କଟକ: ସହରରେ ଦିନକୁ ଦିନ ଗୋ-ଚାଲାଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କମିଶନରେଟ ପୋଲିସକୁ ମିଳିଛି ସଫଳତା । ମଧୁପାଟଣା ଅଞ୍ଚଳରୁ ଏକ ଗୋରୁ ଗାଡି ସହ 7 ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନେ ଦୀର୍ଘ ଦିନ ହେଲାଣି ଗୋରୁ ଚାଲାଣ କରୁଥିଲେ ।
ତେବେ ଏହି ଗାଡିରୁ 90ଟି ଗୋରୁ ଉଦ୍ଧାର ହୋଇଛନ୍ତି । ସେହିପରି ଏକ ମିନି କ୍ୟାଣ୍ଟନର ଓ ବୋଲେରୋ ମଧ୍ୟ ଜବତ କରିଛି ପୋଲିସ । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ