ETV Bharat / state

Panchayat Polls: ନିର୍ବାଚନରେ ବିଜେଡିର ଅସଲ ମୁଖା ଖୋଲିବ କହିଲା କଂଗ୍ରେସ

author img

By

Published : Jan 23, 2022, 1:32 PM IST

Updated : Jan 23, 2022, 2:13 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ କଂଗ୍ରେସ । ଏଥର ନିର୍ବାଚନରେ ବିଜେଡିର ଅସଲ ମୁଖା ଖୋଲିବା ସହ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ କଂଗ୍ରେସର ଦୃଢୋକ୍ତି । ଅଧିକ ପଢନ୍ତୁ

Panchayat Polls: ନିର୍ବାଚନରେ ବିଜେଡିର ଅସଲ ମୁଖା ଖୋଲିବ କହିଲା କଂଗ୍ରେସ
Panchayat Polls: ନିର୍ବାଚନରେ ବିଜେଡିର ଅସଲ ମୁଖା ଖୋଲିବ କହିଲା କଂଗ୍ରେସ

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ କଂଗ୍ରେସ । କଟକ ଜିଲ୍ଲାରେ ଶାସକ ଦଳକୁ ବ୍ୟାକ ଫୁଟକୁ ଆଣିବା ପାଇଁ ଦଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛି । କୋଭିଡ ସମୟରେ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ସରକାର ବର୍ତ୍ତମାନ କେବଳ ଯୋଜନା ଆଳରେ ଲୋକଙ୍କୁ ଭକୁଆ ବନାଉଛନ୍ତି । ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ କଟକରେ କଂଗ୍ରେସ ହିଁ ବାଜି ମାରିବ ।

ଜନତାଙ୍କୁ ବିଜେଡିର ଅସଲ ମୁଖା ଦେଖାଇ ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ଲଢ଼ିବ କଂଗ୍ରେସ । ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ ନେଇ ଏଭଳି ଦୃଢୋକ୍ତ ପ୍ରକାଶ କରିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ମାନସ ଚୌଧୁରୀ ।

ବିଜେଡି ଓ ବିଜେପିକୁ ଟ୍ରାକ କରି ଦଳ ଜିଲ୍ଲାରେ କଂଗ୍ରେସ ନିଶ୍ଚୟ ଭଲ ପ୍ରଦର୍ଶନ କରିବ ଓ ସଂଖ୍ୟା ଗରିଷ୍ଠତା ମଧ୍ୟ ହାସଲ କରିବ ବୋଲି କହିଛି । ଉଲ୍ଲେଖଯୋଗ୍ୟ, ଓଡିଶାରେ ଫେବୃୟାରୀ ୧୬ରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବୃୟାରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ୍ ଗ୍ରହଣ କରାଯିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 23, 2022, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.