ETV Bharat / state

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ କଂଗ୍ରେସ ଶିଖିବାର ଅଛି: ବିଧାୟକ ମୋକିମ - ଯଦି ସମ୍ବଳ ନାହିଁ କାହିଁକି ପ୍ରାର୍ଥୀ ଦେଉଛ

ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ବିସ୍ଫୋରକ ବୟାନ । ଏବେ ଏନେଇ ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି । କର୍ମୀଙ୍କ ମନରେ ପ୍ରଶ୍ନ ସବୁ ଉପନିର୍ବାଚନରେ ଭୋଟ ହାର କାହିଁକି ଖସୁଛି । ଦିଲ୍ଲୀରୁ ଦାୟିତ୍ୱ ଦିଆ ଯାଇଥିବା ଲୋକ କାହିଁକି ଏଠି ପଡି କଂଗ୍ରେସକୁ ଜିତାଇବା ପାଇଁ ପ୍ରୟାସ କରୁନାହାନ୍ତି । ସୋ କଲଡ ସିନିୟର ଲିଡରଙ୍କ ଚେହେରା ଦେଖି ଲୋକ ଆଉ ଭୋଟ ଦେବାକୁ ଚାହୁଁ ନାହାନ୍ତି । ସେମାନଙ୍କୁ ଗୋଲଡେନ ହାର୍ଟ ସହ ଅବସର ଦେବାକୁ ପଡିବ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ଯଦି ସମ୍ବଳ ନାହିଁ ଲୋକହସା ହେବା ପାଇଁ ପ୍ରାର୍ଥୀ କାହିଁକି ଦିଆଯାଉଛି: ବିଧାୟକ ମହମ୍ମଦ ମୋକିମ

author img

By

Published : Dec 9, 2022, 8:31 PM IST

ଭୁବନେଶ୍ବର: ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ବିସ୍ଫୋରକ ବୟାନ । ଏବେ ଏନେଇ ଗୁରୁତ୍ୱର ସହ ଚିନ୍ତା କରିବାର ସମୟ ଆସିଛି । କର୍ମୀଙ୍କ ମନରେ ପ୍ରଶ୍ନ ସବୁ ଉପନିର୍ବାଚନରେ ଭୋଟ ହାର କାହିଁକି ଖସୁଛି । ଦିଲ୍ଲୀରୁ ଦାୟିତ୍ୱ ଦିଆ ଯାଇଥିବା ଲୋକ କାହିଁକି ଏଠି ପଡି କଂଗ୍ରେସକୁ ଜିତାଇବା ପାଇଁ ପ୍ରୟାସ କରୁନାହାଁନ୍ତି । ସୋ-କଲଡ୍ ସିନିୟର ଲିଡରଙ୍କ ଚେହେରା ଦେଖି ଲୋକ ଆଉ ଭୋଟ ଦେବାକୁ ଚାହୁଁ ନାହାନ୍ତି । ସେମାନଙ୍କୁ ଗୋଲଡେନ ହାର୍ଟ ସହ ଅବସର ଦେବାକୁ ପଡିବ ବୋଲି କହିଛନ୍ତି ।

ଯଦି ସମ୍ବଳ ନାହିଁ ଲୋକହସା ହେବା ପାଇଁ ପ୍ରାର୍ଥୀ କାହିଁକି ଦିଆଯାଉଛି: ବିଧାୟକ ମହମ୍ମଦ ମୋକିମ

ମହମ୍ମଦ ମୋକିମ କହିଛନ୍ତି, "ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରୁ କଂଗ୍ରେସ ଶିଖିବାର ଅଛି । ନୂଆ ଯୁବ ବର୍ଗଙ୍କୁ ସୁଯୋଗ ଦେବାର ଅଛି । ଏଭଳି ଉପନିର୍ବାଚନ ଫଳାଫଳ ଦିଲ୍ଲୀ ଉପରେ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି । ଏଭଳି ଅବସ୍ଥା ଲାଗି ରହିଲେ ୟୁପି ପଶ୍ଚିମବଙ୍ଗ ଭଳି ରାଜ୍ୟରେ କଂଗ୍ରେସ ଲୋପ ହୋଇଯିବ । ସବୁବେଳେ ଦଳର ପ୍ରାର୍ଥୀଙ୍କ ହାର ପରେ ସମ୍ବଳ ନଥିବାରୁ ହାରିଲୁ ବୋଲି କୁହାଯାଉଛି । ଯଦି ସମ୍ବଳ ନାହିଁ ଲୋକହସା ହେବା ପାଇଁ ପ୍ରାର୍ଥୀ କାହିଁକି ଦିଆଯାଉଛି ।"

ଦଳର ସେନାପତି ବିଶ୍ୱାସଘାତ କଲେ ଦଳ ଆଗକୁ କୁଆଡେ ଯିବ ? ଉପନିର୍ବାଚନ କିଛି ଲୋକଙ୍କୁ ଖୁସି କରୁଛି ପକେଟ ଗରମ କରିବାର ସୁଯୋଗ ଆଣୁଛି । ଏଭଳି ହେଲେ ଆଗକୁ କଂଗ୍ରେସ ନୋଟା ସହ ଲଢେଇ କରିବ । ଦିଲ୍ଲୀରେ ଜାତୀୟ କଂଗ୍ରେସ ସଭାପତିଙ୍କ ପାଖରେ ମୋ ବାର୍ତ୍ତା ପହଞ୍ଚୁ । ରାଜ୍ୟରେ କଂଗ୍ରେସ ସୁଦୃଢ ପାଇଁ ରୋଡ଼ ମ୍ୟାପ ତିଆରି ହେଉ । 2024 ସାଧାରଣ ନିର୍ବାଚନ ପାଇଁ 9 ରୁ 90 ଟାର୍ଗେଟ ହାସ୍ୟାସ୍ପଦ ଭଳି ମନେ ହେଉଛି ବୋଲି ମୋକିମ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.