ETV Bharat / state

ରକ୍ଷକ ସାଜିଲା ଭକ୍ଷକ: ବ୍ୟବସାୟୀଙ୍କୁ ଲୁଟ ଘଟଣାରେ 3 ପୋଲିସ କର୍ମଚାରୀ ଗିରଫ

author img

By

Published : Aug 23, 2019, 10:58 PM IST

ବ୍ୟବସାୟୀଙ୍କୁ ଲୁଟ ଘଟଣାରେ 3ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପୋଲିସ କର୍ମଚାରୀମାନେ ବ୍ୟବସାୟୀଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଲୁଟେରା ହୋଇ ଲୁଟିଲା ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକର ନିର୍ଗୁଣ୍ଡି ଅଞ୍ଚଳରେ। ଗତ ବୁଧବାର ବିଳମ୍ବିତ ରାତିରେ କୋଲକାତାରୁ ପୁରୀ ବ୍ରହ୍ମଗିରି ଅଞ୍ଚଳକୁ ଯାଉଥିବା ତିନିଜଣ ଯୁବକଙ୍କ ଠାରୁ ଲୁଟ କରିଛନ୍ତି ତିନିଜଣ ପୋଲିସ କର୍ମଚାରୀ । ଉକ୍ତ ଘଟଣାରେ ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଟକ ଗ୍ରାମାଞ୍ଚଳ ଏସପି ରାଧାବିନୋଦ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଅନୁସାରେ, ଗତ ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀ କୋଲକାତାରୁ ପୁରୀ ବ୍ରହ୍ମଗିରି ଫେରୁଥିଲେ । ନିର୍ଗୁଣ୍ଡି ଅଞ୍ଚଳରେ ବେଳେ ତିନି ପୋଲିସ କର୍ମଚାରୀ ଗାଡିକୁ ଅଟକାଇବା ସହ ଚେକିଂ ବାହାନାରେ ଗାଡି ଭିତରୁ ଦେଢଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏନେଇ ବ୍ୟବସାୟୀ ଜଣକ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ ।

ଚେକିଂ ବାହାନାରେ ଲୁଟ କରିଥିବା ପୋଲିସ କର୍ମଚାରୀମାନେ ଘଟଣାର ଦଫାରଫା କରିବାକୁ 1 ଲକ୍ଷ 3 ହଜାର ଟଙ୍କା ଫେରାଇ ଦେଇଥିଲେ । ତେବେ ଏହି ଘଟଣାକୁ ଅତି ଗୁରୁତର ସହ ନେଇ ଥାନା ଅଧିକାରୀ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ । ତଦନ୍ତରୁ ପେଟ୍ରୋଲିଂରେ ଥିବା 3 ପୋଲିସ କର୍ମଚାରୀ ଟଙ୍କା ଲୁଟ କରିଥିବା ଜଣାପଡିଥିଲା । ଏହାପରେ ଘଟଣାରେ ସମ୍ପୃକ୍ତ ହୋମଗାର୍ଡ ସନ୍ତୋଷ ମଲ୍ଲିକ, ହୋମଗାର୍ଡ ବ୍ରଜ କିଶୋର ପଣ୍ଡା ଓ କନେଷ୍ଟବଳ ଯୋଗେନ୍ଦ୍ର ପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଲୁଟେରା ହୋଇ ଲୁଟିଲା ପୋଲିସ। କଥାଟା ଶୁଣିଲେ ଲାଗୁଥିବ ଅଜବ କିନ୍ତୁ ଘଟଣା ସତ୍ୟ ।ଗତ ବୁଧବାର ବିଳମ୍ବିତ ରାତିରେ କୋଲକାତା ରୁ ପୁରୀ ବ୍ରହ୍ମଗିରି ଅଞ୍ଚଳ କୁ ଯାଉଥିବା ତିନିଜଣ ଯୁବକଙ୍କ ଠାରୁ ଲୁଟ କରିଛନ୍ତି ତିନିଜଣ ପୋଲିସ କର୍ମଚାରୀ ।ଉକ୍ତ ଘଟଣାରେ ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ରାଧା ବିନୋଦ ପାଣିଗ୍ରାହୀ।

ସୂଚନାଅନୁଯାୟୀ ଗତ ବୁଧବାର ଦିନ ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀ କୋଲକାତା ରୁ ପୁରୀ ବ୍ରହ୍ମଗିରି ଫେରୁଥିବା ବେଳେ ତିନି ପୋଲିସ କର୍ମଚାରି ଗାଡିକୁ ଅଟକାଇ ଚେକିଂ ବାହାନାରେ ଗାଡି ଭିତରୁ ଦେଢଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏନେଇ ଟାଙ୍ଗି ଥାନାରେ ଅଭିଯୋଗ ହୋଇଥିଲା।ଚେକିଂ କରିଥିବା ପୋଲିସ କର୍ମଚାରୀ ମାନେ ଲୁଟ କରିଥିବା ଅଭିଯୋଗ ଆସିବା ପରେ ଘଟଣାର ରଫା ଦଫା କରିବାକୁ ଅଭିଯୁକ୍ତ ପୋଲିସ 1 ଲକ୍ଷ 3 ହଜାର ଟଙ୍କା ଫେରାଇ ଦେଇଥିଲା।ତେବେ ଏହି ଘଟଣା କୁ ଅତି ଗୁରୁତ୍ୱର ଭାବେ ନେଇଥିଲେ ଥାନା ଅଧିକାରୀ। ସମ୍ପୃକ୍ତ ଥିବା ପୋଲିସ କର୍ମଚାରୀ ଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରି ଅଧିକ ସନ୍ଧାନ ଚଳାଇଥିଲା।ତେବେ ପେଟ୍ରୋଲିଂ ରେ ଥିବା ଏହି 3 ପୋଲିସ କର୍ମଚାରୀ ଟଙ୍କା ଲୁଟ କରିଥିବା ତଦନ୍ତରୁ ଜାଣି ବାକୁ ପାଇଥିଲେ ଥାନାଧିକାରୀ।ଘଟଣାରେ ସମ୍ପୃକ୍ତ ଥିବା ହୋମଗାର୍ଡ ସନ୍ତୋଷ ମଲ୍ଲିକ ,ହୋମଗାର୍ଡ ବ୍ରଜ କିଶୋର ପଣ୍ଡା ଓ କନେଷ୍ଟବଳ ଯୋଗେନ୍ଦ୍ର ପାଣିଙ୍କୁ ଗିରଫ କରି କୋର୍ଟ ଚାଳନା କରାଯାଇଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଗ୍ରାମାଞ୍ଚଳ ଏସିପି ରାଧା ବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ବାଇଟ - ରାଧା ବିନୋଦ ପାଣିଗ୍ରାହୀ ,କଟକ ଗ୍ରାମାଞ୍ଚଳ ଏସ୍ପି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.