କଟକ: ଆଜି ପବିତ୍ର ମହାଶିବରାତ୍ରି । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କଟକର ବାବା ଧବଳେଶ୍ବରଙ୍କ ପୀଠରେ ଜାରି ରହିଛି 144 ଧାରା । କୋଭିଡ କଟକଣା ପାଇଁ ସାଧାରଣ ଦର୍ଶନକୁ ବାରଣ କରିଛି ଜିଲ୍ଲା ପ୍ରଶାସନ । ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମୂହ ଦର୍ଶନ ଓ ପୂଜାର୍ଚ୍ଚନାକୁ ଅନୁମତି ମିଳିନାହିଁ । ତେବେ ପ୍ରତିବର୍ଷ ମହାଶିବରାତ୍ରୀ ଅବସରରେ ଜନସମୁଦ୍ରରେ ପରିଣତ ହେଉଥିବା ଧବଳେଶ୍ବର ପୀଠ କିନ୍ତୁ ଚଳିତ ବର୍ଷ ଖାଁ ଖାଁ ।
ଏହାଛଡା ବିନା ଭକ୍ତରେ ବାବାଙ୍କର ସମସ୍ତ ନୀତିକାନ୍ତ ମଧ୍ୟ ସ୍ବାଭାବିକ ଭାବେ ଚାଲିଥିବା ସୂଚନା ରହିଛି । ସୁବାସିତ ଫୁଲରେ ସୁସଜ୍ଜିତ ହୋଇ ମହାପ୍ରଭୁ ଧବଳେଶ୍ବର ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ରାତି 12ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ତେବେ ଏହାରି ମଧ୍ୟରେ ଭଗବାନଙ୍କ ଦର୍ଶନ ନ ପାଇଁ ଭକ୍ତ କିନ୍ତୁ ନିରାଶ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ