ETV Bharat / state

ଏମିତି କ୍ରିକେଟ ମ୍ୟାଚ୍‌...ଆଖିରେ ନ ଦେଖିଲେ କରିହେବନି ବିଶ୍ବାସ - ଛାତ ବନିଲା କ୍ରିକେଟ ଗ୍ରାଉଣ୍ଡ

ଛାତ ବନିଲା କ୍ରିକେଟ ଗ୍ରାଉଣ୍ଡ । ଆଉ ଖେଳରେ ମସଗୁଲ ହୋଇ ଚୌକା ଛକା ମାରିଲେ ଖେଳାଳି । ତେବେ ଏହି ବଲ୍‌ ତଳେ ପଡୁନାହିଁ । କଟକ ମାତାମଠ ନିକଟରେ ଦେଖିବାକୁ ମିଳିଛି ଏଭଳି ନିଆରା କ୍ରିକେଟ ମ୍ୟାଚ୍‌ । ଅଧିକ ପଢନ୍ତୁ

ଛାତ ଉପରେ କ୍ରିକେଟ ମ୍ୟାଚ୍‌, ଖେଳ ନିଶାରେ ମସଗୁଲ ଖେଳାଳି

author img

By

Published : Mar 13, 2022, 1:07 PM IST

Updated : Mar 13, 2022, 1:18 PM IST

କଟକ: ପଡିଆ କିମ୍ବା ଷ୍ଟାଡିୟମରେ କ୍ରିକେଟ ମ୍ୟାଚ ଆୟୋଜିତ ହେଉଥିବା ଆପଣ ଦେଖିଥିବେ। କିନ୍ତୁ ଏଠାରେ ଘରର ଛାତ ପରିଣତ ହୋଇଛି କ୍ରିକେଟ ଗ୍ରାଉଣ୍ଡ । ସେ ପୁଣି ଗୋଟିଏ କି ୨ ମହଲା ନୁହଁ ୪ ମହଲା ଛାତ ଉପରେ ହେଉଛି କ୍ରିକେଟ ମ୍ୟାଚ। ଏଭଳି ଏକ ନିଆରା କ୍ରିକେଟ ଗ୍ରାଉଣ୍ଡ ଦେଖିବାକୁ ମିଳିଛି କଟକ ମାତାମଠ ସ୍ଥିତ ଏକ ଜିମ ସେଣ୍ଟରର ଛାତ ଉପରେ । ତେବେ ଜିମରେ ଓ୍ବାର୍କ ଆଉଟ୍ କରିବା ପରେ ଫିଟନେସ୍ ପାଇଁ ଏଭଳି ମ୍ୟାଚର ଆୟୋଜନ କରାଯାଇଛି ।

ଏମିତି କ୍ରିକେଟ ମ୍ୟାଚ୍‌...ଆଖିରେ ନ ଦେଖିଲେ କରିହେବନି ବିଶ୍ବାସ

୩ଟି ଟିମକୁ ନେଇ ଏମିତି ଏକ ମ୍ୟାଚ୍ ମାତାମଠ ସ୍ଥିତ ଏକ ଜିମ୍ ସେଣ୍ଟରର ଛାତ ଉପରେ ଆୟୋଜନ ହୋଇଛି । ରାତି ସମୟରେ ହାଲୋଜିନ୍ ଲାଇଟ୍ ଲଗାଇ ପାଚେରୀ ଥିବା ଛାତ ଉପରେ ସ୍ବଳ୍ପ ସ୍ଥାନରେ କ୍ରିକେଟ ଭଳି ଏକ ଖେଳ ପ୍ରଥମ ଥର କଟକରେ ଦେଖିବାକୁ ମିଳିଛି । ଛାତ ଉପରେ ମ୍ୟାଟ୍ ପକାଇବା ସହ ବଲ୍ ଛାତ ବାହାରକୁ ନଯିବା ପାଇଁ ସମୂର୍ଣ୍ଣ ଛାତ ଉପରକୁ ନେଟରେ କଭର କରାଯାଇଛି।

ଫଳରେ ସହଜରେ ସଟ ଖେଳି ଖେଳାଳିମାନେ ରନ୍ ସଂଗ୍ରହ କରିପାରୁଛନ୍ତି । ତେବେ ଜିମରେ ଓ୍ବାର୍କ ଆଉଟ୍‌ କରିବା ପରେ ଫିଟନେସ୍ ପାଇଁ ଏଭଳି ମ୍ୟାଚର ଆୟୋଜନ କରାଯାଇଛି । ସମ୍ପୂର୍ଣ୍ଣ ଗ୍ରୀନ ଗ୍ରାଉଣ୍ଡ ପରି ଦୃଶ୍ୟମାନ ହେଉଛି ଛାତ । ଆଉ ଖେଳାଳି ମାନେ ମଧ୍ୟ ଖେଳିବାର ନିଶାରେ ମସଗୁଲ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 13, 2022, 1:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.