ETV Bharat / state

ନାବାଳିକାକୁ ହତ୍ୟା ଉଦ୍ୟମ, ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ନାବାଳିକାକୁ ଅସଦାଚରଣ ହତ୍ୟା ଉଦ୍ୟମ ମାମଲା । ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଲେ କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ

author img

By

Published : Apr 1, 2023, 10:39 AM IST

କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ
କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ

କଟକ: ୧୧ ବର୍ଷୀୟ ନାବାଳିକାକୁ ହତ୍ୟା ଉଦ୍ୟମ ଓ ଅସଦାଚରଣ କରିବା ମାମଲାରେ ରାୟ ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଦେଇ ନପାରିଲେ ଅର୍ଥାତ ଅନାଦେୟ ହେଲେ ୨ ବର୍ଷ ୯ ମାସ ଅଧିକ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତ ମିଟୁ ଓରଫ କାଳିଆ ଦେହୁରୀକୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଘଟଣା ଅନୁସାରେ, ୧୦ ସେପ୍ଟେମ୍ବର ୨୦୧୭ ମସିହାରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଘଟିଥିଲା ଏହି ଅଘଟଣ । ପ୍ରତ୍ୟେକ ଦିନ ପରି ସେଦିନ ମଧ୍ୟ ନାବାଳିକା ଜଣକ ପାଠ ପଢିବା ପାଇଁ ସ୍କୁଲକୁ ଯାଇଥିଲେ । ସ୍କୁଲରେ ପାଠ ପଢା ସରିବା ପରେ ଅପରାହ୍ନ ପ୍ରାୟ ୪ଟା ସମୟରେ ଘରକୁ ଫେରୁଥାଏ । ନାବାଳିକା ଜଣକ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ତାକୁ ଜୋର ଜବରଦସ୍ତି ଉଠେଇ ନେଇଥିଲା । ନାବାଳିକା ବି ହଠାତ କିଛି ବୁଝି ପାରିନଥିଲେ । ସେ କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ଜଣକ ଏକ ଧାରୁଆ ଅସ୍ତ୍ର କାଢି ତା ବେକକୁ କାଟିଥିଲା ।

ବେକରୁ ରକ୍ତ ବାହାରିବାରୁ ନାବାଳିକା ଜଣକ ଭୟଭୀତ ହୋଇ ଚିତ୍କାର କରିଥଲା । କିନ୍ତୁ ନିଛାଟିଆ ସ୍ଥାନ ରହିଥିବାରୁ ସେଠାରେ ସାହାଯ୍ୟ କରିବା ପାଇଁ କେହି ନଥିଲେ । ଅତି କ୍ଷତାକ୍ତ ଅବସ୍ଥାରେ ନାବାଳିକା ଜଣକ ସେହିଠାରେ ପଡି ମୃତ୍ୟୁ ସହ ସଂଗ୍ରାମ କରିଥିଲେ । କିଛି ଲୋକ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପୂରଣ ହେବ ରାଜ୍ୟବାସୀଙ୍କ ସ୍ୱପ୍ନ ! ଟ୍ୱିନ୍ ସିଟିରେ ପ୍ରସ୍ତାବିତ ମେଟ୍ରୋ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ

ଏନେଇ ପୀଡ଼ିତା ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାଜିଷ୍ଟ୍ରେଟଙ୍କ ସହ ୧୪ ଜଣ ସାକ୍ଷୀ ଓ ୧୨ ଟି ଡକ୍ୟୁମେଣ୍ଟ ଆଧାରରେ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ଏହି ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ନାବାଳିକାକୁ ଦେଢ଼ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଆଇନସେବା ପ୍ରାଧିକରଣ ଏହି କ୍ଷତିପୂରଣ ରାଶି ପ୍ରଦାନ କରିବେ ବୋଲି କୋର୍ଟ କହିଛନ୍ତି । ପବ୍ଲିକ ପ୍ରୋସେକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ଏନେଇ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.