ETV Bharat / state

ତୈଳଦର ବୃଦ୍ଧି ପ୍ରତିବାଦରେ ବର୍ଷିଲା ନଗର କଂଗ୍ରେସ - ଆଗମୀ ଦିନରେ ଜନଆନ୍ଦୋଳନର ଚେତାବନି

ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ବର୍ଷିଲା କଂଗ୍ରେସ । ଏହାକୁ ପ୍ରତିବାଦ କରି ନଗର କଂଗ୍ରେସ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଛି ।

protest of the rise in oil prices
ତୈଳଦର ବୃଦ୍ଧି ପ୍ରତିବାଦରେ ବର୍ଷିଲା ନଗର କଂଗ୍ରେସ
author img

By

Published : Jun 29, 2020, 8:01 PM IST

କଟକ: ଅହେତୁକ ତୈଳଦର ବୃଦ୍ଧିକୁ କଂଗ୍ରେସର ବିରୋଧ । ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ବର୍ଷିଲା କଂଗ୍ରେସ । ଏହାକୁ ପ୍ରତିବାଦ କରି ନଗର କଂଗ୍ରେସ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଛି ।

ତୈଳଦର ବୃଦ୍ଧି ପ୍ରତିବାଦରେ ବର୍ଷିଲା ନଗର କଂଗ୍ରେସ

କୋରୋନା ମହାମାରୀ ସମୟରେ ଅନେକ ଲୋକେ ବେରୋଜଗାର ହେବା ସହ ବ୍ୟବସାୟ ବାଣିଜ୍ୟ ବିଶେଷ ପ୍ରଭାବିତ ହୋଇଛି । ଏଭଳି ଘଡିସନ୍ଧି ମୂହର୍ତ୍ତରେ କିଭଳି କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ନୀରବ ବସିଥିବା ପ୍ରଶ୍ନ କରିଛି ଦଳ । ତୈଳଦର ବୃଦ୍ଧି ଯୋଗୁଁ ସମସ୍ତ ଅନ୍ୟ ସାମଗ୍ରୀ ମଧ୍ୟ ଦରବୃଦ୍ଧି ହେଉଛି । ଯାହା ସାଧାରଣ ଖାଉଟିଙ୍କ ପାଇଁ ବଡ ସମସ୍ୟା ।

ତେବେ ଏହି ତୈଳଦରକୁ ଶୀଘ୍ର ହ୍ରାସ କରା ନଗଲେ ଆଗମୀ ଦିନରେ ଏକ ବଡ଼ ଜନଆନ୍ଦୋଳନର ରୂପ ନେବ ବୋଲି ନଗର କଂଗ୍ରେସର ସାଧାରଣ ସମ୍ପାଦିକା ଗିରିବାଳା କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.