ETV Bharat / state

ବାରହା ଶିକାର ପାଇଁ ବିଛା ଯାଇଥିବା ବମ୍ ଖାଇ ଗାଈ ଗୁରୁତର - ବୋମା ଖାଇ ଗାଈ ଅସୁସ୍ଥ

ବମ୍ ଖାଇ ସଙ୍କଟରେ ଗାଈ ଜୀବନ । ବାରହା ଶିକାର ପାଇଁ ବିଛା ଯାଇଥିବା ବମ୍ ଖାଇ ଗୁରୁତର ଗାଈ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ବାରହା ଶିକାର ପାଇଁ ବିଛା ଯାଇଥିବା ବମ୍ବ ଖାଇ ଗୁରୁତର ଗାଈ

author img

By

Published : Feb 8, 2022, 9:18 PM IST

କଟକ: ବମ୍ ଖାଇ ସଙ୍କଟରେ ଗାଈ ଜୀବନ । ଗାଈଟି ବାରହା ଶିକାର ପାଇଁ ପଡିଥିବା ବମ୍ ଖାଇ ଗୁରୁତର ଆହତ ହୋଇଥିବା ଜଣାପଡିଛି । କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ବାଙ୍କୀ ଶିମିଳିପୁର ପଞ୍ଚାୟତ ଅଧିନସ୍ତ କରବର ଗ୍ରାମର ଗାଈ ଚରାଳି ଆଜି(ମଙ୍ଗଳବାର) ଶୁଖୁଆଖଳା ନିକଟସ୍ତ ଥିବା ଏକ ଚାଷ ଜମିରେ ଚରାଉଥିଲା । ଏହି ସମୟରେ କେହି ଦୁର୍ବୃତ୍ତ ବାରହା ଶିକାର ପାଇଁ ଖଞ୍ଜି ଥିବା ବୋମା ଖାଇ ଦେଇଥିଲା ଏକ ଗାଈ । ଫଳରେ ଗାଈର ମୁହଁରେ ବିସ୍ଫୋରଣ ଘଟି ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଉକ୍ତ ଗାଈଟି କରବର ସିଦ୍ଧେସ୍ୱର ନନ୍ଦଙ୍କର ବୋଲି ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.