ETV Bharat / state

କଟକ କାଳୀପୂଜା: ସହରକୁ ଜଗିବେ 50 ପ୍ଲାଟୁନ ପୋଲିସ ଫୋର୍ସ

author img

By

Published : Oct 23, 2022, 3:39 PM IST

କାଳୀପୂଜାକୁ ନେଇ ଉତ୍ସବ ମୁଖର କଟକ ସହର । ପୂଜାକୁ ସୁରୁଖୁରୁରେ ଶେଷ କରିବା ପାଇଁ କଟକ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ । ସହରରେ 50 ପ୍ଲାଟୁନ ପୋଲିସ ଫୋର୍ସ ସହ 6 ଜଣ ଅତିରିକ୍ତ ଡିସିପି, 300 ପୋଲିସ ଅଫିସର ମୂତୟନ ରହିବେ । ଅଧିକ ପଢନ୍ତୁ

କଟକରେ କାଳିପୂଜା ପ୍ରସ୍ତୁତି
କଟକରେ କାଳିପୂଜା ପ୍ରସ୍ତୁତି

କଟକ: ରାତି ପାହିଲେ ଆଲୋକର ପର୍ବ ଦୀପାବଳୀ । ଏଥିସହ ମା' କାଳୀଙ୍କ ପୂଜା । ଦୀର୍ଘ ଦୁଇ ବର୍ଷ ପରେ କଟକରେ ଧୁମଧାମରେ ବିନା କଟକଣାରେ ପାଳିତ ହେବ କାଳୀପୂଜା । ଏନେଇ ସବୁଠି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । କାଳୀପୂଜା ପାଇଁ ଉତ୍ସବ ମୁଖର ସିଲଭର ସିଟି କଟକ । ଚଳିତ ବର୍ଷ ସହରର 90ଟି ମଣ୍ଡପରେ ମା'ଙ୍କୁ ପୂଜାର୍ଚ୍ଚନା କରାଯିବ । ପୂଜାକୁ ସୁରୁଖୁରୁରେ ଶେଷ କରିବା ପାଇଁ କଟକ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

କଟକରେ କାଳିପୂଜା ପ୍ରସ୍ତୁତି

ବୈଠକରେ ପୂଜା ସମୟରେ ସହରରେ 50 ପ୍ଲାଟୁନ ପୋଲିସ ଫୋର୍ସ ସହ 6 ଜଣ ଅତିରିକ୍ତ ଡିସିପି, 300 ପୋଲିସ ଅଫିସର ମୁତୟନ ରହିବେ । ପୂଜାଠୁ ଆରମ୍ଭ କରି ଭସାଣି ପର୍ଯ୍ୟନ୍ତ ପୋଲିସ ନଜରରେ ରହିବ ପୂଜା । ଯେମିତି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ତାଉପରେ ଅଧିକ ଗୁରୁତ୍ବ ଦିଆଯିବ । ଏଥିପାଇଁ ସମସ୍ତ ମଣ୍ଡପ ନିକଟରେ ପୋଲିସ ଅଧିକାରୀ ମୁତୟନ ରହିବେ ।

ଆଜି କଟକ ଇଣ୍ଡୋର ଷ୍ଟାଡିଅମରେ ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ବସିଥିବା ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ବାଣ ଫୁଟାଇବା ପାଇଁ 8 ରୁ 10 ଟା ପର୍ଯ୍ୟନ୍ତ ସମୟ ରହିଛି । କୌଣସି ପ୍ରକାର ବିସ୍ଫୋରକ କିମ୍ବା ରାସାୟନିକ ବାଣ ଫୁଟାଇଲେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବାକୁ ଅନୁମତି ଦିଆଯାଇନାହିଁ । ପୋଲିସ ପକ୍ଷରୁ ପାଟ୍ରୋଲିଂ କଡା କଡି କରାଯିବ । ତେବେ ଆସନ୍ତାକାଲି ମା'ଙ୍କ ପୂଜା ଆରମ୍ଭ ହୋଇ ଆସନ୍ତା 28ରେ ବିସର୍ଜନ ହେବ ।

ଏହା ମଧ୍ୟ ପଢନ୍ତୁ-ରାତି ପାହିଲେ କାଳୀ ପୂଜା, ସମସ୍ତ ମଣ୍ଡପରେ ପ୍ରସ୍ତୁତି ଶେଷ

ସେହିପରି ଚଳିତ ବର୍ଷ ବାଣ ବିକ୍ରିକୁ ନେଇ ବେଶ ଖୁସି ଅଛନ୍ତି ବ୍ୟବସାୟୀ, ଚଳିତ ବର୍ଷ କଟକରେ ବାଣ ବିକ୍ରି ନେଇ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅସ୍ଥାୟୀ ବାଣ ଦୋକାନ ପାଇଁ ପୋଲିସ ପକ୍ଷରୁ ଅନୁମତି ମିଳିଥିବାବେଳେ, ଆବଶ୍ୟକୀୟ କାଗଜପତ୍ର ଦାଖଲ ପରେ ଖୁଚୁରା ଓ ବଡ଼ ବ୍ୟବସାୟୀଙ୍କୁ ଅନୁମତି ପତ୍ର ଦିଆଯିବା ନେଇ ସୂଚନା ମିଳିଛି ।

ତେବେ କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନୀ ହିଁ ବାଣ ବିକ୍ରି କରିପାରିବେ । ବିନା ଲାଇସେନ୍ସରେ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ । ଯଦି କେହି ବିନା ଲାଇସେନ୍ସରେ ବାଣ ବିକ୍ରି କରେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.