ETV Bharat / state

ଲାଞ୍ଚ କାରବାରର ନୂଆ ଫର୍ମୁଲା, ଡିଜିଟାଲ ମୋଡ୍‌ ଓ ବ୍ଲାଙ୍କ୍‌ ଚେକ୍‌ରେ ଲାଞ୍ଚ ନେଉଛନ୍ତି ଲାଞ୍ଚୁଆ ଅଧିକାରୀ - ଦୁର୍ନୀତିଗ୍ରସ୍ତ ଅଧିକାରୀ

ଭିଜିଲାନ୍ସ ଭୟରେ ଏବେ ଲାଞ୍ଚ ନେବା ପାଇଁ ନୂଆ କୌଶଳ ଆପଣାଇଛନ୍ତି ଲାଞ୍ଚୁଆ ଅଧିକାରୀ । ଡିଜିଟାଲ ମୋଡ୍‌ ତଥା ଫୋନ ପେ, ଗୁଗଲ ପେ ଓ ବ୍ଲାଙ୍କ ଚେକ୍‌ ଜରିଆରେ ଲାଞ୍ଚ ନେଇ ଧରାହେଲେ ୩ ସରକାରୀ କର୍ମଚାରୀ । ଅଧିକ ପଢ଼ନ୍ତୁ

ଡିଜିଟାଲ ମୋଡ୍‌ ଓ ବ୍ଲାଙ୍କ୍‌ ଚେକ୍‌ରେ ଲାଞ୍ଚ ନେଉଛନ୍ତି ଲାଞ୍ଚୁଆ ଅଧିକାରୀ

author img

By

Published : May 30, 2023, 10:00 PM IST

ଡିଜିଟାଲ ମୋଡ୍‌ ଓ ବ୍ଲାଙ୍କ୍‌ ଚେକ୍‌ରେ ଲାଞ୍ଚ ନେଉଛନ୍ତି ଲାଞ୍ଚୁଆ ଅଧିକାରୀ

କଟକ: ରାଜ୍ୟରେ ଲାଞ୍ଚ କାରବାରକୁ ରୋକିବା ପାଇଁ ଅନେକେ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏହାକୁ କିପରି ରୋକା ଯାଇପାରିବ, ସେନେଇ ରାଜ୍ୟ ସରକାର ଭିଜିଲାନ୍ସ ବିଭାଗକୁ ଦାୟିତ୍ବ ଦେଇଛନ୍ତି । ମାତ୍ର ଭିଜିଲାନ୍ସ ବିଭାଗକୁ ଚକ୍‌ମା ଦେବାକୁ ନୂଆ ନୂଆ ପନ୍ଥା ଆପଣାଉଛନ୍ତି ଦୁର୍ନୀତିଖୋର ଅଫିସରମାନେ । କହିବାକୁ ଗଲେ ଭିଜିଲାନ୍ସ ବିଭାଗ ଡାଳେ ଡାଳେ ଗଲେ ଦୁର୍ନୀତିଗ୍ରସ୍ତ ଅଫିସର ମାନେ ଏବେ ପତ୍ରେ ପତ୍ରେ ଯାଉଛନ୍ତି । ନଗଦ କାରବାର କଲେ ଭିଜିଲାନ୍ସ ଧରିବ, ତେଣୁ ଏବେ ଡିଜିଟାଲ ମୋଡରେ ଲାଞ୍ଚ ଅର୍ଥ ଗ୍ରହଣ କରୁଛନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନେ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ନିଜର ସୁରକ୍ଷାକୁ ଦ୍ବିଗୁଣିତ କରିବା ପାଇଁ ଏବେ ବ୍ଲାଙ୍କ ଚେକ୍‌ ବ୍ୟବହାର କରି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ଘଟଣା ଏବେ ସାମ୍ନାକୁ ଆସିଛି । ତେବେ ଗତକାଲି (ସୋମବାର) ଘଟିଥିବା ଏହି ଭଳି ତିନୋଟି ଘଟଣା ଭିଜିଲାନ୍ସ ବିଭାଗ ସାମ୍ନାରେ ଏବେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ସମୟ ପରିବର୍ତ୍ତନ ହେବା ଭଳି ବଦଳିବାରେ ଲାଗିଛି ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କ ଲାଞ୍ଚ ନେବାର ତରିକା । ଲାଞ୍ଚ ନେଇ ଦୁର୍ନୀତି କରିବା ସହ ଭିଜିଲାନ୍ସ ଜାଲରୁ ବର୍ତ୍ତିବା ପାଇଁ ଏବେ ନୂଆ ତରିକା ଆପଣାଇଛନ୍ତି ସରକାରୀ ବାବୁ । ସାଧାରଣ ଲୋକଙ୍କ ଠାରୁ ସିଧାସଳଖ ଭାବରେ ନଗଦ ଟଙ୍କା ହାତକୁ ହାତ ନେଉନାହାନ୍ତି, କାରଣ ଏଥିରେ ଭିଜିଲାନ୍ସ ଜାଲରେ ପଡ଼ିବାର ଯଥେଷ୍ଟ ଭୟ ରହୁଛି । ସେଥିପାଇଁ ଏବେ ଡିଜିଟାଲ ମୋଡରେ ଯଥା ଗୁଗଲ ପେ’ ଓ ଫୋନ ପେ’ ଭଳି ଆପ ଜରିଆରେ ଲାଞ୍ଚ ଟଙ୍କା ଗ୍ରହଣ କରିବା ଆରମ୍ଭ କରିଦେଲେଣି ସରକାରୀ ବାବୁ । ତାହା ପୁଣି ନିଜ ଆକାଉଣ୍ଟରେ ନୁହେଁ, ବରଂ ନିଜର ସମ୍ପର୍କୀୟ ବ୍ୟକ୍ତିଙ୍କ ଜରିଆରେ ଏପରି କରୁଛନ୍ତି ଅଧିକାରୀ ମାନେ । ଏକଥା ଆମେ କହୁନାହୁଁ, ବରଂ ଏକଥା ସ୍ପଷ୍ଟ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।

ଗତକାଲି ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗର ଦୁଇଜଣ ଯନ୍ତ୍ରୀ ଓ ଜଣେ ଖଲାସୀଙ୍କ ସହ ଭୁବନେଶ୍ବର ନୟାପଲ୍ଲୀସ୍ଥିତ TPCODLର ଦୁଇଜଣ କର୍ମଚାରୀଙ୍କୁ ଧରିଥିଲା ଭିଜିଲାନ୍ସ । କେବଳ ସେତିକି ନୁହେଁ, ବ୍ଲାଙ୍କ ଚେକ ଜରିଆରେ ଏବେ ଲାଞ୍ଚ ଟଙ୍କା ଗ୍ରହଣ କରିବା ଭଳି ଘଟଣା ବି ସାମ୍ନାକୁ ଆସିଛି । ବ୍ଲାଙ୍କ ଚେକ ଜରିଆରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା କରଞ୍ଜିଆ ତହସିଲଦାରଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ । ଏହି ୩ଟି ଘଟଣା, ଭିଜିଲାନ୍ସ ବିଭାଗ ସାମ୍ନାରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଥିବ ନିଶ୍ଚୟ । ତେବେ ଏହାର ମୁକାବିଲା କରିବା ପାଇଁ ଭିଜିଲାନ୍ସ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ଏସ୍‌ପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.