ETV Bharat / state

କୋଭିଡ ଟିକାର ଦ୍ବିତୀୟ ଡୋଜ ନିହାତି ନେବା ଆବଶ୍ୟକ: ଜୟନ୍ତ ପଣ୍ଡା - ଜୟନ୍ତ ପଣ୍ଡା

ସୋମବାର ଠାରୁ କୋଭିଡ ଟିକାର ଦ୍ବିତୀୟ ଡୋଜ ନେବା ଆରମ୍ଭ ହୋଇଥିବା ବେଳେ ନିହାତି ଏହି ଡୋଜ ନେବାକୁ ବୈଷୟିକ କମିଟି ମୁଖପାତ୍ର ଜୟନ୍ତ ପଣ୍ଡା କହିଛନ୍ତି । ଅଧିକ ପଢନ୍ତୁ...

Covid vaccine's second dose is necessary to take: Jayant Panda
କୋଭିଡ ଟିକାର ଦ୍ବିତୀୟ ଡୋଜ ନିହାତି ନେବା ଆବଶ୍ୟକ: ଜୟନ୍ତ ପଣ୍ଡା
author img

By

Published : Feb 15, 2021, 3:02 PM IST

କଟକ: ଆଜି(ସୋମବାର) ରାଜ୍ୟରେ ଦ୍ବିତୀୟ ଡୋଜ ଟୀକାକରଣ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଟୀକାକରଣରେ ମୋଟ 1700 କୋଭିଡ଼ ଯୋଦ୍ଧାଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ କୋଭିଡ ଟିକାର ଦ୍ବିତୀୟ ଡୋଜ ନେବାକୁ କୋଭିଡ଼ ବୈଷୟିକ କମିଟି ମୁଖପାତ୍ର ଜୟନ୍ତ ପଣ୍ଡା ପରାମର୍ଶ ଦେଇଛନ୍ତି ।

କୋଭିଡ ଟିକାର ଦ୍ବିତୀୟ ଡୋଜ ନିହାତି ନେବା ଆବଶ୍ୟକ: ଜୟନ୍ତ ପଣ୍ଡା

ତେବେ ଦ୍ବିତୀୟ ଡୋଜ ଟୀକାକରଣ ନେବା ପ୍ରକ୍ରିୟାରେ ଏହି ଟିକା ସମସ୍ତେ ନେବା ପାଇଁ ରାଜ୍ୟ ସରକାର ଆହ୍ବାନ କରିଛନ୍ତି । କାରଣ ଏହି ଡୋଜ ନେବା ଦ୍ବାରା ହିଁ ଟିକାର ପୂର୍ଣ୍ଣାଙ୍ଗ ହେବ । କୋଭିଡ ଯୋଦ୍ଧାମାନେ ଭୟ ନ କରି ଦ୍ବିତୀୟ ଡୋଜ ନିହାତି ନେବା ପାଇଁ କୋଭିଡ଼ ବୈଷୟିକ କମିଟି ସଦସ୍ୟ ଡ଼ଃ ଜୟନ୍ତ ପଣ୍ଡା ପରାମର୍ଶ ଦେଇଛନ୍ତି ।

ଦେଶରେ ଜାନୁଆରୀ 16 ତାରିଖରୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଫେବୃଆରୀ 10 ତାରିଖରେ ଶେଷ ହୋଇଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଫେବୃଆରୀ 6 ତାରିଖରୁ ଆରମ୍ଭ ହୋଇଥିଲା । ଏହି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ କୋଭିଡ଼ ଟିକାର ପ୍ରଥମ ଡୋଜ ଦିଆଯାଇଥିବା ବେଳେ ସୋମବାରଠାରୁ ଦ୍ବିତୀୟ ଡୋଜ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.