ETV Bharat / state

ନାବାଳିକା ଦୁଷ୍କର୍ମକାରୀକୁ 14 ବର୍ଷ ସଶ୍ରମ କାରାଦଣ୍ଡ

author img

By

Published : Mar 14, 2023, 10:20 AM IST

କଟକ ଜିଲ୍ଲା ମାହାଙ୍ଗ ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ୧୪ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ

cuttack mahanga minor girl rape case
ନାବାଳିକା ଦୁଷ୍କର୍ମକାରୀକୁ 14 ବର୍ଷ ସଶ୍ରମ କାରାଦଣ୍ଡ
ନାବାଳିକା ଦୁଷ୍କର୍ମକାରୀକୁ 14 ବର୍ଷ ସଶ୍ରମ କାରାଦଣ୍ଡ

କଟକ: ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ରାୟ ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ନାବାଳିକା ଦୁଷ୍କର୍ମକାରୀକୁ 14 ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । 2014 ମସିହାରେ ମାହାଙ୍ଗା ଅଞ୍ଚଳରେ ଜଣେ 16 ବର୍ଷୀୟ ନାବାଳିକା ଦୁଷ୍କର୍ମ ଘଟଣାରେ ସେହି ଅଞ୍ଚଳର କୃଷ୍ଣଚନ୍ଦ୍ର ପୋକ୍ସୋ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । 14 ବର୍ଷ ସଶ୍ରମ କାରାଦଣ୍ଡ ସହିତ 20 ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଜରିମାନା ଅନାଦେୟ ଅର୍ଥାତ ଜୋରିମାନା ଦେଇ ନପାରିଲେ, ଦୋଷୀ ଜଣକ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବେ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ପୋକ୍ସୋ କୋର୍ଟ ଏହି ମାମଲାର ଶୁଣାଣି କରି ୮ଟି ତଥ୍ୟ ପ୍ରମାଣ ଓ ୧୦ ଜଣ ସାକ୍ଷୀଙ୍କ ଵୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି ନାବାଳିକା ପୀଡ଼ିତାକୁ ୬ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

୨୦୧୪ ମସିହାରେ ମାହାଙ୍ଗା ଅଞ୍ଚଳର କୃଷ୍ଣଚନ୍ଦ୍ର ନିଜ ଗ୍ରାମର ଜଣେ ୧୬ ବର୍ଷର ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା । ଏକଥା କାହାକୁ ନ କହିବାକୁ କହୁଥିଲା । ପରବର୍ତ୍ତୀ ସମୟରେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ପୀଡିତାଙ୍କ ମାଆ ମାହାଙ୍ଗା ଥାନାରେ ଏତଲା ଦେଇଥିଲେ । ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ମାହାଙ୍ଗା ଥାନା ପୋଲିସ ମାମଲା ରୁଜ୍ଜୁ କରିଥିଲା । ଦୋଷୀ ଗିରଫ ହୋଇ ଜେଲରେ ଥିବା ବେଳେ ହାଇକୋର୍ଟରୁ ଜାମିନରେ ମୁକୁଳି ଥିଲା । ଏହାପରେ ଫେରାର ହୋଇ ଯାଇଥିଲା କୃଷ୍ଣଚନ୍ଦ୍ର ।

ଏହା ବି ପଢନ୍ତୁ...ମୁଣ୍ଡ ଟେକୁଛି ବଡ଼ ବିପଦ, ୨୦୫୦ ବେଳକୁ ୨୦୦ କିମି ସମୁଦ୍ରକୂଳ ଲୀନ ହୋଇଯିବ!

ଅଭିଯୁକ୍ତ ଜଣକ ପରବର୍ତ୍ତୀ ସମୟରେ ଅନ୍ୟ ଏକ ମହିଳାଙ୍କୁ ମଧ୍ୟ ବିବାହ କରିଥିଲେ । ସେପଟେ ପୀଡିତା ଜଣକ ଗର୍ଭବତୀ ହେବା ପରେ ଏକ ସନ୍ତାନ ଜନ୍ମ ଦେଇଥିଲେ । ସନ୍ତାନକୁ ଧରି ନିଜ ମାଆଙ୍କ ପାଖରେ ପୀଡିତା ରହୁଛନ୍ତି । ଫେରାର ହେବାର କିଛି ଦିନ ପରେ କୃଷ୍ଣଚନ୍ଦ୍ର ପୁନଶ୍ଚ ଗିରଫ ହୋଇଥିଲା । ପୋକ୍ସୋ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା । ସରକାରଙ୍କ ପକ୍ଷରୁ ଏହି ମାମଲାର ପରିଚାଳନା କରୁଥିଲେ ସରକାରୀ ଓକିଲ ରମେଶ ମହାନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.