ETV Bharat / state

ଦାନା ଛଡାଇଲା କୋରୋନା, ଚିନ୍ତାରେ ସିଲଭର ସିଟିର ବାଉଁଶ କାରିଗର

author img

By

Published : May 12, 2020, 3:24 PM IST

ଲକଡାଉନ ପାଇଁ ଜାରି ରହିଥିବା କଟକଣା ପାଇଁ ଲକ ହୋଇଯାଇଛି ବାଉଁଶ କାରିଗରଙ୍କ ଜୀବନ ଜୀବିକା । କୌଳିକ ବୃତ୍ତି ଭାବେ ବଂଶାନୁକ୍ରମେ ବାଉଁଶରେ ତିଆରି କରୁଥିବା ଏହି କଳା ଉପରେ ସତେ ଯେପରି ଢାଙ୍କି ଯାଇଛି କଳା ବାଦଲ ।

cuttack latest news, bamboo craft artist of cuttack, bamboo craft artist, helpless bamboo craft artist in lockdown, corona effect in cuttack, corona effect on bamboo craft business, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକର ବାଉଁଶ କାରିଗର, ବାଉଁଶ କାରିଗର, ଲକଡାଉନରେ ଅସହାୟ ବାଉଁଶ କାରିଗର, କଟକରେ ଲକଡାଉନ ପ୍ରଭାବ, ବାଉଁଶ ବ୍ୟବସାୟରେ ଲକଡାଉନ ପ୍ରଭାବ
ଦାନା ଛଡାଇଲା କୋରୋନା, ଚିନ୍ତାରେ ସିଲଭର ସିଟିର ବାଉଁଶ କାରିଗର

କଟକ: କୋରୋନା ପ୍ରଭାବରେ ତୃତୀୟ ପର୍ଯ୍ୟାୟରେ ଲକଡାଉନ ଜାରି ରହିଥିବା ବେଳେ ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି ସିଜିନାଲ ବେପାରୀ । ଆଉ ତାଲିକାରେ ସାମିଲ ହୋଇଛନ୍ତି ସିଲଭର ସିଟିର ପ୍ରଭାବିତ ବାଉଁଶ କାରିଗର। ଲକଡାଉନ ପାଇଁ ବିକ୍ରି ହୋଇପାରୁନି ତିଆରି ହୋଇଥିବା ବାଉଁଶ ସାମଗ୍ରୀ । ଫଳରେ ହାତରେ ଦି ପଇସା ନାହିଁ କି ବିକ୍ରି ହୋଇପାରୁନି ହାତ ତିଆରି ବାଉଁଶ ସାମଗ୍ରୀ । ପରିସ୍ଥିତି ଏମିତି କି ଓଳିଏ ଖାଇଲେ ଦି ଓଳି ଉପାସ ରହିବାକୁ ପଡୁଛି। ଲକଡାଉନ ପରଠାରୁ ଏମିତି ଅବସ୍ଥାର ସମ୍ମୁଖୀନ ହେଉଛନ୍ତି କଟକର ଶତାଧିକ ବାଉଁଶ କାରିଗର।

ଲକଡାଉନ ପାଇଁ ଜାରି ରହିଥିବା କଟକଣା ପାଇଁ ଲକ ହୋଇଯାଇଛି ବାଉଁଶ କାରିଗରଙ୍କ ଜୀବନ ଜୀବିକା । କୌଳିକ ବୃତ୍ତି ଭାବେ ବଂଶାନୁକ୍ରମେ ବାଉଁଶରେ ତିଆରି କରୁଥିବା ଏହି କଳା ଉପରେ ସତେ ଯେପରି ଢାଙ୍କି ଯାଇଛି କଳା ବାଦଲ । ନା ମିଳୁଛି କଞ୍ଚାମାଲ, ନାଁ ବିକ୍ରି ହେଉଛି ପୂର୍ବରୁ ତିଆରି ହୋଇଥିବା ବାଉଁଶର ସେହି ଡାଲା, କୁଲା, ବିଞ୍ଚଣା ଓ ଚାଙ୍ଗୁଡ଼ି ଆଦି ସାମଗ୍ରୀ । ସେପଟେ ମହାମାରୀ କୋରୋନା ଛଡ଼ାଇ ନେଇଛି ସେମାନଙ୍କ ଦାନା। ତାଲାବନ୍ଦ ନିର୍ଦ୍ଦେଶ ଯୋଗୁଁ ସଂକଟରେ ପଡି ଯାଇଛନ୍ତି ଏହି ବାଉଁଶ କାରିଗର।

ପୂର୍ବରୁ ବାଉଁଶରେ ତିଆରି ଜିନିଷ ଏବେ ଘରେ ଥାକ ମରା ହୋଇ ରହିଛି । ଏସବୁ ନେବା ପାଇଁ ଏବେ କୌଣସି ଗ୍ରାହକ ଆସୁନାହାନ୍ତି । ତେଣେ ଏହି ଜିନିଷ ଧରି ବାହାରକୁ ଗଲେ କଟକଣା ସାଙ୍ଗକୁ ପୋଲିସର ଜୁଲମ । ଗାଡିମୋଟର ଚଳାଚଳରେ କଟକଣା ଯୋଗୁଁ ଦୋକାନରେ ମଧ୍ୟ ଏହି ସବୁ ସାମଗ୍ରୀ ବିକ୍ରି ହୋଇ ପାରୁନାହିଁ । ଫଳରେ ଦୁଇ ପଇସା ରୋଜଗାର କରିବା ଏବେ କାଠିକର ପାଠ ହୋଇପଡିଛି । ପ୍ରତ୍ୟକ ବର୍ଷ ଏହି ସମୟରେ ହିଁ ଭଲ ବେପାର ହୋଇଥାଏ । ଆଉ ଚଳିତବର୍ଷ ବି ବେପାର ଜମିବାର ଆଶା ରଖିଥିଲେ ବେପାରୀ । ଏଥିପାଇଁ କଞ୍ଚାମାଲରେ ବିଭିନ୍ନ ପ୍ରକାର ସାମଗ୍ରୀ ବି ପ୍ରସ୍ତୁତ କରାଯାଇଥିଲା ।

ମାତ୍ର କୋରୋନା ସଂକ୍ରମଣ ପାଇଁ ସବୁ କିଛି ବିଗିଡି ଗଲା । ଏହି ସିଜିନ ବେପାରରେ ଯାହା ରୋଜଗାର ହୁଏ ସେଥିରେ ବର୍ଷ ସାରା ପରିବାର ଚଳେ। ଆଉ ବର୍ତ୍ତମାନ ସ୍ଥିତିରେ ପରିବାର କେମିତି ଚଳିବ ତାହା ଏବେ ଏହି କାରିଗରଙ୍କୁ ଚିନ୍ତାରେ ପକାଇଛି । ତେଣେ ସରକାରଙ୍କ ପାଖରୁ ଯାହା ରାସନ ମିଳୁଛି ସେଥିରେ କଷ୍ଟେ ମଷ୍ଟେ ପରିବାର ଚଳି ଯାଉଛି । ମାତ୍ର ଘର ଭଡା ଦେବାକୁ ଏବେ ଅକ୍ଷମ ଏହି କାରିଗର ପରିବାର । ଯଦି ଏମିତି ସ୍ଥିତି ଲାଗି ରୁହେ ତେବେ ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯିବ ତାହା ନିଃସନ୍ଦେହ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.