କଟକ: ମାରାତ୍ମକ ମହାମାରୀ କବଳରେ ସମଗ୍ର ବିଶ୍ୱ । ଆଉ ଏହାକୁ ପ୍ରତିହିତ ପାଇଁ ଲାଗୁ ଲକ଼ଡାଉନ ସଟଡାଉନ ମାଡରେ ଗଭୀର ଭାବେ ଗୁରୁତର ସ୍ବାସ୍ଥ୍ୟ ସେବା । କୋଭିଡ ଡରରେ ଲୋକ ବଡ ବଡ ରୋଗକୁ ଖାତିର ନ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଫଳରେ ହରାଉଛନ୍ତି ଚକ୍ଷୁ ଭଳି ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ବର୍ତ୍ତମାନ ସମୟରେ ଯାହାର ଚକ୍ଷୁ ସମସ୍ୟା ରହୁଛି ସେମାନେ ହସ୍ପିଟାଲ ଆସିବାକୁ ଡରୁଛନ୍ତି । ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି ।
ଭୟଙ୍କର ହେଉଛି କୋଭିଡ ଭୟବହତା। ମହାମାରୀ ମାଡରେ ଧୀମା ପଡିଛି ଜୀବନ ଗତିବିଧି । ସେପଟେ ଯାତାୟତ ମଧ୍ୟ ସ୍ବାଭାବିକ ସ୍ଥିତିକୁ ଫେରିନି । କାମଧନ୍ଦା ବନ୍ଦ ଥିବାରୁ ଆୟ ବି ନାହିଁ । ଯେଉଁଥିପାଇଁ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଉଥିବା ବେଳେ ରୋଗୀ ବିପଦର ସାମ୍ନା କରୁଛି ।
ଚକ୍ଷୁ ବିଶେଷଜ୍ଞ ଡକ୍ଟର ବିଶ୍ଵଜିତ ଦେ‘ ଙ୍କ କହିବା ଅନୁସାରେ ଏଇ ଗତ 15 ଦିନରେ ବିଭିନ୍ନ ଅବହେଳା ଯୋଗୁଁ 5 ଜଣ ରୋଗୀ ଆଖି ହରାଇଛନ୍ତି । ଏକ ଘଟଣା ଏଭଳି ଥିଲା କି, ଜଣେ ଛୋଟ ଛୁଆର ଆଖିରେ ମାଡ ହୋଇଥିଲା ବେଳେ ବାପା ମାଁ ହସ୍ପିଟାଲ ଆସିବାକୁ ଭୟ କରି ମୋଡିସିନ ଷ୍ଟୋରରୁ ଆଇ ଡ୍ରପ୍ ଆଣି ପକାଇଥିଲେ । ହେଲେ ପରେ ସ୍ଥିତି ସାଂଘାତିକ ହେବାରୁ ହସ୍ପିଟାଲ ଆସିବା ବେଳେ ବିଳମ୍ବ ଯୋଗୁଁ ଛୁଆଟି ଦୃଷ୍ଟିଶକ୍ତି ହରାଇଛି । ସେହିଭଳି ଜଣେ ବୃଦ୍ଧାଙ୍କ ଆଖି ଚିକିତ୍ସାରେ ବିଳମ୍ବ ଯୋଗୁଁ ମଧ୍ୟ ସେ ଅକଥନୀୟ କଷ୍ଟରେ ଜୁଝୁଛନ୍ତି ।
ତେବେ ଏହି ସମୟରେ କୋଭିଡ ଭୟ ନ କରି ସଚେତନତା ସହ ଚକ୍ଷୁ ରୋଗ ନିରାକରଣ କିରବା ଆବଶ୍ୟକ। କାରଣ କୋଭିଡ ଭୟ ଯୋଗୁଁ ଲୋକେ ସଠିକ ଚକିତ୍ସା ପାଉନାହାନ୍ତି । ଯାହା ଫଳରେ ସବୁ ଦିନ ପାଇଁ ନିଜର ସବୁଜ ସୁନ୍ଦର ଦୁନିଆ କୁ ଅନ୍ଧକାରକୁ ଠେଲି ଦେଉଛନ୍ତି।
ଯଦି ଏଭଳି କୋଭିଡରେ ଆତଙ୍କିତ ହୋଇ ରୋଗୀ ଓ ସେମାନଙ୍କ ପରିବାର ଲୋକ ହସ୍ପିଟାଲରେ ପାଦ ରଖିବାକୁ ଡରିବେ, ତେବେ ଆଗରୁ ସ୍ବାସ୍ଥ୍ୟ ସଙ୍କଟ ବଢିବା ବଦଳରେ ଉତ୍କଟ ରୂପ ନେବ । ଏଣୁ ଯାତାୟତକୁ ସ୍ବାଭାବିକ ସହ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଦିଗରେ ସରକାରଙ୍କ ପଦକ୍ଷେପ ଜରୁରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ