କଟକ: ସୀମା ଟପିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ । ଘର କରିଦେବା ବାହାନାରେ ସ୍ଥାନୀୟ କର୍ପୋରେଟର ପ୍ରଳୟା ବୋହୁରା ଟଙ୍କା ହଡ଼ପ କରିଥିବାରୁ ଭଜିଲାନ୍ସର ଦ୍ବାରସ୍ଥ ହେଲେ କଟକ 46 ନମ୍ବର ୱାର୍ଡ ବାସୀନ୍ଧା । ଏହି ଘଟଣାକୁ ନେଇ ପୂର୍ବରୁ ସ୍ଥାନୀୟ ବିଧାୟକଙ୍କ ଦ୍ବାରସ୍ଥ ହୋଇଥିଲେ ସ୍ଥାନୀୟ ଜନସାଧାରଣ । ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ନହେବାରୁ ବାଧ୍ୟ ହୋଇ ଲୋକେ ଭଜିଲାନ୍ସର ଦ୍ବାରସ୍ଥ ହୋଇଛନ୍ତି ।
ତେବେ ଉକ୍ତ ଘଟଣାକୁ ଅନେକ ଦିନ ପୁରିଥିଲେ ସୁଦ୍ଧା ଏଯାବତ ଅନେକ ହିତାଧିକାରୀ ଆବାସ ଖଣ୍ଡେ କରିବା ପାଇଁ କରୁଣ ଦୃଷ୍ଟିରେ ଚାହିଁରହିଛନ୍ତି । ହେଲେ ଲୁଟିଥିବା ଟଙ୍କାରେ କର୍ପୋରେଟର ବେଶ ଆନନ୍ଦ ଉଲ୍ଲାସରେ ଜୀବନ କାଟୁଛନ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଭିଜିଲାନ୍ସ ହସ୍ତକ୍ଷେପ କରି ଉକ୍ତ ହିତାଧିକାରୀଙ୍କୁ ନ୍ୟାୟ ଦେବା ସହ ଟଙ୍କା ହଡ଼ପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ହିତାଧିକାରୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ