ETV Bharat / state

ପୁଣି ପ୍ରବଚନ ଦେବେ ସାରଥୀ ! କୋର୍ଟ ଦେଲେ ଅନୁମତି - Court allowed Sarathi to deliver the speech

ପ୍ରବଚନ ଦେଇ ପାରିବେ ସାରଥୀ ଓରଫ ସନ୍ତୋଷ ରାଉଳ। ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଦୁଇଶହ ଲୋକଙ୍କୁ ନେଇ ବର୍ତ୍ତମାନ ସାରଥୀ ବାବା ନିଜର ପୂର୍ବ ପରି ପ୍ରବଚନ କାର୍ଯ୍ୟକ୍ରମ ଜାରି ରଖିପାରିବେ। ଅଧିକ ପଢନ୍ତୁ...

ପ୍ରବଚନ ଦେବାକୁ ସାରଥୀଙ୍କୁ କୋର୍ଟଙ୍କ ଅନୁମତି
ପ୍ରବଚନ ଦେବାକୁ ସାରଥୀଙ୍କୁ କୋର୍ଟଙ୍କ ଅନୁମତି
author img

By

Published : Feb 16, 2021, 3:28 PM IST

Updated : Feb 16, 2021, 4:00 PM IST

କଟକ: ଭକ୍ତଙ୍କ ପାଖକୁ ଫେରିବେ ସାରଥୀ। ପ୍ରବଚନ ଦେଇ ପାରିବେ ସାରଥୀ ଓରଫ ସନ୍ତୋଷ ରାଉଳ। ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଦୁଇଶହ ଲୋକଙ୍କୁ ନେଇ ବର୍ତ୍ତମାନ ସାରଥୀ ବାବା ନିଜର ପୂର୍ବ ପରି ପ୍ରବଚନ କାର୍ଯ୍ୟକ୍ରମ ଜାରି ରଖିପାରିବେ।

ସୂଚନା ଥାଉକି, ପ୍ରବଚନ ଦେଇ ପାରିବେ ନାହିଁ ବୋଲି ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ନାମା ରହିଥିଲା। ଏହାସହ ସର୍ତ୍ତମୂଳକ ଭାବେ ସାରଥୀ ଜେଲରୁ ମୁକୁଳିଥିଲେ। ଏବେ କିନ୍ତୁ ପ୍ରବଚନ ପାଇଁ ମିଳିଛି ଅନୁମତି। ସାରଥୀଙ୍କ ଓକିଲ ମାନସ ଚାନ୍ଦ ଏନେଇ ସୂଚନା ଦେଇଛନ୍ତି।

ପୁଣି ପ୍ରବଚନ ଦେବେ ସାରଥୀ ! କୋର୍ଟ ଦେଲେ ଅନୁମତି

କୋଭିଡ କଟକଣା ମଧ୍ୟରେ ପ୍ରବଚନ ଦେବାକୁ ନିର୍ଦ୍ଦେଶ। ଜେଲରୁ ବାହାରିବା ପରେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସମସ୍ୟା ହେଉଥିବା ସେ କୋର୍ଟଙ୍କୁ ଅବଗତ କରାଇଥିଲେ। ମିଳିଥିବା ଜାମିନ ସର୍ତ୍ତକୁ କୋହଳ ପାଇଁ ସାରଥୀ ଆବେଦନ କରିଥିଲେ। ପ୍ରବଚନ ଦେଇ ନପାରିବା ସର୍ତ୍ତ ପ୍ରତ୍ୟାହାର ପାଇଁ ହୋଇଥିଲା ଏହି ଆବେଦନ।

କଟକରୁ ନାରାୟଣ ସାହୁ ଓ କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Feb 16, 2021, 4:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.