୀ । ଏହି ଘୋଟଲାରେ ସାମିଲ ଥିବା 5 ଜଣ ହସ୍ପିଟାଲ କର୍ମଚାରୀଙ୍କୁ କଟକ କମିଶନରେଟ ପୋଲିସ ପୂର୍ବରୁ ଗିରଫ କରିଛି । ସେମାନଙ୍କ ନିକଟରୁ BSKY କାର୍ଡ ଜବତ କରାଯାଇଥିବା ବେଳେ ୧୩ ଜଣ କାର୍ଡଧାରୀ ଏଥିରେ ଫସିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସଦର ଅଞ୍ଚଳ ବାୟାଳିଶ ମୌଜା ଏରଞ୍ଚ ଓ କୁଲ ସରିଚୁଆର ଏକାଧିକ ଲୋକ ଏହି ରକେଟର ଶିକାର ହୋଇଛନ୍ତି । ଦଲାଲମାନେ, କାର୍ଡଧାରୀଙ୍କୁ ସେମାନଙ୍କ କାର୍ଡ ରିନୁଆଲ ଓ ୨ ରୁ ୫ହଜାର ଟଙ୍କା ଦେବାକୁ କହି କାର୍ଡକୁ ସ୍ୱାବ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଛନ୍ତି ।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରମାକାନ୍ତ ସାସେନି, ଲକ୍ଷ୍ମୀଧର ସ୍ଵାଇଁ, ତ୍ରିନାଥ ବେହେରା, ଶୁଭ୍ରାଂଶୁ ଶେଖର ରାଉତ ଓ ହସ୍ପିଟାଲ ମାଲିକ ବିନୟ ସନ୍ତୁକା। ଏରଞ୍ଚର ୫ ଜଣ ଓ କୁଳ ସରୁଚୁଆରୁ ୪ଜଣ କାର୍ଡଧାରୀଙ୍କ ଠାରୁ କାର୍ଡ ନେଇ ବେଆଇନ ଭାବରେ ଲକ୍ଷାଧିକ ଟଙ୍କା ଉଠାଇଛନ୍ତି । କାର୍ଡଧାରୀଙ୍କ କହିବା ମୁତାବକ, " ଦଲାଲମାନେ ରିନୁଆଲ୍ ନାଁ ରେ ସେମାନଙ୍କ କାର୍ଡ ସ୍ୱାବ କରି ଫିଙ୍ଗର ପ୍ରିଣ୍ଟ ନେଇଯାଇଥିଲେ । ଏପରିକି ଅଫିସରୁ ଫୋନ୍ ଆସିଲେ ପରିବାର ଲୋକ ମେଡ଼ିକାଲରେ ଭର୍ତ୍ତି ହୋଇଥିବା କଥା କହିବାକୁ ବୋଲି ମଧ୍ୟ କହିଥିଲେ ।" ତେବେ ଏହି ରାକେଟ୍ ସମ୍ପର୍କରେ ଜାଣିବା ପରେ ପୋଲିସକୁ ଜଣାଇ ଧରା ପକାଇଥିଲେ କାର୍ଡ ଧାରୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.