ETV Bharat / state

ମୋକିମଙ୍କ ବିଶାଳ ସମ୍ମିଳନୀ, ନଜର ଆସିଲେନି କଂଗ୍ରେସ ଜିଲ୍ଲା ସଭାପତି କି ଦଳୀୟ ବ୍ୟାନର - ଦରଘାବଜାର ପୁରୁଣା ଜେଲ ପଡ଼ିଆରେ କଂଗ୍ରେସର କାର୍ଯ୍ୟକ୍ରମ

କଟକ ଦରଘାବଜାର ପୁରୁଣା ଜେଲ ପଡ଼ିଆରେ କଂଗ୍ରେସ ନେତା ମୋକିମ(Barabati MLA Mokim)ଙ୍କ ଶକ୍ତି ପ୍ରଦର୍ଶନ । ଏକ ବିଶାଳ ସମ୍ମିଳନୀରେ ହଜାର ହଜାର ମୋକିମ ପ୍ରେମୀ ସାମିଲ ହୋଇଥିବା ବେଳେ କଂଗ୍ରେସ ଜିଲ୍ଲା ସଭାପତି କିମ୍ବା କଂଗ୍ରେସର କୌଣସି ବ୍ୟାନର ମଧ୍ୟ ଦେଖିବାକୁ ମିଳିନାହିଁ । ଅଧିକ ପଢନ୍ତୁ

Barabati MLA Mokim
Barabati MLA Mokim
author img

By

Published : Jan 8, 2023, 8:22 PM IST

ମୋକିମଙ୍କ ବିଶାଳ ସମ୍ମିଳନୀ, ନଜର ଆସିଲେନି କଂଗ୍ରେସ ଜିଲ୍ଲା ସଭାପତି କି ଦଳୀୟ ବ୍ୟାନର

କଟକ: ବାରବାଟୀ ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ(Barabati MLA Mokim)ଙ୍କ ଶକ୍ତି ପ୍ରଦର୍ଶନ । ଦରଘାବଜାର ପୁରୁଣା ଜେଲ୍‌ ପଡ଼ିଆରେ କଲେ ବିଶାଳ ସମ୍ମିଳନୀ । ନା ଥିଲା କଂଗ୍ରେସର ବ୍ୟାନର ନା ଥିଲେ କଂଗ୍ରେସ ଜିଲ୍ଲା ସଭାପତି । କିଛି ହାତଗଣତି ନେତୃବୃନ୍ଦ ଏହି ସମ୍ମିଳନୀରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ନବବର୍ଷରେ ବନ୍ଧୁମିଳନ ଉଦ୍ଦେଶ୍ୟରେ ମୋକିମ ଏହି ସମ୍ମିଳନୀର ଆୟୋଜନ କରିଥିବା ବେଳେ ସାମିଲ ହୋଇଛନ୍ତି ହଜାରହଜାର ମୋକିମ ପ୍ରେମୀ(Many people join public meeing of Barabati MLA) ।

ଏହି ସମ୍ମିଳନୀରେ ସାମିଲ ହୋଇଥିଲେ ୫୯ଗୋଟି ୱାର୍ଡର ଯୁବ ଛାତ୍ର ମହିଳା । ତେବେ କଂଗ୍ରେସରେ ଥାଇ ନ ଥିବା ପରିସ୍ଥିତି ରହିଛି ମୋକିମଙ୍କର । ଦଳ ଛାଡିବା ନେଇ ଚାଲିଥିବା ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ମୋକିମ ସମାବେଶ ରାଜନୈତିକ ପାଣିପାଗକୁ ଆହୁରି ଗୋଳିଆ କରୁଛି । ତେବେ ସିଧାସଳଖ ଦଳ ପରିବର୍ତ୍ତନ କଥାକୁ ନଏଡ଼ାଇ କଟକବାସୀ ଯାହା ଚାହିଁବେ ତାହା ହିଁ ହେବ ବୋଲି ଉତ୍ତର ରଖିଛନ୍ତି ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ତେବେ କଂଗ୍ରେସ ସହ ଅଛି ଓ ବିଧାନସଭାରେ ବାରବାଟୀ ନିର୍ବାଚନ ମଣ୍ଡଳୀ ପକ୍ଷରୁ ସ୍ୱର ଉତ୍ତୋଳନ କରୁଛି ବୋଲି ସେ କହିଛନ୍ତି ।

ସମ୍ମିଳନୀ ସମ୍ବନ୍ଧରେ ପ୍ରତିକ୍ରୟା ରଖି ମୋକିମ କହିଛନ୍ତି, "ଜିଲ୍ଲା କଂଗ୍ରେସ ସଭାପତି କାହିଁକି ଉପସ୍ଥିତ ନଥିଲେ ତାଙ୍କୁ ପଚାରିବା ଉଚିତ । ଏହି ସମ୍ମିଳନୀରେ ଯୋଗଦେବା ଲାଗି ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା । କଟକବାସୀଙ୍କୁ ନେଇ ଏହି ନୂଆବର୍ଷ ପାଳନ କରାଯାଇଛି । ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇନାହିଁ । ଏହାଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ । ମୁଁ କଂଗ୍ରେସ ରାଜନୀତିରେ ଅଛି । ଜଣେ ଦାୟିତ୍ୱବାନ କର୍ମୀ ଭାବେ ଦାୟିତ୍ୱ ତୁଲାଉଛି । ଏଥିରେ କୌଣସି ଦ୍ୱିମତ ନାହିଁ । କଟକବାସୀଙ୍କ ଉନ୍ନତି ଲାଗି ମୁଁ ସର୍ବଦା କାମ କରୁଛି ।"

ଏହା ବି ପଢନ୍ତୁ- ବିଜେପି ମୁହାଁ ମୋକିମ ! କଟକ ବିଜେପି ସଭାପତି କହିଲେ ଆମେ ଗ୍ରହଣ କରିବୁ

କଂଗ୍ରେସ ଦଳ ସହ ମୋକିମଙ୍କ ଭଲ ସମ୍ପର୍କ ନାହିଁ ବୋଲି ଲଗାତାର ଭାବେ ଚର୍ଚ୍ଚା ହେଉଛି । ମୋକିମ ଏନେଇ କୌଣସି ସିଧାସଳଖ ମତ ରଖିନଥିଲେ ମଧ୍ୟ ଦଳ ମଧ୍ୟରେ ଅନ୍ତଃକନ୍ଦଳ ଥିବା ଅତୀତରେ ଦେଖିବାକୁ ମିଳିଛି । ମୋକିମ କଂଗ୍ରେସରେ ନାମକୁ ମାତ୍ର ବିଧାୟକ ଥିବା ଭଳି ମନେ ହେଉଛି । କାରଣ ନିକଟରେ ହୋଇଥିବା ଧାମନଗର ଉପନିର୍ବାଚନ ସମୟରେ ଦଳ ତାଙ୍କୁ ଷ୍ଟାର୍‌ ପ୍ରଚାରକ ତାଲିକାରେ ସାମିଲ କରିନଥିଲା । ଏହାପରେ ନିଜ ପ୍ରତିକ୍ରିୟାରେ ମୋକିମ କହିଥିଲେ ଯେ ସେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମ୍ମାନ କରନ୍ତି ଓ ଦଳର ସାଧାରଣ କର୍ମୀଭାବେ ଭୋଟ ଭିକ୍ଷା କରିବେ ।

ଏହା ବି ପଢନ୍ତୁ- Bharat Jodo Odisha Yatra: ମୋକିମଙ୍କୁ ନିମନ୍ତ୍ରଣ ନାହିଁ, ସଭାପତି କହିଲେ ମିଛ କହୁଛନ୍ତି ମୋକିମ

ଅନ୍ୟପଟେ ଗତ ନଭେମ୍ବର ମାସରେ ପିସିସି ପକ୍ଷରୁ ଭୁବନେଶ୍ବରରେ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା ସମୟରେ ମୋକିମଙ୍କୁ ନିମନ୍ତ୍ରଣ କରାଯାଇନଥିବା ସେ ଖୋଦ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ । ମୋକିମଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ଜିଲ୍ଲା ସଭାପତି କହିଥିଲେ ଯେ ମୋକିମ ମିଛ କହୁଛନ୍ତି । ଅତୀତରେ ଅନେକ ଘଟଣାବଳୀରୁ ମନେ ହେଉଛି ଯେ କଂଗ୍ରେସ ମୋକିମଙ୍କ ଉପରେ ଭରସା କରୁନାହିଁ । ଫଳରେ ସେ ଦଳ ତ୍ୟାଗ କରିବା ନେଇ ମଧ୍ୟ ସାଧାରଣରେ ଅନେକ ସମୟରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.