ETV Bharat / state

ଆମ ଓଡ଼ିଶା ନବୀନ ଓଡିଶା ଟଙ୍କା ନେଇ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ, ଦୁଇ ଗୋଷ୍ଠୀ ମୁହାଁମୁହିଁ - କଣ୍ଟାପଡ଼ା ପଞ୍ଚାୟତ ସମିତି

Kantapada Panchayat Samiti: ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଆସିଥିବା ଟଙ୍କାକୁ ନେଇ ହଟ୍ଟଗୋଳ । ଦୁଇ ଗୋଷ୍ଠୀ ମୁହାଁମୁହିଁ । ଅଧିକ ପଢ଼ନ୍ତୁ

କଣ୍ଟାପଡ଼ା ପଞ୍ଚାୟତ ସମିତି
କଣ୍ଟାପଡ଼ା ପଞ୍ଚାୟତ ସମିତି
author img

By ETV Bharat Odisha Team

Published : Jan 3, 2024, 10:12 PM IST

କଣ୍ଟାପଡ଼ା ପଞ୍ଚାୟତ ସମିତି

ନିଆଳି: ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଆସିଥିବା ଟଙ୍କା ଭାଗବଣ୍ଟାକୁ ନେଇ ହଟ୍ଟଗୋଳ । ଦୁଇ ଗୋଷ୍ଠୀ ମୁହାଁମୁହିଁ । ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ବ୍ଲକର ବିକାଶ ପାଇ ଆସିଥିବା ଟଙ୍କାକୁ ନେଇ କଣ୍ଟାପଡ଼ା ପଞ୍ଚାୟତ ସମିତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଛି ।

ଆଜି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଥିଲା କଣ୍ଟାପଡ଼ା ପଞ୍ଚାୟତ ସମିତିର 5ମ ସାଧାରଣ ବୈଠକ । ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜିନା ଭୋଇଙ୍କ ଅଧ୍ୟକ୍ଷତାରେ ବୈଠକରେ ସ୍ଥାନୀୟ ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଏବଂ ଜିଲ୍ଲାପରିଷଦ ସଭ୍ଯ, ସଭ୍ଯା, ସରପଞ୍ଚ, ସମିଭିସଭ୍ଯଙ୍କ ସହିତ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ତେବେ କଣ୍ଟାପଡ଼ା ବ୍ଲକ ସମିତି ବିଜେପି ଦଖଲ କରିଥିବା ବେଳେ ବିଧାୟକ ପ୍ରମୋଦ ହେଉଛନ୍ତି ବିଜେଡି ଗୋଷ୍ଠୀ । ବୌଠକରେ ବ୍ଲକର ବିଭିନ୍ନ ପଞ୍ଚାୟତର ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ଆସିଥିବା ଟଙ୍କାକୁ ନେଇ ଆରମ୍ଭ ହୋଇଥିଲା ହଟ୍ଟଗୋଳ ।

ଏହା ମଧ୍ୟ ପଢ଼ନ୍ତୁ.....ପଞ୍ଚାୟତ ସମିତି ବୈଠକ; ଅଧାରୁ ଉଠି ଚାଲିଗଲେ ସମିତି ସଭ୍ୟ

ଏହା ମଧ୍ୟ ପଢ଼ନ୍ତୁ.....ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚଙ୍କ ମଧ୍ୟରେ ତୁତୁ ମେଁ ମେଁ, BDOଙ୍କୁ ଦାବିପତ୍ର

ତେବେ ବୈଠକର ଆଲୋଚନା ଆରମ୍ଭରୁ ଦୁଇ ଗୋଷ୍ଠୀ ହଟ୍ଟଗୋଳ ଆରମ୍ଭ କରିଥିଲେ । ପରେ ଉଭୟ ଗୋଷ୍ଠୀ ଏବଂ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ଯକ୍ରମ ବାବଦକୁ କଣ୍ଟାପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତକୁ ଅନୁଦାନ ଆସିଛି । ସ୍ଥାନୀୟ ବିଧାୟକ ନିଜ ଇଚ୍ଛାରେ କାର୍ଯ୍ୟ କରିବା ପାଇଁ ଚାହୁଁଥିବା ବେଳେ ଅପରପକ୍ଷ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ । ଫଳରେ ଆମ ଓଡ଼ିଶା ନବୀନ ଓଡିଶା ଅନୁଦାନ ଟଙ୍କା କାର୍ଯ୍ୟକାରୀ ହୋଇପାରୁନଥିବା କାରଣରୁ ଆଜି ପଞ୍ଚାୟତ ସମିତି ବୈଠକରେ ଆଲୋଚନା ହେବା ପରେ ହଟ୍ଟଗୋଳ ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ଏନେଇ ବ୍ଲକ ଅଧ୍ୟକ୍ଷା ଜିନା ଭୋଇ କହିଛନ୍ତି ଯେ, ଆମ ଓଡ଼ିଶା ନବୀନ ଓଡିଶାରେ ଯୋଜନାରେ କଣ୍ଟାପଡ଼ା ବ୍ଲକ ଅଧିନରେ ଥିବା ପଞ୍ଚାୟତ ଗୁଡିକର ବିକାଶ ପାଇଁ ଆସିଥିବା ଟଙ୍କାକୁ ଉଭୟ ଗୋଷ୍ଠୀ ମିଳିମିଶି କାର୍ଯ୍ୟ କରିବା ପାଇଁ ଆଲୋଚନା କରାଯାଇଥିଲା । କିନ୍ତୁ ସ୍ଥାନୀୟ ବିଧାୟକ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ସାଧାରଣ ବୈଠରେ ହଟ୍ଟୋଗୋଳ ଆରମ୍ଭ ହୋଇଥିଲା । ସେପଟେ ଏନେଇ ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.