ETV Bharat / state

ନିରାଶ ହେଲେ ତିର୍ତ୍ତୋଲ ବିଧାୟକ, ବାନ୍ଧବୀ ପ୍ରତ୍ୟୁଷାଙ୍କୁ ବିବାହ ଆବେଦନ ଖାରଜ

author img

By ETV Bharat Odisha Team

Published : Dec 5, 2023, 8:12 PM IST

ନିରାଶ ହେଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବାନ୍ଧବୀ ପ୍ରତ୍ୟୁଷାଙ୍କୁ ବିବାହ ପାଇଁ ଆବେଦନ ଖାରଜ । ଅଧିକ ପଢନ୍ତୁ

Tirtol MLA Bijay shankar das marriage issue

କଟକ: ନିରାଶ ହେଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବାନ୍ଧବୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ ପାଇଁ କଟକ ସବରେଜିଷ୍ଟ୍ରାରଙ୍କ ପାଖରେ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସବରେଜିଷ୍ଟ୍ରାର । ଆବେଦନ ପତ୍ରରେ ଭୁଲ ତଥ୍ୟ ଦେଇଥିବାରୁ ଆବେଦନକୁ ଖାରଜ କରାଯାଇଥିବା ସ୍ପଷ୍ଟ ହୋଇଛି । ବିଜୟଙ୍କ ବିବାହ ଆବେଦନର ପ୍ରତିବାଦ ପାଇଁ ସବ ରେଜିଷ୍ଟ୍ରାର ଅଫିସରେ ହାଜର ହୋଇଥିଲେ ସୋମାଲିକା । ହାଇକୋର୍ଟରେ ମାମଲା ବିଚରାଧୀନ ଥିବା ନେଇ କଟକ ସବରେଜିଷ୍ଟ୍ରାର ଅଫିସକୁ ଅବଗତ କରିଥିଲେ ସୋମାଲିକା ।

ଗତ ନଭେମ୍ବର ୩୦ ତାରିଖରେ ସବରେଜିଷ୍ଟ୍ରି ଅଫିସରେ ହାଜର ହୋଇଥିଲେ ପ୍ରତ୍ୟୁଷାଙ୍କ ପୂର୍ବତନ ସ୍ବାମୀ ତୃପ୍ତି ରଞ୍ଜନ ରାଉଳ । ପ୍ରତ୍ୟୁଷାଙ୍କ ସହ ବିବାହ ବିଚ୍ଛେଦ ନେଇ ଦଲିଲ ମଧ୍ୟ ଦାଖଲ କରିଥିଲେ ତୃପ୍ତି । ଏହାପରେ ବିଧାୟକଙ୍କ ବିବାହ ନେଇ ବାଟ ଫିଟିଥିଲା ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଆଜି ସବରେଜିଷ୍ଟ୍ରାର ରାୟ ଶୁଣାଇବା ପରେ ତାଙ୍କୁ ବିବାହ ଆଶା ମଉଳିଯାଇଛି । ସେ ବାନ୍ଧବୀ ପ୍ରତ୍ୟୁଷାଙ୍କୁ ବିବାହ ପାଇଁ କରିଥିବା ଆବେଦନ ପତ୍ରକୁ ସବରେଜିଷ୍ଟ୍ରାର ଖାରଜ କରିଦେଇଛନ୍ତି ।

ଏହା ବି ପଢନ୍ତୁ- ତିର୍ତ୍ତୋଲ ବିଧାୟକଙ୍କ ବିବାହ ପାଇଁ ଫିଟିଲା ବାଟ ! ପ୍ରତ୍ୟୁଷାଙ୍କ ସ୍ବାମୀ ଦାଖଲ କଲେ ବିବାହ ବିଚ୍ଛେଦ ଦଲିଲ

ହାଇକୋର୍ଟରେ ମାମଲା ବିଚରାଧୀନ ଥିବା ନେଇ କଟକ ସବ ରେଜିଷ୍ଟ୍ରାର ଅଫିସକୁ ଅବଗତ କରିଥିଲେ ସୋମାଲିକା । ବିଜୟଙ୍କ ବିବାହ ଆବେଦନର ପ୍ରତିବାଦ ପାଇଁ ସବରେଜିଷ୍ଟ୍ରାର ଅଫିସରେ ସୋମାଲିକା ହାଜର ହୋଇଥିଲେ । ତେବେ ଏନେଇ ପୂର୍ବରୁ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ । ବିଜୟଙ୍କ ବିବାହ ଆବେଦନକୁ ରୋକିବା ପାଇଁ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଗତ ସେପ୍ଟେମ୍ବର ମାସ ୨୧ ତାରିଖରେ ପ୍ରତ୍ୟୁଷାଙ୍କୁ ବିବାହ ପାଇଁ ଆବେଦନ କରିଥିଲେ ବିଜୟ । କଟକ ସବ ରେଜିଷ୍ଟ୍ରାର ଅଫିସରେ ଆବେଦନକୁ ଗ୍ରହଣ କରିବା ପରେ ଅନ୍ୟତମ ବାନ୍ଧବୀ ସୋମାଲିକା ଅବଜେକସନ ପିଟିସନ ଦାଖଲ କରିଥିଲେ ।

ଏହା ବି ପଢନ୍ତୁ- ବଢ଼ିଲା ବିଜୟ ଶଙ୍କରଙ୍କ ଅଡୁଆ, ପ୍ରତ୍ୟୁଷାଙ୍କୁ ବିବାହ କରିବା ସମ୍ଭବ ହେବନି !

ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ଏହି ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଥିଲେ । ସେମାନଙ୍କ ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା। ଥାନାଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ମାମଲା ପହଞ୍ଚିଥିଲା। ସୋମାଲିକାଙ୍କ ଅଭିଯୋଗ ବିଜୟ ଶଙ୍କରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରି କରିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.