ETV Bharat / state

ସୌରୀନ ଭଟ୍ଟଙ୍କୁ ମିଳିବନି ଜାମିନ୍‌ ! NBW ପାଇଁ ଆବେଦନ କଲା କମିଶନରେଟ ପୋଲିସ

author img

By ETV Bharat Odisha Team

Published : Oct 3, 2023, 7:43 PM IST

କଣ୍ଠଶିଳ୍ପୀ ସୌରିନଙ୍କ ବଢ଼ିଲା ଅଡ଼ୁଆ । NBW ପାଇଁ କୋର୍ଟରେ ଆବେଦନ କଲା ପୋଲିସ । ଅଧିକ ପଢ଼ନ୍ତୁ

NBW ପାଇଁ କୋର୍ଟରେ ଆବେଦନ କଲା ପୋଲିସ
NBW ପାଇଁ କୋର୍ଟରେ ଆବେଦନ କଲା ପୋଲିସ

କଟକ: କଣ୍ଠଶିଳ୍ପୀ ସୌରିନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସୌରିନ ଭଟ୍ଟଙ୍କ ବିରୁଦ୍ଧରେ NBW ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହେଲା କମିଶନରେଟ ପୋଲିସ । NBW ପାଇଁ JMFC କୋର୍ଟରେ ଆବେଦନ କଲା କମିଶନରେଟ ପୋଲିସ । ସୌରିନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କରିଛି ପୋଲିସ । ବାରମ୍ବାର ନୋଟିସ ଦେବା ସତ୍ତ୍ବେ ତଦନ୍ତରେ ସହଯୋଗ କରୁ ନାହାନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ସୌରୀନଙ୍କ ବିରୁଦ୍ଧରେ ଲୁକ ଆଉଟ ସାରକୁଲାର ମଧ୍ୟ ଜାରି ହୋଇଛି । ପୋଲିସ ଖୋଜା ଖୋଜି କରି ବିଫଳ ହେବା ପରେ ପ୍ରଥମେ ଲୁକ ଆଉଟ ସର୍କୁଲାର, ପରେ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ଏବଂ ଏବେ ଜାମିନ ବିହୀନ ଗିରଫ ପରଓ୍ବାନା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଛି କମିଶନରେଟ ପୋଲିସ ।

ପୂର୍ବରୁ କୋଲକତାର ବ୍ୟାଙ୍କ୍‌ ଅଫ ବରୋଦା ଓ କର୍ପୋରେସନ ବ୍ୟାଙ୍କରେ ଥିବା ସୌରିନଙ୍କ ଦୁଇଟି ଆକାଉଣ୍ଟକୁ ଫ୍ରିଜ କରିସାରିଛି କମିଶନରେଟ ପୋଲିସ । ତେବେ ଦୁଇ ଦୁଇଥର କୋଲକତା ଯାଇ ମଧ୍ୟ ସୌରିନଙ୍କ ଧରିବା ଉଦ୍ୟମରେ ଫେଲ ମାରିଛି ପୋଲିସ । କିନ୍ତୁ ତାଙ୍କ ବାବାଦରେ କୌଣସି ସୂଚନା ନମିଳିବାରୁ ଶେଷରେ ପୋଲିସ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିବା ପାଇଁ କୋର୍ଟରେ ଆବେଦନ କରିଛି ।

ତେବେ ସୂଚନା ଅନୁଯାୟୀ, ସୌରିନଙ୍କ ବିରୁଦ୍ଧରେ କଟକର ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣି କଟକ ମହିଳା ଥାନାରେ ଏକ ମାମଲା ରୁଜ୍ଜୁ କରିଛନ୍ତି । ଏବଂ ମହିଳା ଥାନା ପୋଲିସ ଏହି ମାମଲା ତଦନ୍ତ ଜାରି ରଖିଛି । ତେବେ କଟକରେ ରହୁଥିବା ଅଭିଯୋଗକାରୀଣିଙ୍କ ଅଭିଯୋଗ ମୁତାବକ ସୌରିନ ତାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ଶୋଷଣ କରିବା ସହ ତାଙ୍କଠାରୁ 9 ଲକ୍ଷ ଟଙ୍କା ଠକେଇ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...କଣ୍ଠଶିଳ୍ପୀ ସୌରିନଙ୍କ ବଢ଼ିଲା ଅଡ଼ୁଆ, NBW ପାଇଁ କୋର୍ଟରେ ଆବେଦନ କରିବ ପୋଲିସ

ଏହାକୁ ନେଇ ପୂର୍ବରୁ ହାଇକୋର୍ଟରୁ ଅନ୍ତରିଣ ସୁରକ୍ଷା ପାଇ ସୌରିନ ଗୋଟିଏ ଥର ହିଁ ଥାନାରେ ହାଜର ହୋଇଥିଲେ । ଏହା ପରେ ସେ ପୋଲିସକୁ ଆଉ ଧରା ଛୁଆଁ ନଦେବାରୁ ସୌରିନଙ୍କ ଦ୍ବିତୀୟ ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଥିଲେ । ପୋଲିସ ପାଖରେ ହଜାର ହେବା ପାଇଁ କୋର୍ଟ ସୌରିନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ପରେ ମଧ୍ୟ ସୌରିନଙ୍କ କୌଣସି ଅତ୍ତାପତ୍ତା ମିଳୁନାହିଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.