କଟକ: କମ୍ପିଲା କଟକ ମହାନଗର ନିଗମ କାର୍ଯ୍ୟାଳୟ । ବିଭିନ୍ନ ସମସ୍ୟାକୁ ନେଇ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ଗର୍ଜିଲା ଯୁବ କଂଗ୍ରେସ । ଆନ୍ଦୋଳନ ସମୟରେ ପୋଲିସ ସହ କଂଗ୍ରେସ କର୍ମୀ ମଧ୍ୟ ଧସ୍ତାଧସ୍ତି ହୋଇଛନ୍ତି । ପରେ କମିଶନରଙ୍କ ପ୍ରତିଶୃତି ପରେ ଆୟତ ହୋଇଥିଲା ଯୁବ କଂଗ୍ରେସର ଆକ୍ରୋଶ ।
ତେବେ କଟକରେ ଦିନକୁ ଦିନ ମଶା ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କଟକବାସୀ । କେବଳ ସଚେତନ ନାଁରେ ଟଙ୍କା ହରିଲୁଟ ହେଉଥିବାର ଅଭିଯୋଗ କରିଛି କଂଗ୍ରେସ । ତେବେ ଆଗାମୀ ଦିନରେ ଯଦି କଟକର ସ୍ଥିତି ସ୍ବାଭାବିକ ନହୁଏ, ତେବେ ସିଏମସି ଅଚଳ ହେବା ନିଶ୍ଚୟ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ