ETV Bharat / state

କଟକରେ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ - ODISHA

କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ ଖେଳାଯିବ । ଏହା ଜୁଲାଇ 17ରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ । ଟୁର୍ଣ୍ଣାମେଣ୍ଟରେ ରାଡ୍ୟଗୋଷ୍ଠୀ କ୍ରୀଡା ଖେଳୁଥିବା ସମସ୍ତ ସଦସ୍ୟ ଭାଗନେବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Jun 22, 2019, 8:46 PM IST

କଟକ: ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ହକି ବିଶ୍ୱକପ ପରେ ଓଡିଶାରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ବଡ ଟୁର୍ଣ୍ଣାମେଣ୍ଟ । କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ ଖେଳାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ଏହା ଜୁଲାଇ 17ରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ । ଟୁର୍ଣ୍ଣାମେଣ୍ଟରେ ରାଡ୍ୟଗୋଷ୍ଠୀ କ୍ରୀଡା ଖେଳୁଥିବା ସମସ୍ତ ସଦସ୍ୟ 20ଟି ଦେଶ ଭାଗନେବେ । ଵର୍ତ୍ତମାନ ସୁଦ୍ଧା ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଭଳି 14 ଟି ପ୍ରମୁଖ ଦେଶ ଖେଳିବା ପାଇଁ ସ୍ୱୀକୃତି ପ୍ରଦାନ କରିସାରିଛନ୍ତି ।

ପୂର୍ବରୁ ଏହି ଷ୍ଟାଡିଅମରେ ଆନ୍ତଃରାଜ୍ୟ ସିନିୟର ଟେବୁଲ ଟେନିସ ପ୍ରତିଯୋଗିତା ଦେଖିସାରିଛନ୍ତି ଫ୍ୟାନ୍ସ । ଯାହାକୁ ବେଶ ଭଲ ଭାବେ ଆୟୋଜନ କରିଥିଲା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ । କିନ୍ତୁ ବର୍ତ୍ତମାନ ମହାମୁକାବିଲା ଦେଖିବାର ସମୟ ଆସିଛି । ଯାହାକୁ ନେଇ ଉତ୍ସାହିତ ସମଗ୍ର ଓଡିଶା ଓ କଟକ ସହରବାସୀ ।

ରାଜଧାନୀ ଭୁବନେଶ୍ବର ଭଳି ସଜେଇ ହେବ ସିଲଭରସିଟି । ଷ୍ଟାଡିଅମକୁ ସମ୍ପୁର୍ଣ୍ଣରୂପେ ନବିକରଣ କରିଯିବ । ଏନେଇ କାମ ମଧ୍ୟ ଆରମ୍ଭ ହୋଇସାରିଲାଣି ।

ତେବେ ଫନି ପାଇଁ କ୍ଷୟକ୍ଷତି ହୋଇଥିବା ଷ୍ଟାଡିୟମର ପୁନଃଉଦ୍ଧାର ଯେପରି ଶୀଘ୍ର ଶେଷ ହେବ ସେନେଇ ଶନିବାର କ୍ରୀଡା ସଚିବ ଵିଶାଲ ଦେବଙ୍କ ନେତୃତ୍ବରେ ବସିଥିବା ସମୀକ୍ଷା ବୈଠକରେ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି ।

ଏହା ସହିତ କଟକରେ କିପରି ଖେଳାଳିମାନଙ୍କ ସ୍ୱାଗତ ପାଇଁ ସୁନ୍ଦର ପରିବେଶ ସୃଷ୍ଟି କରିବା, ଡ୍ରେନେଜ, ମୁଖ୍ୟରାସ୍ତାକୁ ସୁନ୍ଦର କରିବା ଆଦି କାର୍ଯ୍ୟକ୍ରମ ଶୀଘ୍ର କରାଯିବ । ହକି ବିଶ୍ବକପ ଭଳି ଏହି ଟୁର୍ଣ୍ଣାମେଣ୍ଟକୁ ଶତ ପ୍ରତିଶତ ସଫଳ କରିବାକୁ ଅଣ୍ଟାଭିଡିଛି ରାଜ୍ୟ କ୍ରୀଡା ବିଭାଗ । ଏହି ମେଗା ଆୟୋଜନ ପାଇଁ ରାଜ୍ୟ ଟେବୁଲ ଟେନିସ ଆସୋସିଏସନ ପୁରା ପ୍ରସ୍ତୁତ ରହିଛି ବୋଲି କହଛନ୍ତି ସଂଘ ସମ୍ପାଦକ ରବୀନ୍ଦ୍ର ପରିଡା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ପୁଣି ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ଦେଖାଇଲେ ଦମ । ପ୍ରଥମେ କଳିଙ୍ଗ ଷ୍ଟାଡିଅମ ରେ ହକି ବିଶ୍ୱକପ , ଏଫଆଇଏଚ ଓ ଏବେ ରାଜ୍ୟଗୋଷ୍ଟି ଟେବୁଲ ଟେନିସ ପ୍ରତିଯୋଗିତା । ଯାହା କଟକ ର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ରେ ଖେଳାଯିବ । ଏହା ଜୁଲାଇ 17 ରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ 16 ରୁ ଉର୍ଦ୍ଧ୍ଵ ଦେଶ ଭାଗ ନେବେ । ଯେଉଁଥିପାଇଁ ଉତ୍ସବ ମୁଖର ସିଲଭରସିଟି । କାରଣ ପୂର୍ବରୁ ଏହି ଷ୍ଟାଡିଅମ ରେ ଅନ୍ତରାଜ୍ୟ ସିନିୟର ଟେବୁଲ ଟେନିସ ପ୍ରତିଯୋଗିତା ଦେଖିସାରିଛନ୍ତି ଫ୍ୟାନ୍ସ । କିନ୍ତୁ ବର୍ତମାନ ମହାମୁକାବିଲା ଦେଖିବାର ସମୟ ଆସିଛି । ଯାହାକୁ କେବେ ମିସ କରିବେନି କ୍ରୀଡ଼ାପ୍ରେମୀ ।

Body:ଭିଓ୧: ରାଜ୍ୟରେ ପ୍ରଥମ କରି କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ହେବ ରାଜ୍ୟ ଗୋଷ୍ଟି ଟେବୁଲ ଟେନିସ ଚାମ୍ପିୟନସିପ । ଯାହାକୁ ନେଇ ଉତ୍ସାହିତ ସହରବାସୀ । ଏହି ପ୍ରତିଯୋଗିତା ପାଇଁ ଵର୍ତମାନ ସୁଦ୍ଧା 14 ଟି ପ୍ରମୁଖ ଦେଶ ଖେଳିବା ପାଇଁ ସ୍ୱୀକୃତି ପ୍ରଦାନ କରିସାରିଥିବା ବେଳେ । ଆଉ ଅଳ୍ପ ଦିନ ମଧ୍ୟରେ 3 ରୁ 4 ଦେଶ ଖେଳିବା ପାଇଁ ମଞ୍ଜୁରୀ ପ୍ରଦାନ କରିବା ନେଇ ଆଶାବାଦୀ ରହିଛନ୍ତି ରାଜ୍ୟ ସରକାର । ତେବେ ଫନି ପାଇଁ କ୍ଷୟକ୍ଷତି ହୋଇଥିବା ଷ୍ଟାଡିଅମ ର ପୁନଃଉଧାର ଯେପରି ଶୀଘ୍ର ଶେଷ ହେବ ସେନେଇ ଆଜି କ୍ରୀଡା ସଚିବ ଵିଶାଲ ଦେବ ଙ୍କ ଅଧିନ ରେ ବସିଥିବା ସମୀକ୍ଷା ବୈଠକ ରେ ସ୍ପଷ୍ଟ ହୋଇଛି । ଏହା ସହିତ କଟକ ରେ କିପରି ଖେଳାଳି ମାନଙ୍କ ସ୍ୱାଗତ ପାଇଁ ସୁନ୍ଦର ପରିବେଶ ସୃଷ୍ଟି କରିହେବ ସେ ଦିଗ ପ୍ରତି ବେଶ ଯତ୍ନବାନ ରହିଛି ରାଜ୍ୟ କ୍ରୀଡା ବିଭାଗ ।

ବାଇଟ: ଵିଶାଲ ଦେବ ( କ୍ରୀଡା ସଚିବ )

ଭିଓ୨: ଅନ୍ୟପଟେ ଏହି ପ୍ରତିଯୋଗିତା କୁ ଦେଖିବାକୁ ଚାତକ ପରି ଚାହିଁରହିଛନ୍ତି ଫ୍ୟାନ୍ସ । କାରଣ ପୂର୍ବରୁ ଏହି ଷ୍ଟାଡିଅମ ରେ ସିନିୟର ଅନ୍ତରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗତା ହୋଇଥିଲା । ଯାହା କୁ ବେଶ ଭଲ ଭାବେ ଆୟୋଜନ କରିଥିଲା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ । ଏହି ମେଗା ଆୟୋଜନ ପାଇଁ ଆସୋସିଏସନ ପୁରା ପ୍ରସ୍ତୁତ ରହିଛି । ଓ ହାତରେ ସମୟ ଥାଇ ଷ୍ଟାଡିଅମ କୁ ସମ୍ପୁର୍ଣ୍ଣରୂପେ ନବିକରଣ କରିଯିବ ବୋଲି କହିଛନ୍ତି ସଂଘ ସମ୍ପାଦକ ରବୀନ୍ଦ୍ର ପରିଡା ।

ବାଇଟ: ରବୀନ୍ଦ୍ର ପରିଡା ( ରାଜ୍ୟ ଟେବୁଲ ଟେନିସ ସଂଘ ସମ୍ପାଦକ )

Conclusion:ଫାଭିଓ: ଏହି ମେଗା ଇଭେଣ୍ଟ ପାଇଁ ହାତରେ ରହିଛି ସ୍ୱଳ୍ପ ସମୟ । ଯାହା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ତେବେ ଦେଖିବାକୁ ବାକି ରହିଲା କେବେ ଶେଷ ହେଉଛି ଷ୍ଟାଡିଅମ କାମ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ

visual and byte on mojo plz check
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.