ETV Bharat / state

କଟକରେ ନିୟନ୍ତ୍ରିତ କୋରୋନା ସ୍ଥିତି: ସୌରଭ ଗର୍ଗ - କଟକରେ ନିୟନ୍ତ୍ରିତ କୋରୋନା ସ୍ଥିତି

କଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 500 ଅତିକ୍ରମ କରିଛି । ଏଭଳି ସ୍ଥିତିରେ ଏହାର ମୁକାବିଲା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

Controlled corona position in Cuttack: Sourav Garg
କଟକରେ ନିୟନ୍ତ୍ରିତ କୋରୋନା ସ୍ଥିତି: ସୌରଭ ଗର୍ଗ
author img

By

Published : Jun 27, 2020, 7:06 PM IST

କଟକ: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା 500 ଅତିକ୍ରମ କରିଛି । ପ୍ରତିଦିନ ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ ଏହାର ମୁକାବିଲା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

କଟକରେ ନିୟନ୍ତ୍ରିତ କୋରୋନା ସ୍ଥିତି: ସୌରଭ ଗର୍ଗ

କଟକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବରେ ରହିଥିବା ସୌରଭ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏଥିରେ କଟକ ଜିଲ୍ଲାପାଳଙ୍କ ସମେତ ପୋଲିସ କମିଶନର, କଟକ ଡିସିପି, ସିଏମସି କମିଶନର ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଜିଲ୍ଲାର ପ୍ରତିଟି ବ୍ଲକ ଓ ସିଏମସିରେ କୋରୋନାର ସ୍ଥିତି କିପରି ରହିଛି ସେ ନେଇ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଇଥିଲା । ତେବେ କଟକ ଜିଲ୍ଲାରେ କୋରୋନା ସ୍ଥିତି ଭଲ ଥିବା ସୌରଭ ଗର୍ଗ କହିଛନ୍ତି । ସେପଟେ ହୋମ କ୍ବାରେନଣ୍ଟାଇନରେ ଥିବା ପ୍ରତ୍ୟେକଙ୍କ ଉପରେ ଜିଲ୍ଲାପ୍ରଶାସନ ନଜର ରଖିଥିବା କହିଛନ୍ତି କଟକ ଜିଲ୍ଲାପାଳ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.